ପ୍ରମୂଖ ଖବର
  • ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅପରାଧିକ ତଥ୍ୟ ମାଗିଲେ ହାଇକୋର୍ଟ, ସତ୍ୟପାଠ ଦାଖଲ କରିବେ ଦୀପାଳି
  • ||
  • ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ , ନିଯୁକ୍ତି ଦେଲେ ରାଷ୍ଟ୍ରପତି
  • ||
  • ଆନନ୍ଦପୁର : ପାଣି ପାଇଁ ରାସ୍ତାରୋକ, ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ନହଟିବାକୁ ଚେତାବନୀ
  • ||
  • ବ୍ରହ୍ମପୁର : ଏକାଧିକ ବେଆଇନ୍‌ ହୁକ୍କା ବାର୍‌ରେ ପୋଲିସର ଚଢାଉ, ୭ ମାମଲା ରୁଜୁ କରି ତଦନ୍ତ ଆରମ୍ଭ
  • ||
  • ବାର୍‌ ଡ୍ୟାନ୍ସ କଟକଣା ମାମଲା: ଜବାବ ରଖିଲେନି ସରକାର, ୨୪ରେ ଚୂଡ଼ାନ୍ତ ଶୁଣାଣି
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ
  • ||
  • ଉଦଳା : ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ
  • ||
  • ଉମରକୋଟରେ ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଡ୍ରାଇଭର ମୃତ, ୬ ଗୁରୁତର ହସ୍ପିଟାଲରେ ଭର୍ତ୍ତି
  • ||
  • ଅନ୍ତର୍ଜାତୀୟ ବନ ଦିବସ: ଜଳୁଛି ଜଙ୍ଗଲ, ଥମୁନି ବନ୍ୟଜନ୍ତୁ ଶିକାର
  • ||
  • ଖରା ଯୋଗୁଁ ବଦଳିଲା ସମୟ, ଆଜିଠୁ ସକାଳୁଆ ସ୍କୁଲ: ପ୍ରଥମରୁ ଦ୍ୱାଦଶ ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ଆଜି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ

Published By : prameya | March 18, 2025 10:51 AM

ନୂଆଦିଲ୍ଲୀ,୧୮/୦୩:ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ  ସଡ଼କ  ଦୁର୍ଘଟଣା । କାର୍‌ ସହ ମୁହାଁମୁହିଁ ଧକ୍କା ହେଲା ଆଉ ଏକ କାର୍ । ଫଳରେ  ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମୃତକମାନେ ତେଲେଙ୍ଗାନାର ବୋଲି ଜଣାପଡ଼ିଛି । ଏନେଇ   ମହିଳାଙ୍କ ବାପା ମୋହନ ରେଡ୍ଡୀ ଘଟଣାକୁ ନେଇ କହିଛନ୍ତି ଯେ,  ଦୁର୍ଘଟଣାରେ ପ୍ରଗତି ରେଡ୍ଡୀ, ତାଙ୍କ ପୁଅ ଏବଂ ତାଙ୍କ ଶାଶୁଙ୍କ ମୃତ୍ୟୁ ହୋଇଥିବା ବେଳେ  ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । 

ଏହା ମଧ୍ୟ ପଢନ୍ତୁ- ପୁଣି ରକ୍ତର ଖେଳ ଆରମ୍ଭ; ଗାଜାରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ୍, ୨୦୦ ମୃତ

ଏହି ପରିବାର ରଙ୍ଗା ରେଡ୍ଡୀ ଜିଲ୍ଲାର ଟେକୁଲାପାଲି ଗାଁର ବାସିନ୍ଦା ଥିଲେ। ପ୍ରଗତି ରେଡ୍ଡୀ ଆମେରିକାରେ କାମ କରୁଥିବା ସିଦ୍ଧିପେଟର ରୋହିତ ରେଡ୍ଡୀଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ପୁଅ ଥିଲେ। ପରିବାରର ସମସ୍ତେ ଫ୍ଲୋରିଡାରେ ରହୁଥିଲା। ରୋହିତ ରେଡ୍ଡୀଙ୍କ ମାଆ ସୁନିତା ମଧ୍ୟ ତାଙ୍କ ସହିତ ରହୁଥିଲେ।  ମିଳିଥିବା ସୂଚନା ଅନୁଯାୟୀ, ପରିବାରର ସମସ୍ତେ ମିଶି ଏକ କାରରେ ଯାତ୍ରା କରୁଥିଲେ । ସେହି ସମୟରେ ଫ୍ଲୋରିଡାରେ ଆଉ ଏକ କାର ସହିତ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉକି,  ପ୍ରଗତି ରେଡ୍ଡୀ  MPTCର  ପୂର୍ବତନ ସଦସ୍ୟ ମୋହନ ରେଡ୍ଡୀ ଏବଂ ପୂର୍ବତନ ସରପଞ୍ଚ ପବିତ୍ରା ଦେବୀଙ୍କ ଦ୍ୱିତୀୟ ଝିଅ ଥିଲେ। ଝିଅ ଏବଂ ନାତିକୁ ହରାଇ  ଦମ୍ପତି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେପଟେ ୩ ଜଣଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.