ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ପାକିସ୍ତାନ, ଆଫଗାନିସ୍ତାନ ଭଳି ରେଡ୍‌ ଲିଷ୍ଟରେ ଭୁଟାନ; ଚର୍ଚ୍ଚାରେ ଟ୍ରମ୍ପଙ୍କ ‘ଟ୍ରାଭେଲ୍‌ ବ୍ୟାନ୍‌’ ନିଷ୍ପତ୍ତି

Published By : Tapas Panda | March 17, 2025 6:06 PM

Image Courtesy: amarujala

ନୂଆଦିଲ୍ଲୀ: ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପରେ ଗୋଟିଏ କଠୋର ନିଷ୍ପତ୍ତି ଗ୍ରହଣ କରୁଛନ୍ତି । ତାଙ୍କର ଏହି ସବୁ ନିଷ୍ପତ୍ତିକୁ ନେଇ ବିଶ୍ବରେ ହଇଚଇ ହେଉଛି । ଏବେ ଆମେରିକା ସରକାର ୪୩ ଦେଶର ଏକ ସୂଚୀ ତିଆରି କରିଛନ୍ତି ଏବଂ ଏହାକୁ ୩ ଭାଗରେ ବିଭକ୍ତ କରିଛନ୍ତି । ରେଡ୍‌, ଅରେଞ୍ଜ ଏବଂ ୟେଲୋ ଶ୍ରେଣୀରେ ୪୩ ଦେଶକୁ ଅନ୍ତର୍ଭୁକ୍ତ କରିଛନ୍ତି ଟ୍ରମ୍ପ । ଏହି ୪୩ ଦେଶ ଉପରେ ଟ୍ରାଭେଲ୍‌ ବ୍ୟାନ୍‌ (ଭ୍ରମଣ ପ୍ରତିବନ୍ଧକ) ଲଗାଇବାକୁ ଟ୍ରମ୍ପ ପ୍ରଶାସନ ଯୋଜନା କରୁଛନ୍ତି । ରେଡ୍‌ ଲିଷ୍ଟରେ ଆଫଗାନିସ୍ତାନ, ଉତ୍ତର କୋରିଆ, ଇରାନ, ୟେମେନ, ସୋମାଲିଆ, ସୁଡାନ ଏବଂ ସିରିଆ ଭଳି ଦେଶ ସାମିଲ ହୋଇଛନ୍ତି । କିନ୍ତୁ ସବୁଠାରୁ ଆଶ୍ବର୍ଯ୍ୟକର କଥା ହେଉଛି ଆମେରିକାର ଏହି ରେଡ୍‌ ଲିଷ୍ଟରେ ଭାରତର ପଡ଼ୋଶୀ ରାଷ୍ଟ୍ର ଭୁଟାନ ରହିଛି । କାହିଁକି ଟ୍ରମ୍ପ ଭୁଟାନକୁ ଲାଲ ତାଲିକାଭୁକ୍ତ କରିଛନ୍ତି ଆସନ୍ତୁ ଜାଣିବା । 

ଟ୍ରମ୍ପ ପ୍ରଶାସନର ସୂତ୍ର ଅନୁଯାୟୀ ଭୁଟାନକୁ ଏହି ତାଲିକାରେ ସାମିଲ କରିବାର କିଛି କାରଣ ରହିଛି । ଭୁଟାନର ଲୋକମାନେ ଆମେରିକା ପହଞ୍ଚିବା ପରେ ଭିସା ନିୟମର ଉଲ୍ଲଂଘନ କରୁଛନ୍ତି । ଅନେକ ସମୟରେ ଭିସାରେ ନିର୍ଦ୍ଦିଷ୍ଟ ଅବଧି ପରେ ମଧ୍ୟ ସେମାନେ ଆମେରିକାରେ ରହୁଛନ୍ତି । ଏଭଳି ପରିସ୍ଥିତି ଜାତୀୟ ସୁରକ୍ଷା ପାଇଁ ବିପଦ । ଏହା ବ୍ୟତୀତ  ବେଆଇନ ଉପାୟରେ ଆମେରିକାରେ ପହଞ୍ଚିବା ମାମଲାରେ ଭୁଟାନର ଲୋକଙ୍କ ସଂଖ୍ୟା ଅଧିକ ଏବଂ ଏହାକୁ ନେଇ ଆମେରିକା ମଧ୍ୟ ଚିନ୍ତିତ । ଆମେରିକାର ଗୃହ ସୁରକ୍ଷା ବିଭାଗ ଅନୁସାରେ, ଗତ ବର୍ଷ ୩୭ ପ୍ରତିଶତ ଭୁଟାନ ନାଗରିକ ଭିସା ନିୟମ ଉଲ୍ଲଂଘନ କରିଛନ୍ତି । ଏବେ ରେଡ୍‌ ବା ଲାଲ ତାଲିକାରେ ସାମିଲ ହେବା ପରେ ଆମେରିକା ଯିବାକୁ ଚାହୁଁଥିବା ଭୁଟାନର ପ୍ରତ୍ୟେକ ବ୍ୟକ୍ତିଙ୍କ ଯାଞ୍ଚ କରାଯିବ ଏବଂ ଭିସା ପ୍ରଦାନ କରାଯିବ । କୌଣସି ଠୋସ୍‌ କାରଣ ନଥିଲେ ଭୁଟାନର ନାଗରିକଙ୍କୁ ଭିସା ମିଳିପାରିବ ନାହିଁ । 

ଆମେରିକାର ଏହି ନିଷ୍ପତ୍ତି ବିଶେଷ କରି ଭୁଟାନର ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ଯେଉଁମାନେ ପାଠପଢ଼ା ଏବଂ ଅନ୍ୟାନ୍ୟ କାମ ପାଇଁ ଆମେରିକା ଯାଉଛନ୍ତି ସେମାନଙ୍କୁ ପ୍ରଭାବିତ କରିବ ଟ୍ରମ୍ପଙ୍କ ନୂଆ ନିୟମ । ଆମେରିକାର ଏହି ନିଷ୍ପତ୍ତି ଭୁଟାନ ସହିତ ଏହାର ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିପାରେ । ଭୁଟାନର ବୈଦେଶିକ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବରେ ଦାବି କରିଛି ଯେ, ଆମେରିକା ଏହାର ନିଷ୍ପତ୍ତିର ସମୀକ୍ଷା କରୁ । ଆମେରିକା ଯେଉଁ ୧୧ଟି ଦେଶକୁ ଲାଲ ତାଲିକାରେ ସାମିଲ କରିଛି, ସେମାନଙ୍କ ମଧ୍ୟରେ ଆଫଗାନିସ୍ତାନ, ସୋମାଲିଆ, ସିରିଆ, ଉତ୍ତର କୋରିଆ, ଲିବିଆ, ୟେମେନ ଏବଂ ସୁଡାନ ଭଳି ଦେଶ ଅନ୍ତର୍ଭୁକ୍ତ । ଏହି ଦେଶଗୁଡ଼ିକରେ ଅଶାନ୍ତି ଅଛି, ଆତଙ୍କବାଦର ସମସ୍ୟା ଅଛି କିମ୍ବା ଗୃହଯୁଦ୍ଧର ପରିସ୍ଥିତି ଅଛି। ଏପରି ପରିସ୍ଥିତିରେ ଏହି ଦେଶଗୁଡ଼ିକୁ ଯାତ୍ରା ପ୍ରତିବନ୍ଧକ ତାଲିକାରେ ରଖିବା ନିଷ୍ପତ୍ତିକୁ ବୁଝି ହେଉଛି । କିନ୍ତୁ ଭୁଟାନ ସମ୍ପର୍କରେ ନିଆଯାଇଥିବା ନିଷ୍ପତ୍ତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.