ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ମଙ୍ଗଳବାର ଫୋନ୍‌ରେ କଥାବାର୍ତ୍ତା ହେବେ ଟ୍ରମ୍ପ-ପୁଟିନ, ୟୁକ୍ରେନ - ରୁଷ୍‌ ଯୁଦ୍ଧ ରୋକିବାକୁ କରିବେ ଆଲୋଚନା

Published By : Prameya | March 17, 2025 7:43 PM

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ବିଶ୍ୱରେ ସବୁଠୁ ହଟ୍‌ ଟପିକ୍ ପାଲିଟିଛି ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ। ପାଖାପାଖି ୩ ବର୍ଷ ଧରି ଲାଗି ରହିଥିବା ଏହି ଭୟଙ୍କର ଯୁଦ୍ଧ ରୋକିବାର ନାଁ ହିଁ ନେଉ ନାହିଁ। ଅନେକ ଧନ ଜୀବନ ନଷ୍ଟ ହେଲାଣି, ତଥାପି ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ି ନାହିଁ। ଆଉ ଏହା ସବୁଠୁ ବେଶୀ ଚର୍ଚ୍ଚାର ବିଷୟ ପାଲଟିଛି ଟ୍ରମ୍ପଙ୍କ କ୍ଷମତାସୀନ ହେବା ପରେ। ସେ ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ନାରା ଦେଇଛନ୍ତି। ଏହି ଭିତରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ସେ ୟୁକ୍ରେନରେ ଚାଲୁଥିବା ଯୁଦ୍ଧକୁ କଥାବାର୍ତ୍ତା ପାଇଁ ପ୍ରୟାସ କରୁଛନ୍ତି। ଏଥିପାଇଁ ମଙ୍ଗଳବାର (୧୮ ମାର୍ଚ୍ଚ)ରେ ରୁଷୀୟ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିବେ।

ନ୍ୟୁଜ୍‌ ଏଜେନ୍ସି ଏପିର ଅନୁସାରେ , ଟ୍ରମ୍ପ ରବିବାର ସନ୍ଧ୍ୟାରେ ଏୟାରଫୋର୍ସ ୱାନ ବିମାନରେ ଫ୍ଲୋରିଡାରୁ ୱାଶିଂଟନ ଯିବା ବେଳେ ସାମ୍ୱାଦିକଙ୍କୁ ଏହାର ତାରିଖ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ କହିଛନ୍ତି , ଆମେ ଦେଖିବୁ କି ମଙ୍ଗଳବାର ଯାଏ ଆମ ପାଖରେ ଘୋଷଣା କରିବାକୁ କିଛି ଅଛି ନା ନାହିଁ। ମୁଁ ମଙ୍ଗଳବାର ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେବି। 

ଟ୍ରମ୍ପ କହିଛନ୍ତି , ସପ୍ତାହାନ୍ତରେ ବହୁତ କାମ କରାଯାଇଛି। ଆମେ ଦେଖିବାକୁ ଚାହିଁବୁ କି , ଆମେ ଏହି ଯୁଦ୍ଧକୁ ବନ୍ଦ କରି ପାରୁଛୁ ନା ନାହିଁ । ଆମେରିକୀୟ ରାଷ୍ଟ୍ରପତି ଆହୁରି କହିଛନ୍ତି , ଚର୍ଚ୍ଚାର ମୁଖ୍ୟ ବିଷୟ ହେବ ‘ ଲ୍ୟାଣ୍ଡ ଓ ପାୱାର ପ୍ଲାଣ୍ଟ' , ଯାହା ୩ବର୍ଷରୁ ଅଧିକ ସମୟ ଯାଏ ଜାରି ରହିଥିବା ଯୁଦ୍ଧକୁ ବନ୍ଦ କରିବାରେ ବଡ଼ ଭୂମିକା ନିର୍ବାହ କରିବ।

ଏପିର ରିପୋର୍ଟ ଅନୁସାରେ, ଟ୍ରମ୍ପ କହିଛନ୍ତି , ଆମେ ଲ୍ୟାଣ୍ଡ( ଭୂମି) ବିଷୟରେ କଥାବାର୍ତ୍ତା ହେବୁ। ଆମେ ବିଦ୍ୟୁତ୍ ପ୍ଲାଣ୍ଟ ବିଷୟରେ ଆଲୋଚନା କରିବୁ। ଟ୍ରମ୍ପ ଏହାକୁ କିଛି ସଂପତ୍ତିର ବିଭାଜନ ଭାବେ ଦର୍ଶାଇଛନ୍ତି। ସେ କହିଛନ୍ତି ,ମୋର ଅନୁମାନ ଯେ ଏହି ବିଷୟରେ ଉଭୟ ପକ୍ଷ , ୟୁକ୍ରେନ ଓ ରୁଷ୍‌ ପୂର୍ବରୁ ହିଁ ଅନେକ ଆଲୋଚନା କରି ସାରିଛନ୍ତି। ଆମେ ପୂର୍ବରୁ ହିଁ ଏହି ସଂପତ୍ତିର ବିଭାଜନ କରିବା ବିଷୟରେ କଥାବାର୍ତ୍ତା ହୋଉଛୁ। ହେଲେ , ଅନ୍ୟପଟେ ୟୁକ୍ରେନୀ ରାଷ୍ଟ୍ରପତି ଜେଲେନସ୍କି ବାରମ୍ୱାର ଲ୍ୟାଣ୍ଡ( ଭୂମି) ଛାଡ଼ିବାର ବିଚାରକୁ ଖଣ୍ଡନ କରି ଦେଇଛନ୍ତି।

ରୁଷୀୟ ରାଷ୍ଟ୍ରପତିଙ୍କୁ ୩୦ ଦିନର ଯୁଦ୍ଧ ବିରାମ ଚୁକ୍ତିରେ ସହମତି କରିବାର ପ୍ରୟାସ ଚାଲିଛି, ଯାହାକୁ ଗତ ସପ୍ତାହରେ ୟୁକ୍ରେନ୍‌ର ଭୋଲୋଡିମିର ଜେଲେନସ୍କି ସ୍ୱୀକାର କରି ନେଇ ଥିଲେ। ରୁଷୀୟ ଉପ ବିଦେଶ ମନ୍ତ୍ରୀ ସୋମବାର ପ୍ରକାଶିତ ଟିପ୍ପଣୀରେ କହିଛନ୍ତି ଯେ , ଏହି କଥାର ସମ୍ଭାବନା ଅଛି ଯେ, ରୁଷ୍‌ ଏହି ଗ୍ୟାରେଣ୍ଟିରେ ରାଜି ହୋଇପାରେ କି, ନାଟୋ ଦେଶ ୟୁକ୍ରେନକୁ ସଦସ୍ୟତାରୁ ବାହାର କରିବେ ଏବଂ ୟୁକ୍ରେନ ଯେକୌଣସି ବି ଶାନ୍ତି ଚୁକ୍ତିରେ ନ୍ୟୁଟ୍ରାଲ ରହିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.