ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଆବଶ୍ୟକ ନହେଲେ ଆମେରିକା ବାହାରକୁ ଯାଅ ନାହିଁ ... ଲୋକଙ୍କୁ ଦିଆଯାଉଛି ପରାମର୍ଶ

Published By : Prameya | March 17, 2025 4:36 PM

ନୂଆଦିଲ୍ଲୀ : ବିଶ୍ୱର ସବୁ ଦେଶରୁ ଆସିଥିବା ପ୍ରବାସୀଙ୍କ ବିରୋଧରେ କଠୋର ନୀତି ଆପଣାଇବା ପରେ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜର ଆଉ ଏକ ନିଷ୍ପତ୍ତିରେ ସାରା ବିଶ୍ୱରେ ଅଡ଼ୁଆ ସ୍ଥିତି ସୃଷ୍ଟି କରି ପାରନ୍ତି। ଟ୍ରମ୍ପ ଆଗାମୀ ଦିନରେ ପାଖାପାଖି ୪୦ଟି ଦେଶର ଲୋକଙ୍କର ଆମେରିକାରେ ଏଣ୍ଟ୍ରିର ରୋକ୍‌ ଲଗାଇ ପାରନ୍ତି। ଟ୍ରମ୍ପଙ୍କର ଏହି ପ୍ରସ୍ତାବିତ ଆଦେଶକୁ ନେଇ ଅନୁମାନ କରିବା ଆରମ୍ଭ ହୋଇ ଯାଇଛି। 

ସୂଚନା ମୁତାବିକ , ଟ୍ରମ୍ପ ଏଥିପାଇଁ ୪୩ ଦେଶର ଏକ ତାଲିକା ପ୍ରସ୍ତୁତ କରିଛନ୍ତି , ଯେଉଁଥିରେ ପାକିସ୍ତାନ , ଆଫଗାନିସ୍ତାନ , ଉତ୍ତର କୋରିଆ , ସୁଦାନ , ଇରାନ ଓ ସିରିଆ ଭଳି ଦେଶର ନାଁ ସାମିଲ ଅଛି। ହେଲେ, ଭାରତର ନାଁ ଏହି ତାଲିକାରେ ନାହିଁ , କିନ୍ତୁ ଆମେରିକାରେ ରହୁଥିବା ଲୋକଙ୍କୁ ଏହି ନିଷ୍ପତ୍ତିର ଲାଗୁ ହେବା ପୂର୍ବରୁ ସାବଧାନ ରହିବାକୁ ପରାମର୍ଶ ଦିଆ ଯାଉଛି।  

ଖବର ମୁତାବିକ , ଆମେରିକୀୟ ଇମିଗ୍ରେସନ ଅଥୋରିଟି ଲୋକଙ୍କୁ ବିଦେଶ ଯାତ୍ରା ନକରିବାକୁ ପରାମର୍ଶ ଦେଉଛନ୍ତି। ଅଥୋରିଟି ଏଚ-୧ବି ଭିସା ହୋଲଡର୍ସ ଓ ତାଙ୍କ ପରିବାର ଠାରୁ ନେଇ ଅନ୍ତରାଷ୍ଟ୍ରୀୟ ଛାତ୍ର ବା ଗ୍ରୀନ୍‌ କାର୍ଡ ହୋଲଡରଙ୍କୁ ମଧ୍ୟ ଆମେରିକାରୁ ବାହାରକୁ ନଯିବାକୁ ପରାମର୍ଶ ଦେଉଛନ୍ତି। ଏହା ପଛରେ ଅନେକ କାରଣ କୁହାଯାଉଛି। 

ଏହି ସବୁ କାରଣରେ ଭାରତ ଭଳି ଦେଶରେ ଆମେରିକୀୟ ବାଣିଜ୍ୟ ଦୂତାବାସରେ ମୋହର ଲଗାଇବାରେ ବିଳମ୍ୱ , ଏୟାରପୋର୍ଟରେ କଡ଼ା ଯାଞ୍ଚ ଓ ଅଧିକ ସମୟର ପଚରାପଚରିର ପ୍ରକ୍ରିୟା ସାମିଲ ଅଛି। ଏମିତି କି ଆମେରିକା ଫେରିବା ବେଳେ ବିମାନ ବନ୍ଦରରେ ଲୋକଙ୍କ ହେପାଜତକୁ ନେବା ମାମଲା ମଧ୍ୟ ସାମ୍ନାକୁ ଆସିଛି। 

ସିଏଟଲ ସ୍ଥିତ ଇମିଗ୍ରେସନ ଅଫିସର କୃପା ଉପାଧ୍ୟାୟ ଟାଇମ୍ସ ଅଫ୍‌ ଇଣ୍ଡିଆକୁ କହିଛନ୍ତି , ଏହା ଯଦିଓ ନିଷ୍ଠୁର ଲାଗିପାରେ , କିନ୍ତୁ ବିଦେଶୀ ନାଗରିକମାନେ , ବିଶେଷ କରି ଯାହାକୁ ଏଚ-୧ବି ବା ଏଫ୍‌-୧ ଭିସା ଟିକଟକୁ ଅପଡେଟ୍‌ର ଆବଶ୍ୟକ ରହିଛି, ତାଙ୍କୁ ଏବେ ଆମେରିକା ଛାଡ଼ିବା ବିଷୟରେ ଦୁଇ ଥର ଭାବିବା ଉଚିତ୍‌। ଅନ୍ୟପଟେ ଆମେରିକୀୟ ବିଦେଶ ବିଭାଗ କହିଛି ଯେ,ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ବେଳେ ଇଣ୍ଟରଭ୍ୟୁରେ ବିରତ ରହୁଥିଲେ । ହେଲେ ସଂଶୋଧିତ ନିୟମ ଅନୁସାରେ ଏହା ମୁସ୍କିଲ ହୋଇ ଯାଇଛି। 

ଏହି ପରି ଏଫ୍‌-୧ ଭିସା ଥିବା ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀ ଯାହାଙ୍କୁ ଏଚ-୧ବି’ର ଆବଶ୍ୟକ ରହିଛି, ତାଙ୍କୁ ଇଣ୍ଟରଭ୍ୟୁ ସ୍ଲଟ୍‌ ପାଇଁ ଅପେକ୍ଷା କରିବାକୁ ହେବ। ଏନପିଜେଡ୍‌ ଲ’ ଗ୍ରୁପ୍‌ର ମ୍ୟାନେଜିଂ ଅଟର୍ଣ୍ଣି ସ୍ନେହଲ ବତ୍ରା କହିଛନ୍ତି, ଭିସା ଆପଏଣ୍ଟମେଣ୍ଟ ଉପଲବ୍ଧତାରେ ବିଳମ୍ୱ ଚିନ୍ତାର ବିଷୟ। ଆମେ ଏମିତି ବ୍ୟକ୍ତିଙ୍କ ବିଷୟରେ ଜାଣନ୍ତି , ଯିଏ ଅତିରିକ୍ତ ଯାଞ୍ଚ ଓ ସୁରକ୍ଷା ମଞ୍ଜୁରୀ ପରେ ମଧ୍ୟ କୌଣସି ସ୍ପଷ୍ଟ କାରଣ ବିନା ପ୍ରଶାସନିକ ପ୍ରକ୍ରିୟାରେ ଫସି ଯାଇଛନ୍ତି। ଏମିତି ହେବା ଉଚିତ୍‌ ନଥିଲା।

 ବର୍ତ୍ତମାନ ଆମେରିକାରେ ରହୁଥିବା ଲୋକ, ଯାହାଙ୍କ ପାଖରେ ଅନେକ ଦଶକରୁ ଗ୍ରୀନ କାର୍ଡ ଅଛି , କିନ୍ତୁ ସେ ଆମେରିକୀୟ ନାଗରିକତା ପାଇଁ ଆବେଦନ କରି ନାହାନ୍ତି, ଅଧିକାରୀ ତାଙ୍କୁ ଖୁବ୍‌ ଶୀଘ୍ର ଆମେରିକୀୟ ପାସପୋର୍ଟ ପ୍ରାପ୍ତ କରିବାର ପରାମର୍ଶ ଦେଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.