ପ୍ରମୂଖ ଖବର
  • ବାଲେଶ୍ବରରେ ଗାଡ଼ି ସାଇଡ୍ ମାରିବାରୁ ଗୁଳିମାଡ଼, ଜଣେ ଆହତ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
  • ||
  • IAS ସ୍ତରରେ ଅଦଳବଦଳ, ସମର୍ଥ ବର୍ମା ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ
  • ||
  • ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ହତ୍ୟା ଘଟଣା, ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ
  • ||
  • ଖୋଲିବ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ପେଡି: ରାଜାଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ
  • ||
  • ଭୁବନେଶ୍ୱର ଘାଟିକିଆରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ଉପରେ ଚଢିଗଲା କଲେଜ ବସ୍
  • ||
  • ଗାଜାରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ୍, ୨୦୦ ମୃତ
  • ||
  • ବଦଳିବ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍, ତ୍ରିଶୁଳିଆ ନୁହେଁ କଟକ ଯାଏ ବିସ୍ତୃତ ହେବ ମେଟ୍ରୋ କରିଡର
  • ||
  • ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ପରିବାରବର୍ଗଙ୍କର ହେଲା ବୟାନ ରେକର୍ଡ
  • ||
  • ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ
  • ||
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

Sunita William: ଫେରୁଛନ୍ତି ସୁନୀତା ଉଇଲିୟମ; ହୃଦୟସ୍ପର୍ଶି ପତ୍ର ଲେଖି ଶୁଭେଚ୍ଛା ଜଣାଇଲେ ପିଏମ ମୋଦି

Published By : Bijay Swain | March 18, 2025 4:45 PM

Image courtesy: indiatoday

ନୂଆଦିଲ୍ଲୀ: ଅପେକ୍ଷାର ଅନ୍ତ ଘଟିଲା। ଦୀର୍ଘ ୯ ମାସର କଳ୍ପନାଜଳ୍ପନାରେ ଅନ୍ତ ଘଟାଇ ଭାରତୀୟ ବଂଶୋଭବ ମହାକାଶଚାରୀ ସୁନୀତା ଉଇଲିୟମ ପୃଥିବୀକୁ ଫେରୁଛନ୍ତି। ଏନେଇ ନାସା ନିଜ ମିଶନ ଆରମ୍ଭ କରିସାରିଲାଣି। ଆଉ ମାତ୍ର କେଇ ସମୟ ପରେ ସୁନୀତା ଇଣ୍ଟରନେସନାଲ ସ୍ପେଶ ଷ୍ଟେସନରୁ(ଆଇଏସ୍ଏସ୍) ବାହାରି ପୃଥିବିରେ ପାଦ ଥାପିବେ। ଏହି ପରିପ୍ରେକ୍ଷିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନୀତାଙ୍କ ପାଇଁ ଏକ ହୃଦୟସ୍ପର୍ଶି ପତ୍ର ଲେଖି ପଠାଇଛନ୍ତି।

ପିଏମ୍ ମୋଦିଙ୍କ ଏହି ଚିଠିକୁ ମହାକାଶଚାରୀ ମାଇକ ମାସିମିନୋଙ୍କ ଦ୍ୱାରା ସୁନୀତାଙ୍କୁ ପ୍ରଦାନ କରାଯାଇଥିଲା। ଏହି ବ୍ୟକ୍ତିଗତ ଚିଠିରେ ପିଏମ୍ ମୋଦି ସୁନୀତାଙ୍କ ଉଦ୍ଦେଶ୍ୟରେ “ତୁମେ ଆମ ମାନଙ୍କ ଠୁ ହଜାର ହଜାର ମାଇଲ ଦୁରରେ ଥିଲେ ମଧ୍ୟ ତୁମେ ଆମ ହୃଦୟର ନିକଟବର୍ତ୍ତି ହୋଇ ରହିଛ। ତୁମେ ୧.୪ ବିଲିୟନ ଭାରତୀୟଙ୍କ ପାଇଁ ପ୍ରେରଣା” ବୋଲି ଲେଖିଛନ୍ତି। ଆପଣଙ୍କୁ ଜଣାଇରଖୁ ଯେ ସୁନୀତା ଓ ତାଙ୍କ ସହଯୋଗି ବୁଚ୍ ୱିଲମୋର ମଙ୍ଗଳବାର ଆଇଏସ୍ଏସ୍ ରୁ ଅନଡକ କରିବାକୁ ଯାଉଛନ୍ତି। ସେମାନେ ସ୍ପେଶଏକ୍ସର କ୍ରିଉ ଡ୍ରାଗନ ସ୍ପେଶକ୍ରାଫ୍ଟରେ ଅନଡକ କରିବାର ଦୀର୍ଘ ୧୭ ଘଣ୍ଟା ପରେ ପୃଥିବି ପୃଷ୍ଟରେ ପହଞ୍ଚିବେ ବୋଲି ସୂଚନା ମିଳିଛି। 

ସେ ପୃଥିବିକୁ ଫେରିଲା ଏହା ମହାକାଶ ସହ ଜଡିତ ସଂସ୍ଥା ଗୁଡିକ ପାଇଁ ଏକ ମାଇଲଷ୍ଟୋନ ସାବ୍ୟସ୍ତ ହେବ। ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ସୁନୀତା ମାତ୍ର ୮ ଦିନ ପାଇଁ ନିଜ ମିଶନ ପୁରା କରିବାକୁ ସେ ମହାକାଶକୁ ଯାଇଥିଲେ। କିନ୍ତୁ ଅନେକ ବୈଷୟିକ ଅସୁବିଧା ଓ ବୋଇଂ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ଦେଖାଦେଇଥିବା ଅସୁବିଧା କାରଣରୁ ତାଙ୍କୁ ଏକ ଲମ୍ୱା ସମୟ ମହାକାଶରେ ବିତାଇବାକୁ ପଡିଛି।

ପିଏମ ମୋଦି ଲେଖିଥିବା ପତ୍ରରେ ସୁନୀତାଙ୍କ ଏହି ଅସାଧାରଣ ମହାଜାଗତିକ ଅବଦାନ ପାଇଁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହା ସହ ସେ ଫେରିବା ପରେ ଭାରତକୁ ବୁଲିଆସିବା ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ଏହାସହ ସୁନୀତାଙ୍କ ସଫଳତା ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁରା ଭାରତ ପ୍ରାର୍ଥନା କରୁଛି ଓ ଦେଶର ଝିଅ ସହ ସବୁ ଭାରତୀୟଙ୍କ ଗଭୀର ସମ୍ପନ୍ଧ ରହିଛି ବୋଲି ପିଏମ ମୋଦି ପତ୍ରରେ ଲେଖିଛନ୍ତି। ତେବେ ଏହି ପତ୍ର ପାଇବା ପରେ ସୁନୀତା ପିଏମ ମୋଦିଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ସହ ତାଙ୍କ ସମର୍ଥନ ପାଇଁ ଖୁସି ବ୍ୟକ୍ତ କରିଛନ୍ତି। 

ମାର୍ଚ୍ଚ ୧୯ ତାରିଖ ସକାଳ ୩ଟା ୨୭ ସମୟରେ ସୁନୀତାଙ୍କୁ ନେଇ ଫେରୁଥିବା କ୍ରିଉଡ୍ରାଗନ ସ୍ପେଶକ୍ରାଫ୍ଚ ଆଟଲାଣ୍ଟିକ ସମୁଦ୍ରରେ ଅବତରଣ କରିବ ବୋଲି ଆସା ପ୍ରକାଶ କରାଯାଉଛି। ତେବେ ଏହାକୁ ନେଇ ନାସା ବରାବର ସ୍ପେଶ କ୍ରାଫ୍ଟ ସହ ଯୋଗାଯୋଗରେ ରହିଛି ବୋଲି ସୂଚନା ମିଳିଛି। ତେବେ ଲ୍ୟାଣ୍ଡି ପ୍ରକ୍ରିୟା ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। 

ସୁନୀତାଙ୍କ ସୁରକ୍ଷିତ ସହ ଫେରିଆସିବା କେବଳ ଯେ ଏକ ବ୍ୟକ୍ତିଗତ ସଫଳତାକୁ ଦର୍ଶାଇବ ତାହା ନୁହେଁ ଏହା ଆମକୁ ଏହା ଦର୍ଶାଇବ ଯେ ମହାକାଶ ଯାତ୍ରାରେ କିଛି ମଧ୍ୟ ହୋଇପାରେ। ତେବେ ସେମାନଙ୍କ ସ୍ପେଶକ୍ରାଫ୍ଟ ସମୁଦ୍ରରେ ଅବତରଣ କରିବା ପରେ ତାକୁ ସ୍ଥଳ ଭାଗକୁ ଆଣିବା ପାଇଁ ସେଠାରେ ନାସାର ଏକ ଟିମ ମୃତୟନ କରିଥିବା ନେଇ ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.