ପ୍ରମୂଖ ଖବର
  • ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
  • ||
  • IAS ସ୍ତରରେ ଅଦଳବଦଳ, ସମର୍ଥ ବର୍ମା ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ
  • ||
  • ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ହତ୍ୟା ଘଟଣା, ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ
  • ||
  • ଖୋଲିବ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ପେଡି: ରାଜାଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ
  • ||
  • ଭୁବନେଶ୍ୱର ଘାଟିକିଆରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ଉପରେ ଚଢିଗଲା କଲେଜ ବସ୍
  • ||
  • ଗାଜାରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ୍, ୨୦୦ ମୃତ
  • ||
  • ବଦଳିବ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍, ତ୍ରିଶୁଳିଆ ନୁହେଁ କଟକ ଯାଏ ବିସ୍ତୃତ ହେବ ମେଟ୍ରୋ କରିଡର
  • ||
  • ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ପରିବାରବର୍ଗଙ୍କର ହେଲା ବୟାନ ରେକର୍ଡ
  • ||
  • ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ
  • ||
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଜେଲରେ ପଢି ପାସ୍ କଲେ BPSC ପରୀକ୍ଷା, ହାତକଡ଼ି ପକାଇ ଆସିଲେ, ନିଯୁକ୍ତି ପତ୍ର ନେଲେ

Published By : Ankita S | March 18, 2025 10:14 AM

ପାଟନା,୧୮/୦୩: ଜଣେ ବିଚାରଧୀନ କଏଦୀରୁ ଶିକ୍ଷକ ଚାକିରି । ଜେଲରେ ସଜା କାଟୁଥିଲେ । ୧୮ ମାସ ଜେଲ୍ ଚାରିିକାନ୍ଥ ଭିତରେ ଥିଲେ । ସେ ଅନ୍ଧକାର କଠୋରୀରେ ଆଖିରେ ଥିଲା ଅସୁମାରୀ ସ୍ବପ୍ନ । ଜେଲରୁ ବିପିଏସସି ପରୀକ୍ଷା ଦେଲେ । କୃତକାର୍ଯ୍ୟ ବି ହେଲେ । ହ୍ୟାଣ୍ଡକପ୍ ପକାଇ ଆପଏଣ୍ଟମେଣ୍ଟ୍ ଲେଟର ରିସିଭ୍ କଲେ । ବିହାର ଗୟାରୁ ଏପରି ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ।

ବିହାରର ବିପିନ କୁମାର । ପାଟନା ଦାନାପୁର ସ୍ଥିତ ଏକ କୋଚିଂ ସେଣ୍ଟରରେ ପଢାଉଥିଲେ । ଦେଢ ବର୍ଷ ତଳେ ସେଠାରେ ଜଣେ ଛାତ୍ରଙ୍କୁ ମାଡ ମାରିଥିଲେ ବିପିନି । ତାଙ୍କ ନାମରେ ମାମଲା ଦାୟର ହୋଇଥିଲା । ପୋକ୍ସୋ ଆକ୍ଟରେ ୧୮ ମାସ ତଳେ ତାଙ୍କୁ ବିହାର ବୈଉର ଜେଲ୍ ପଠା ଯାଇଥିଲା । ସେ ବିଚାରଧୀନ କଏଦୀ ଭାବେ ଜେଲରେ ଥିଲେ । ଜେଲରେ ଥାଇ ବି ପାଠ ପଢା ଜାରି ରଖିଥିଲେ । ଦିନକୁ ୧୦ ଘଣ୍ଟା ପଢୁଥିଲେ । ଜେଲରୁ ବିପିଏସସି ପରୀକ୍ଷା ଦେଇ ଭଲ ନମ୍ବର ରଖି ପାସ୍ କରିଥିଲେ । ରେଜଲ୍ଟ ଆସିବା ପରେ ଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତିପତ୍ର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ବିପିନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲା । ଏହାପରେ ପାଟନାର ବୈଉର ଜେଲରୁ ବିପିନ କୁମାର ସୁରକ୍ଷା ବ୍ୟବସ୍ଥାରେ ଜଏନିଂ ଲେଟର ନେବାକୁ ଆସିଥିଲେ । ସୁରକ୍ଷା ପାଇଁ ବିପିନଙ୍କ ହାତରେ ହାତକଡି ପକାଇଥିଲା ପୋଲିସ । ତାଙ୍କ ଚାରିପାଖରେ ପୋଲିସ ଘେରି ରହିଥିଲେ ।

ଅଧିକ ପଢନ୍ତୁ...ଜେଲ୍‌ରେ ଥିବା ଅଭିଯୁକ୍ତ ଫୋନ୍‌ରେ ଦେଲା ଧମକ, ଜେଲର ଓ ଡେପୁଟୀ ଜେଲର ନିଲମ୍ୱିତ

ବୋଧଗୟା ସ୍ଥିତ ସଂସ୍କୃତି କେନ୍ଦ୍ରରେ ବିପିଏସସି ଶିକ୍ଷକ ଚୟନ ନିଯୁକ୍ତି ମେଳା ହୋଇଥିଲା । ହାତରେ ହ୍ୟାଣ୍ଡକପ ସହ ପୋଲିସ ଛାଉଣିରେ ଆସିଥିଲେ ବିପିନ କୁମାର । ଶିକ୍ଷକ ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ । ବିହାର ଶିଳ୍ପ ମନ୍ତ୍ରୀ ନିତୀଶ ମିଶ୍ର ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ବିପିନଙ୍କୁ ଦେଖି ସେଠାରେ ଉପସ୍ଥିତ ସମସ୍ତେ ଅଧିକାରୀ ଚକିତ ହୋଇଥିଲେ । ବିପିନଙ୍କୁ ନିଯୁକ୍ତି ପତ୍ର ତ ମିଳି ଯାଇଛି । ହେଲେ ସେ ଜେଲରୁ ପାଠ ପଢାଇବାକୁ ସ୍କୁଲ ଯିବେ କିପରି ତାହା ଏବେ ବଡ଼ ପ୍ରଶ୍ନ । ଜଣେ ବିଚାରଧୀନ କଏଦୀ ନିଯୁକ୍ତି ପତ୍ର ପାଇଥିବା ହୁଏତ ପ୍ରଥମ କାହାଣୀ ହୋଇଥିବ । ବର୍ତ୍ତମାନ ବିପିନଙ୍କ ମାମଲା କୋର୍ଟରେ ବିଚାରଧୀନ ରହିଛି । ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ଚାକିରି ଚାଲିଯିବାର ସମ୍ଭାବନା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.