ଭୁବନେଶ୍ୱର,୨୧/୦୩: ଦେଓମାଳି ପର୍ବତ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ହେଲେ ପାହାଡ ସାରା ଆବର୍ଜନା ଗଦା ହୋଇଛି । ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଦେଓମାଳିର ଏଭଳି ଅବସ୍ଥା ଦେଖି ଚିନ୍ତା ପ୍ରକଟ କରିଛନ୍ତି । ନିଜର ଆଗାମୀ ଚଳଚ୍ଚିତ୍ର ‘ଏସ୍ଏସ୍ଏମ୍ବି୨୯’ର ସୁଟିଂ ସାରି କୋରାପୁଟରୁ ଫେରିବା ପରେ ରାଜାମୌଲି୍ ନିଜର ଏକ୍ସ ଆକାଉଣ୍ଟରେ ଦେଓମାଳି ପର୍ବତର ଅବସ୍ଥା ଦେଖି ବିଚଳିତ ଥିବା ପ୍ରକାଶ କରିଛନ୍ତି । ଏହି ପର୍ବତ ସୁରକ୍ଷାରେ ନିଜକୁ ନିୟୋଜିତ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।
Had an amazing solo trek to Deomali, Odisha’s highest and most stunning peak. The view from the top was absolutely breathtaking.
— rajamouli ss (@ssrajamouli) March 19, 2025
However, it was disheartening to see the trail marred by litter. Such pristine wonders deserve better. A little civic sense can make a huge… pic.twitter.com/8xVBxVqQvc
ଦେଓମାଳିର ଏକ ଭିଡିଓ ପୋଷ୍ଟ କରି ରାଜାମୌଲି ଲେଖିଛନ୍ତି, ଓଡ଼ିଶାର ସର୍ବୋଚ୍ଚ ପର୍ବତ ଦେଓମାଳି ଉପରକୁ ଯାଇ ସେ ବିଭୋର ହୋଇଥିଲେ । ତେବେ ଲୋକେ ସଚେତନ ହେଲେ ଦେଓମାଳି ପାହାଡ଼ର ଅବସ୍ଥା ବଦଳିଯିବ । ପର୍ଯ୍ୟଟକମାନେ ସେମାନଙ୍କ ବର୍ଜ୍ୟ ପଦାର୍ଥ ଅନ୍ୟତ୍ର ଫିଙ୍ଗିବା ଲାଗି ସେ ପରାମର୍ଶ ଦେଇଛନ୍ତି । ରାଜାମୌଲିଙ୍କ ଏହି ପୋଷ୍ଟ୍ ପରେ ପରିବେଶବିତ୍ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ସହ ସେଠାରେ ପ୍ଲାଷ୍ଟିକ ନିଷେଧ କରିବାକୁ ସେମାନେ ଦାବି କରିଛନ୍ତି ।
ପ୍ରକାଶଥାଉକି, କିଛିଦିନ ତଳେ ‘ଏସ୍ଏସ୍ଏମ୍ବି୨୯’ ଚଳଚ୍ଚିତ୍ରର କିଛି ଦୃଶ୍ୟ ସୁଟିଂ ପାଇଁ ନିଜ ଟିମ୍ ସହ କୋରାପୁଟ ଆସିଥିଲେ ରାଜାମୌଲି ।