ପ୍ରମୂଖ ଖବର
  • ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ, ଆଜି ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଓଜେଏସ୍‌ ପରୀକ୍ଷାରେ ସଫଳତା ସାଉଁଟିଲେ ସୋଆର ୫ ଜଣ ଆଇନ୍‌ ଛାତ୍ରଛାତ୍ରୀ, ଶୁଭେଚ୍ଛା ଜଣାଇଲେ ପ୍ରତିଷ୍ଠାତା ସଭାପତି...

Published By : Prameya | March 17, 2025 9:10 PM

ଭୁବନେଶ୍ୱର ୧୭/୦୩: ନିକଟରେ ପ୍ରକାଶ ପାଇଛି ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ୨୦୨୩ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍‌) ପରୀକ୍ଷା ଫଳ । ଏଥିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୫ ଜଣ ଆଇନ ଛାତ୍ରଛାତ୍ରୀ କୃତିତ୍ୱର ସହ ସଫଳତା ହାସଲ କରିଛନ୍ତି। 

ସୋଆ ପରିଚାଳିତ ସୋଆ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ (ଏସ୍‌ଏନ୍‌ଆଇଏଲ୍‌) ର ଛାତ୍ରୀ ପାୟଲ୍‌ ଆଟା ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱାତୀ ସାମଲ ୧୫ ତମ ଅଧିକାର କରିଛନ୍ତି । ସେହିଭଳି ଛାତ୍ର ରାହୁଲ ବିକ୍ରମ ପାଠୀ ୧୬ତମ ସ୍ଥାନରେ ରହିଥିବା ବେଳେ, ଦେବଦତ ଜେନା ୨୧ତମ ଏବଂ ଛାତ୍ରୀ ସ୍ମୃତି ପଟ୍ଟନାୟକ ୨୭ ତମ ସ୍ଥାନ ଅଧିକାର କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଏହି କୃତିତ୍ବ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏସ୍‌ଏନ୍‌ଆଇଏଲ୍‌ର ଛାତ୍ରଛାତ୍ରୀଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । 

ସୂଚନା ଯୋଗ୍ୟ ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ୍‌ରେ ସୋଆ ପରିଚାଳିତ ଏସ୍‌ଏନ୍‌ଆଇଏଲ୍‌ ୨୦୨୪ରେ ଦେଶରେ ୯ମ ସ୍ଥାନ ଲାଭ କରିଛି। ଏସ୍‌ଏନ୍‌ଆଇଏଲ୍‌ ଗତ ୩ ବର୍ଷ ଧରି ଦେଶର ଆଇନ୍‌ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଲଗାତାର ଭାବେ ଶ୍ରେଷ୍ଠ ୧୦ଟି ସ୍ଥାନ ମଧ୍ୟରେ ସ୍ଥାନୀତ ହୋଇ ଆସୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.