ପ୍ରମୂଖ ଖବର
  • ବଣାଇ ଜାମୁଢିହି ଟୋଲ ଗେଟ ନିକଟରେ ଚା’ ଦୋକାନ ଉପରେ ମାଡିଗଲା ହାଇଓ୍ବା, ୩ ମୃତ
  • ||
  • ଶ୍ରୀକ୍ଷେତ୍ରରେ କାଳବୈଶାଖୀ ପ୍ରଭାବ, ଓଲଟା ଉଡ଼ିଲା ଛାଉଣୀ ମଠର ବାନା
  • ||
  • ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌
  • ||
  • କେନ୍ଦୁଝର : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ନିଖୋଜ
  • ||
  • ଗଞ୍ଜାମ: କୁକୁରକୁ ହାଣିଲେ ୮ ଦୁର୍ବୁତ୍ତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ହରିଆଣା ବାହାଦୁରଗଡ଼ରେ ଘର ଭିତରେ ବିସ୍ଫୋରଣ, ସିଲିଣ୍ଡର ଫାଟି ୪ ମୃତ, ଜଣେ ଗୁରୁତର
  • ||
  • ଜଗତସିଂହପୁର: ବହି ଗୋଦାମର ବିସ୍ଫୋରଣ, ଜଳିଗଲା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବହିଖାତା
  • ||
  • ଆମେରିକା ମେକ୍ସିକୋର ଏକ ପାର୍କରେ ଆଖିବୁଜା ଗୁଳିମାଡ଼, ୩ ମୃତ, ୧୫ରୁ ଅଧିକ ଗୁରୁତର
  • ||
  • ଆଇପିଏଲ୍‌ରେ ସୁପର ସନ୍‌ଡେରେ ଡବଲ ଫାଇଟ୍, ହାଇଦ୍ରାବାଦ- ରାଜସ୍ଥାନ,ଚେନ୍ନାଇ- ମୁମ୍ବାଇ ମୁକାବିଲା
  • ||
  • ରାଜ୍ୟରେ ଆହୁରି ଦୁଇ ଦିନ ତାଣ୍ଡବ ରଚିବ କାଳବୈଶାଖୀ,୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

Amaal Mallik: ପରିବାର ସହ ସଂପର୍କ କାଟିଲେ ବଲିଉଡ୍‌ କଣ୍ଠଶିଳ୍ପୀ ଅମାଲ ମଲିକ୍‌

Published By : Tapas Panda | March 20, 2025 6:41 PM

ମୁମ୍ବାଇ: ବଲିଉଡ୍‌ କଣ୍ଠଶିଳ୍ପୀ ଅମାଲ ମଲିକ୍‌ ନିଜ ପରିବାର ସହ ସଂପର୍କ ଛିନ୍ନ କରିଥିବା ନେଇ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ବର୍ଷ ବର୍ଷ ଧରି ବିଭିନ୍ନ ଆହ୍ବାନର ସାମ୍ନା କରିବା ପରେ ସେ  ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ସେ କହିଛନ୍ତି ଯେ, ଏବେ ତାଙ୍କ ପରିବାର ସହିତ କେବଳ ବୃତ୍ତିଗତ ସଂପର୍କ ରହିବ । 

ଅମାଲ ମଲିକ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, 'ମୁଁ ଏପରି ଏକ ସ୍ଥାନରେ ପହଞ୍ଚିଛି ଯେଉଁଠାରେ ମୁଁ ଭୋଗିଥିବା ଯନ୍ତ୍ରଣା ବିଷୟରେ ଆଉ ଚୁପ୍ ରହିପାରିବି ନାହିଁ । ବର୍ଷ ବର୍ଷ ଧରି ମୋତେ ନିକୃଷ୍ଟ ଅନୁଭବ କରାଯାଉଥିଲା । ଯଦିଓ ମୁଁ ମୋ ପ୍ରିୟଜନଙ୍କ ପାଇଁ ଏକ ସୁରକ୍ଷିତ ଜୀବନ ଲାଗି ଦିନରାତି କଠିନ ପରିଶ୍ରମ କରୁଛି। ମୋର ସମସ୍ତ ସ୍ୱପ୍ନ ଭାଙ୍ଗି ଯାଇଛି ଏବଂ ଲୋକମାନେ ମୋ ବିଷୟରେ ନକାରାତ୍ମକ କଥା କହୁଛନ୍ତି ଏବଂ ମୁଁ ଏପର୍ଯ୍ୟନ୍ତ କ’ଣ କରିଛି ତାହା ଉପରେ ପ୍ରଶ୍ନ ଉଠାଉଛନ୍ତି । ଗତ ଦଶନ୍ଧୀ ମଧ୍ୟରେ ମୁଁ ମୋର ରକ୍ତ, ଝାଳ ଏବଂ ଲୁହ ବୁହାଇ ୧୨୬ଟି ଗୀତର ସ୍ୱର ସୃଷ୍ଟି କରିଛି । ମୁଁ XYZ ର ଭଣଜା କିମ୍ବା ପୁଅ ବୋଲି କୁହାଯିବାର କାହାଣୀକୁ ବଦଳାଇ ଦେଇଛି ।’

ସେ ଆହୁରି ଲେଖିଛନ୍ତି, ‘ ଆଜି ମୁଁ ଏପରି ଏକ ସ୍ଥାନରେ ଠିଆ ହୋଇଛି ଯେଉଁଠାରେ ମୋର ଶାନ୍ତି ଛଡ଼ାଇ ନିଆଯାଇଛି ।  ମୁଁ କ୍ଲାନ୍ତ ହୋଇଗଲିଣି ଏବଂ ହୁଏତ ଆର୍ଥିକ ଦୁଃସ୍ଥିତିରେ ରହିଛି । କିନ୍ତୁ ଏଥିପ୍ରତି ଚିନ୍ତା ନାହିଁ । ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁ କାରଣରୁ ମୁଁ କ୍ଲିନିକାଲ୍ ଡିପ୍ରେସନ୍‌ରେ ରହିଛି । ହଁ, ମୋର କାର୍ଯ୍ୟ ପାଇଁ ମୁଁ କେବଳ ନିଜକୁ ଦାୟୀ କରିବି । କିନ୍ତୁ ମୋ ନିକଟତର ଲୋକଙ୍କ କାର୍ଯ୍ୟ ମୋ ଆତ୍ମାକୁ କଷ୍ଟ ଦେଇଛି ।  ମୋର ମୂଲ୍ୟକୁ ଅନେକ ଗୁଣ ହ୍ରାସ କରିଛି । ଆଜି ଭାରାକ୍ରାନ୍ତ ହୃଦୟରେ ମୁଁ ଘୋଷଣା କରୁଛି ଯେ, ମୁଁ ମୋର ବ୍ୟକ୍ତିଗତ ସମ୍ପର୍କରୁ ଦୂରେଇ ଯାଉଛି । ଏବେ ମୋ ପରିବାର ସହିତ ମୋର ସମ୍ପର୍କ କେବଳ ବୃତ୍ତିଗତ ହେବ ।’




ଏହା କ୍ରୋଧରେ ନିଆଯାଇଥିବା ନିଷ୍ପତ୍ତି ନୁହେଁ। ବରଂ ଏହା ମୋ ଜୀବନକୁ ସଜାଡ଼ିବା ପାଇଁ ଆବଶ୍ୟକ । ମୁଁ ଚାହୁଁନାହିଁ ଯେ, ମୋର ଅତୀତ ମୋର ଭବିଷ୍ୟତକୁ ନଷ୍ଟ କରୁ । ମୁଁ ସଚ୍ଚୋଟତା ଏବଂ ଶକ୍ତି ସହିତ ମୋ ଜୀବନକୁ ପୁନଃନିର୍ମାଣ କରିବାକୁ ଚାହୁଁଛି ବୋଲି ଲେଖିଛନ୍ତି ଅମାଲ । ସୂଚନାଯୋଗ୍ୟ ଯେ, ଅମାଲ ମଲିକ ୨୦୧୪ ମସିହାରେ ଜୟ ହୋ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ । ସେ ‘ଏମ୍ ଏସ୍ ଧୋନି: ଦି ଅନଟୋଲ୍ଡ ଷ୍ଟୋରୀ’ ଚଳଚ୍ଚିତ୍ରର ଗୀତ ମାଧ୍ୟମରେ ପ୍ରସିଦ୍ଧି ପାଇଥିଲେ । ସେପଟେ ମିଳିଥିବା ସୂଚନା ଅନୁସାରେ, ଅମାଲ ମଲିକଙ୍କ ମା’ ପୁଅ କରିଥିବା ପୋଷ୍ଟ ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଏହା ସହ ସେ ମିଡିଆକୁ ତାଙ୍କର ପାରିବାରିକ ମାମଲାରେ ହସ୍ତକ୍ଷେପ ନକରିବାକୁ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.