ମୁମ୍ବାଇ, ୨୦/୩ : ବିକ୍କି କୌଶଲଙ୍କ ଫିଲ୍ମ ଛାବାର ବକ୍ସ ଅଫିସରେ ଜଲଓ୍ବା ଏବେ ବି କମ ହେବାର ନାଁ ନେଉନି । ଫିଲ୍ମର କଲେକ୍ସନ ସ୍ପିଡ ଦେଖି ଲାଗୁଛି କି ଏବେ ଫିଲ୍ମ ଏକ ବଡ଼ ରେକର୍ଡ଼ କରିବାକୁ ଦୌଡ଼ୁଛି । ଫିଲ୍ମର ଏହି ସ୍ପିଡ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ୬ଷ୍ଠ ଓ୍ବିକେଣ୍ଡରେ ଆହୁରି ବଢିବ ଏବଂ ଫିଲ୍ମ ସଲମାନ ଖାନଙ୍କ ସିକନ୍ଦର ରିଲିଜ ପୂର୍ବରୁ ୬୦୦କୋଟିର ସଂଖ୍ୟା ଛୁଇଁ ପାରେ । ଫିଲ୍ମର ଆଜିର କଲେକ୍ସନ ଯଦି ଦେଖିବା ତେବେ ଆସନ୍ତୁ ଜାଣିବା କେତେ ରହିଛି କଲେକ୍ସନ ।
ଛାବାକୁ ବକ୍ସ ଅଫିସରେ ୫ସପ୍ତାହ ଆଜି ପୂରା ହେଉଛି । ଏଥିଲାଗି ଫିଲ୍ମର ଭିନ୍ନ ଭିନ୍ନ ସପ୍ତାହର କଲେକ୍ସନ ପ୍ରଥମେ ଆସନ୍ତୁ ଜାଣିବା । ଫିଲ୍ମ ପ୍ରଥମ ସପ୍ତାହରୁ ନେଇ ଚତୁର୍ଥ ସପ୍ତାହ ପର୍ଯ୍ୟନ୍ତ ୨୨୫.୨୮, ୧୮୬.୧୮, ୮୪.୯୪ ଏବଂ ୪୩.୯୮କୋଟି ଟଙ୍କା କଲେକ୍ସନ କରିଛି ।
ଫିଲ୍ମ ୨୯ତମ ଏବଂ ୩୦ତମ ଏବଂ ୩୧ତମ ଦିନ ମୋଟ ୭.୨୫, ୭.୯ ଏବଂ ୮କୋଟି ଟଙ୍କା କଲେକ୍ସନ କରିଛି । ଏହାପରେ ୩୨ତମ, ୩୩ତମ ଏବଂ ୩୪ତମ ଦିନ ପ୍ରତ୍ୟେକ ଦିନ ୬.୫କୋଟି ଟଙ୍କାର ବିଜନେସ କରି ୩୪ଦିନରେ ମୋଟ ୫୮୩.୦୩କୋଟି ଟଙ୍କା କଲେକ୍ସନ କରିଛି ।
ରିପୋର୍ଟ ଅନୁସାରେ ଛାବା ଆଜି ୪.୪୫ ପର୍ଯ୍ୟନ୍ତ ୯୧କୋଟି ଟଙ୍କା କଲେକ୍ସନ କରି ମୋଟ ୫୮୩.୯୪କୋଟି ଟଙ୍କାର କଲେକ୍ସନ କରି ନେଇଛି । ଏହି ସଂଖ୍ୟା ଫାଇନାଲ ନୁହେଁ । ଏଥିରେ ପରିବର୍ତ୍ତନ ହୋଇପାରେ ।