ପ୍ରମୂଖ ଖବର
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍

Published By : Prameya | March 17, 2025 1:49 PM

ଭୁବନେଶ୍ୱର, ୧୭/୦୩: ଏକାଧିକ ଠକେଇ ମାମଲାରେ ଫସିଥିବା ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ମିଳିଲା ଆଶ୍ବସ୍ତି। ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ୫୦ ହଜାର ଟଙ୍କାର ଜଣେ ଜାମିନଦାର ସହ ପାସପୋର୍ଟ ଦାଖଲ ନିର୍ଦ୍ଦେଶ । ଏଥିସହିତ ଏକାଧିକ ସର୍ତ୍ତ ରଖାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଜଣେ ପୂର୍ବତନ ଏମ୍‌ପିଙ୍କୁ ଠକେଇ କରିବା ଅଭିଯୋଗରେ ବିଷ୍ଣୁପ୍ରିୟା ଚାନ୍ଦ  ଓରଫ ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍‌ ମହାନ୍ତିଙ୍କୁ ଇନ୍‌ଫୋସିଟି ପୋଲିସ ଗିରଫ କରିଥିଲେ। ପୂର୍ବରୁ ଏକାଧିକ ଥର ଜାମିନ୍ ଆବେଦନ କରିଥିଲେ ମଧ୍ୟ ଉଭୟ ଠକ ଯୋଡିଙ୍କ ଆବେଦନକୁ ମାନ୍ୟବର କୋର୍ଟ ଖାରଜ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଜାମିନ୍ ଆବେଦନ କରିଥିଲେ।  ମାନ୍ୟବର ହାଇକୋର୍ଟ ଠକେଇ ମାମଲାର ଶୁଣାଣି କରି ଉଭୟଙ୍କ ଜାମିନ ଆବେଦନ ମଞ୍ଜୁର କରିଛନ୍ତି। ହଂସିକା - ଅନିଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ୫୦ ହଜାର ଟଙ୍କାର ଜଣେ ଜାମିନଦାର ସହ ପାସପୋର୍ଟ ଦାଖଲ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ରାଜ୍ୟ ବାହାରକୁ ଗଲେ ତଦନ୍ତକାରୀ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ପଡିବ। ତଦନ୍ତ ପ୍ରକିୟାରେ ସହଯୋଗ କରିବେ। ଆବଶ୍ୟକ ହେଲେ ନିମ୍ନ ଅଦାଲତ ଅତିରିକ୍ତ ସର୍ତ୍ତ ରଖିପାରିବେ ବୋଲି ଆଜି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଜାମିନ୍ ଆବେଦନ ସର୍ତ୍ତକୁ ଉଲ୍ଲଘଂନ କଲେ ଜାମିନ୍ ଖାରଜ ହୋଇଯିବ।

ପୂର୍ବରୁ ହଂସିକାଙ୍କୁ ଜାଲ୍ ପାର୍ସପୋର୍ଟ ଏବଂ ଅନ୍ୟ ଏକ ମାମଲାରେ ଜାମିନ୍ ମିଳିଥିବା ବେଳେ ଦୀର୍ଘ ଦିନ ଧରି ଜେଲରେ ରହିବା ପରେ ଠକେଇ ମାମଲାରେ ହାଇପ୍ରୋଫାଇଲ ଠକ ଯୋଡି ବଣ୍ଟି-ବବିଲିଙ୍କୁ ସର୍ତ୍ତମୂଳକ ଜାମିନ୍ ମଞ୍ଜୁର ହୋଇଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.