ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ମହାକାଶରେ ୯ ମାସ ଫସି ରହିଲେ ସୁନିତା ୱିଲିୟମ୍ସ , ଦୈନିକ ଦରମା କ’ଣ ମାତ୍ର ୩୪୭ ଟଙ୍କା ?

Published By : Prameya | March 17, 2025 8:44 PM

ନୂଆଦିଲ୍ଲୀ: ପ୍ରାୟ ୯ ମାସ ପରେ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ମହାକାଶରୁ ପୃଥିବୀକୁ ଫେରି ଆସୁଛନ୍ତି। ଶେଷରେ, ସେମାନେ ମାର୍ଚ୍ଚ ୧୯ ତାରିଖରେ ସ୍ପେସଏକ୍ସର ଡ୍ରାଗନ ମହାକାଶଯାନ ମାଧ୍ୟମରେ ପୃଥିବୀକୁ ଫେରିବାକୁ ଯାଉଛନ୍ତି।ମହାକାଶରେ ୯ ମାସ ବିତାଇବା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ, ଏହି ଲମ୍ବା ମିଶନ ପାଇଁ NASA ସେମାନଙ୍କୁ କିଛି ଅତିରିକ୍ତ ଦେୟ ଦେବ କି ? ଏବେ ଆସନ୍ତୁ ଜାଣିବା ଏ ବାବଦରେ….

ସୁନିତା ୱିଲିୟମ୍ସ ଏବେ ମହାକାଶରୁ ଫେରି ଆସୁଛନ୍ତି। ଆଠ ଦିନ ପାଇଁ ମହାକାଶକୁ ଯାଇଥିବା ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ୯ ମାସ ଧରି ସେଠାରେ ଫସି ରହିଛନ୍ତି । ଯାନ୍ତ୍ରିକ ତୃଟି ଯୋଗୁଁ ତାଙ୍କର ପ୍ରତ୍ୟାବର୍ତ୍ତନ କ୍ରମାଗତ ଭାବରେ ସ୍ଥଗିତ ରଖାଯାଇଥିଲା, କିନ୍ତୁ ବର୍ତ୍ତମାନ ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି ସମାପ୍ତ ହୋଇଛି। ସେ ଶେଷରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫:୫୭ ରେ (ଭାରତରେ ବୁଧବାର, ମାର୍ଚ୍ଚ ୧୯ ସକାଳ ଭୋର୍ ୩:୨୭) ସ୍ପେସଏକ୍ସ ଡ୍ରାଗନ ମହାକାଶଯାନରେ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ଆଉ ଏହି ସମୟରେ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଯେ ୯ ମାସ ପାଇଁ ମହାକାଶରେ କାମ କରିବା ପାଇଁ ନାସା ସେମାନଙ୍କୁ କେତେ ଦରମା ଦେବ ?

ନାସା ମହାକାଶଚାରୀଙ୍କ ଦରମା GS-15 ଅଧୀନରେ ଆସେ, ଯାହା ଆମେରିକାର ବରିଷ୍ଠ ସରକାରୀ ଅଧିକାରୀ ମାନଙ୍କୁ ଦିଆଯାଏ। ଏହି ଅନୁସାରେ, ସୁନିତା ୱିଲିୟମ୍ସ ତାଙ୍କର ୯ ମାସର ଦୀର୍ଘ ମିଶନ ପାଇଁ ପ୍ରାୟ ୮୧ ଲକ୍ଷ ଟଙ୍କାରୁ ୧.୦୫ କୋଟି ଟଙ୍କା ପର୍ଯ୍ୟନ୍ତ ଦରମା ପାଇବେ। ଏହା ବ୍ୟତୀତ, ନାସା ମହାକାଶଚାରୀ ମାନଙ୍କୁ ଆନୁଷଙ୍ଗିକ ଭତ୍ତା ଭାବରେ କେବଳ ୪ ଡଲାର ଅର୍ଥାତ୍ ପ୍ରତିଦିନ ୩୪୭ ଟଙ୍କା ଦିଏ। ଏହିପରି ଭାବରେ, ସେ ୨୮୭ ଦିନ ପାଇଁ ପ୍ରାୟ ୧ ଲକ୍ଷ ଟଙ୍କାର ଅତିରିକ୍ତ ଦେୟ ପାଇବେ। ଏହି ପରିମାଣ ଯେକୌଣସି ବ୍ୟକ୍ତିଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହୋଇପାରେ। ତେବେ ୯ ମାସ ଧରି ମହାକାଶରେ ରହିବା ଏବଂ ବିପଦକୁ ମୁଣ୍ଡାଇବା ପରେ ବି ସେ ଜଣେ ସାଧାରଣ ଲୋକ ଭଳି ଭତ୍ତା ପାଇବେ, ଯାହାକି ଜଣେ ଜଣେ ସାଧାରଣ ବ୍ୟକ୍ତି ତାଙ୍କ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ କରୁଥିବା ଟଙ୍କା ସହ ସମାନ। ଏହା ମଧ୍ୟ କୁହାଯାଉଛି ଯେ, ଏହି ଟଙ୍କାରେ ସେ ପୃଥିବୀରେ କୌଣସି ରେଷ୍ଟୁରାଣ୍ଟରେ ଏକ ବିଳାସୁପୂର୍ଣ୍ଣ ଖାଦ୍ୟ ଥାଳି ଖାଇବାକୁ ମଧ୍ୟ ସମ୍ଭବ ହେବେ ନାହିଁ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.