ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ନାସା ମୁଖ୍ୟାଳୟର ଏ କି ଅବସ୍ଥା ? କର୍ମଚାରୀଙ୍କ ପାଇଁ ଚୌକି ନାହିଁ, ପୂରା କାର୍ଯ୍ୟାଳୟ ଏବେ ଅସରପାରେ ଭର୍ତ୍ତି…

Published By : Prameya | March 17, 2025 4:46 PM

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ପ୍ରଶାସନିକ ସ୍ତରରେ ବଡ଼ ପରିବର୍ତ୍ତନ କରିଛନ୍ତି, ଯାହାକି ସରକାରୀ କର୍ମଚାରୀଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଇଛି। ସରକାରୀ ଚାକିରିରେ ଛଟେଇ ହେବା ଏବଂ ସରକାରୀ ଅନୁବନ୍ଧିକ ଚୁକ୍ତିଭିତ୍ତିକ ଚାକିରି ହ୍ରାସ ହେତୁ କର୍ମଚାରୀଙ୍କ ସମସ୍ୟା ବହୁ ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ, ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ଏଲନ ମସ୍କ ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନସି ଡିପାର୍ଟମେଣ୍ଟ(DOGE) କାର୍ଯ୍ୟଭାର ଗ୍ରହଣ କରିବା ପରେ ଏକ ଆଲୋଡ଼ନ ସୃଷ୍ଟି କରିଛନ୍ତି।

ଏଥିସହ ଆମେରିକା ସରକାର କର୍ମଚାରୀ ମାନଙ୍କୁ ଘରୁ (WFH) କାମ ଛାଡି ଅଫିସକୁ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉକି, ଆମେରିକାରେ ୨୦୨୦ ରେ କୋଭିଡ -19 ପର ଠାରୁ ଲକ୍ଷ ଲକ୍ଷ କର୍ମଚାରୀ ଘରୁ କାମ କରୁଥିଲେ। ଏହି ନିର୍ଦ୍ଦେଶ ପାରିତ ହେବା ମାତ୍ରେ ଯେତେବେଳେ ଲୋକ ମାନେ କାର୍ଯ୍ୟାଳୟରେ ପହଞ୍ଚିଲେ, ସେମାନେ ଦେଖିବାକୁ ପାଇଲେ ଯେ ସେଠାରେ ଶୌଚାଳୟ ପାଇଁ କାଗଜ ମଧ୍ୟ ନାହିଁ ଏବଂ ପୂରା କାର୍ଯ୍ୟାଳୟକୁ ଅସରପା ମାନେ କବଜା କରି ନେଇଛନ୍ତି । ବସିବା ପାଇଁ ଗୋଟିଏ ଡେସ୍କ ମଧ୍ୟ ନାହିଁ । ତେବେ ଏହା କୌଣସି ସାଧାରଣ କାର୍ଯ୍ୟାଳୟର ନୁହେଁ, ବରଂ ୱାଶିଂଟନ୍ ଠାରୁ ମାତ୍ର ଏକ ମାଇଲ ଦୂରରେ ଅବସ୍ଥିତ ନାସା ଭଳି ଏକ ସ୍ପେସ୍ ଏଜେନ୍ସିର କାର୍ଯ୍ୟାଳୟର ଦୃଶ୍ୟ । 

ଆମେରିକାର ସରକାରୀ କର୍ମଚାରୀ ମାନଙ୍କୁ ଜାନୁଆରୀ ୨୦ ରୁ ଅଫିସକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି, କିନ୍ତୁ ଅଫିସରେ ଖରାପ ଅବସ୍ଥା ସେମାନଙ୍କ ସମସ୍ୟା ବଢାଇ ଦେଇଛି। ଅସରପା ଗୁଡିକ ନାସା ମୁଖ୍ୟାଳୟକୁ ନଷ୍ଟ କରି ପକାଇଛନ୍ତି। ତେଣୁ କିଛି କର୍ମଚାରୀଙ୍କୁ ଡେସ୍କ ବିନା ଚେୟାରରେ ବସି କାମ କରିବାକୁ ପଡୁଛି । ଅନେକ କାର୍ଯ୍ୟାଳୟରେ ଇଣ୍ଟରନେଟ୍ ବନ୍ଦ, ପାର୍କିଂ ସମସ୍ୟା, ବସିବା ସ୍ଥାନ ଅଭାବ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । 

ତେବେ ଏହାକୁ ନେଇ ବିଶେଷଜ୍ଞ ଏବଂ ସଂଘର ପ୍ରତିନିଧି ମାନେ ବିଶ୍ୱାସ କରନ୍ତି ଯେ ଏହି ବିଶୃଙ୍ଖଳା ସୁଚିନ୍ତିତ ଭାବେ କରାଯାଇଛି, ଯାହାଦ୍ୱାରା କର୍ମଚାରୀ ମାନେ ବିରକ୍ତ ହୋଇ ଚାକିରି ଛାଡ଼ିବେ । ସରକାରୀ ଚାକିରି ସଂଖ୍ୟା ହ୍ରାସ କରିବାକୁ ଏବଂ ଏହାକୁ ଘରୋଇ କରଣ ଆଡକୁ ନେବାକୁ ଟ୍ରମ୍ପ ପ୍ରଶାସନ ଚାହୁଁଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.