ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

୨୦୨୮ ସୁଦ୍ଧା ଭାରତ ପାଲଟିବ ତୃତୀୟ ବୃହତ୍‌ ଅର୍ଥନୀତି, ୫.୭ ଟ୍ରିଲିୟନ ଡଲାରକୁ ଆକାର ବଢ଼ିବ

Published By : Prameya | March 17, 2025 12:19 PM

ନୂଆଦିଲ୍ଲୀ,୧୭/୦୩: ୨୦୨୮ ସୁଦ୍ଧା  ଭାରତ ପାଲଟିବ ବିଶ୍ୱର ତୃତୀୟ ବୃହତ୍‌  ଅର୍ଥବ୍ୟବସ୍ଥା । ମୋର୍ଗାନ ଷ୍ଟାନ୍‌ଲି ପକ୍ଷରୁ ଏହି  ପୂର୍ବାନୁମାନ କରାଯାଇଛି । ଉକ୍ତ ସମୟରେ ଭାରତ ବିଶ୍ୱର ଅନ୍ୟତମ ଅଗ୍ରଣୀ ଉପଭୋକ୍ତା ବଜାର ପାଲଟିବ । ମାକ୍ରୋ ଅର୍ଥନୈତିକ ସ୍ଥିରତା ଦ୍ୱାରା ସମର୍ଥିତ ନୀତି ଏବଂ ଉନ୍ନତ ଭିତ୍ତିଭୂମି ଯୋଗୁ  ଏହା ସମ୍ଭବ ହେବ ବୋଲି ରିପୋର୍ଟରେ ଉଲ୍ଲେଖ  କରାଯାଇଛି । 

ମୋର୍ଗାନ ଷ୍ଟାନ୍‌ଲି ପ୍ରକାଶ କରିଛି ଯେ,  ୨୦୨୩ରେ ଭାରତୀୟ ଅର୍ଥବ୍ୟବସ୍ଥାର ଆକାର  ୩.୫ ଟ୍ରିଲିୟନ ଡଲାର ରହିଛି । ଏଥିସହିତ ଏହା ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥବ୍ୟବସ୍ଥା ।  ତେବେ ୨୦୨୬ ସୁଦ୍ଧା ଭାରତୀୟ ଅର୍ଥନୀତିର  ଆକାର ୪.୭ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇବ  ଏବଂ ଏହା ଆମେରିକା, ଚୀନ୍‌ ଓ ଜର୍ମାନି ପରେ  ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥବ୍ୟବସ୍ଥା ପାଲଟିବ । 

୨୦୨୮ରେ ଏହା ୫.୭ ଟ୍ରିଲିୟନ ଡଲାର  ଆକାର ସହ ଜର୍ମାନିକୁ ପଛରେ ପକାଇ ବିଶ୍ୱର  ତୃତୀୟ ବୃହତ୍‌ ଅର୍ଥନୀତି ପାଲଟିବ ବୋଲି ମୋର୍ଗାନ ଷ୍ଟାନ୍‌ଲି ଏହାର ରିପୋର୍ଟରେ ଉଲ୍ଲେଖ  କରିଛି । 

ଏହା ପ୍ରକାଶ କରିଛି ଯେ,୧୯୯୦ରେ  ଭାରତ ବିଶ୍ୱର ଦ୍ୱାଦଶ ବୃହତ୍‌ ଅର୍ଥନୀତି ଥିଲା ।  ୨୦୦୦ ମସିହାରେ ଏହା ୧୩ ତମ ସ୍ଥାନକୁ ଖସିଯାଇଥିଲା । ୨୦୨୦ରେ ଏହା ନବମ ବୃହତ୍‌  ଅର୍ଥନୀତି ପାଲଟିଲା ଏବଂ ୨୦୨୩ରେ ବିଶ୍ୱର  ପଞ୍ଚମ ବୃହତ୍‌ ଅର୍ଥନୀତି । ବର୍ତ୍ତମାନ  ବିଶ୍ୱ ଜିଡିପିରେ ଭାରତର ଅଂଶ  ୩.୫% ଥିବାବେଳେ ୨୦୨୯ରେ  ଏହା ୪.୫%କୁ ବୃଦ୍ଧି ପାଇବ  ବୋଲି ମୋର୍ଗାନ ଷ୍ଟାନ୍‌ଲି ପ୍ରକାଶ କରିଛି । 

ଅନ୍ୟପକ୍ଷରେ, ମୁଣ୍ଡ  ପିଛା ଜିଡିପି ୨୦୨୫ରେ ୨,୫୧୪  ଡଲାର ଥିବାବେଳେ ୨୦୩୫ରେ  ଏହା ୪,୨୪୭ ଡଲାରକୁ ବଢ଼ିବ  ବୋଲି ଅନୁମାନ ରହିଛି । ଆଗାମୀ ଦଶନ୍ଧିରେ  ବିଶ୍ୱ ଜିଡିପିରେ ବଡ଼ ଯୋଗଦାନ ଦେବ ଭାରତ ।  ଦୃଢ଼ ଜନସଂଖ୍ୟା ଅଭିବୃଦ୍ଧି, ମାକ୍ରୋ ଅର୍ଥନୈତିକ ସ୍ଥିରତା ସମର୍ଥିତ ନୀତି, ଉନ୍ନତ ଭିତ୍ତିଭୂମି ଏବଂ  ଔଦ୍ୟୋଗିକତା ବିକାଶ ଦ୍ୱାରା ଭାରତୀୟ ଅର୍ଥନୀତି  ଦ୍ରୁତ ବେଗରେ ଅଗ୍ରସର ହେବ ବୋଲି ମୋର୍ଗାନ  ଷ୍ଟାନ୍‌ଲି ଏହାର ରିପୋର୍ଟରେ ଉଲ୍ଲେଖ କରିଛି ।  ଏବେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ  ଅର୍ଥନୀତି ଭାବେ ଉଭା ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.