ନୂଆଦିଲ୍ଲୀ, ୨୦/୩ : ବଲିଉଡ଼ ଭାଇଜାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ରିଲିଜ ହେବ ସଲମାନ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସିକନ୍ଦର’। ବହୁ ଦିନରୁ ଏହି ସନେମାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏବେ ପର୍ଯ୍ୟନ୍ତ ‘ସିକନ୍ଦର’ ସହ ଯୋଡ଼ି ହୋଇଥିବା କେତେକ ଗୀତ ଏବଂ ସଲମାନ ଖାନଙ୍କ ଲୁକ୍ ଭାଇରାଲ ହୋଇସାରିଛି । କିନ୍ତୁ ଟ୍ରେଲର କେବେ ରିଲିଜ ହେବ ଏହାକୁ ନେଇ ସସ୍ପେନ୍ସ ଜାରି ରହିଛି । କିନ୍ତୁ ଏବେ ଏହି ସସ୍ପେନ୍ସରୁ ପରଦା ଉଠିଛି । ସୂଚନା ଅନୁସାରେ ସୁପରଷ୍ଟାରଙ୍କ ଏହି ବହୁ ପ୍ରତିକ୍ଷୀତ ସିନେମା ‘ସିକନ୍ଦର’ର ଟ୍ରେଲର ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)୨୦୨୫ର ଉଦଘାଟନ ସମାରୋହରେ ଲଞ୍ଚ କରାଯିବ ।
ଏହି ଭବ୍ୟ ଆୟୋଜନ ୨୨ମାର୍ଚ୍ଚ ୨୦୨୫ରେ କୋଲକାତାର ପ୍ରତିଷ୍ଠିତ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ହେବାକୁ ଯାଉଛି । ଯେଉଁଠାରେ ବଲିଉଡ଼ ଏବଂ କ୍ରିକେଟର ଶାନଦାର ମିଶ୍ରଣ ଦେଖିବାକୁ ମିଳିବ । ଏହି ଇଭେଣ୍ଟରେ ଶାହରୁଖ ଖାନଙ୍କ ସହିତ କେତେକ ବଡ଼ ଷ୍ଟାର ବି ଉପସ୍ଥିତ ରହିବାର ଖବର ସାମ୍ନାକୁ ଆସୁଛି । ଯାହାକୁ ନେଇ ସଲମାନଙ୍କ ଫ୍ୟାନ୍ସଙ୍କ ଖୁସି ଦୁଇ ଗୁଣିତ ହୋଇଯାଇଛି ।