ପ୍ରମୂଖ ଖବର
  • ମାଛ ଭାଗବଣ୍ଟାରୁ ଗଡ଼ିଲା ମୁଣ୍ଡ, ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା: ବାଇକ୍ ଦୁର୍ଘଟଣାରେ ମୁଖ୍ୟ ସାକ୍ଷୀ ମନୁ ଗୁୁରୁତର
  • ||
  • ନବ ଦାସ ହତ୍ୟା ମାମଲା: ଗୋପାଳ ଦାସଙ୍କ ହାତରୁ ବନ୍ଧୁକ ଛଡ଼ାଇଥିବା ଯୁବକଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା
  • ||
  • ଜୟପୁର: ଅପହୃତଙ୍କ କବଳରୁ ଖସିଆସିଲେ ବ୍ୟବସାୟୀ ଏ.ରାଜୁ, ବନ୍ଧୁକ ମୁନରେ କିଡ୍‌ନାପ କରିଥିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ଭିତରକାଠରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି
  • ||
  • କାଳବୈଶାଖୀ ବର୍ଷା ଯୋଗୁଁ ଶିମିଳିପାଳ ୨ ଦିନ ବନ୍ଦ, କେବଳ ରାତ୍ରୀ ରହଣି ପାଇଁ ଅନୁମତି
  • ||
  • ପଞ୍ଜାବ ପୋଲିସକୁ ବଡ଼ ସଫଳତା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କୁଖ୍ୟାତ ଅପରାଧି ଗିରଫ
  • ||
  • ପାରାଦୀପରେ ଲୁଟେରାଙ୍କ ଆତଙ୍କରାଜ, ସୁନା ବ୍ୟବସାୟୀଙ୍କ ବେକରେ କଟୁରୀ ଲଗାଇ ଲୁଟ୍
  • ||
  • ଚେନ୍ନାଇ ସୀମା ପୁନଃ ନିର୍ଦ୍ଧାରଣ ବୈଠକରେ ଯୋଗଦେବେ ବିଜେଡି, କଂଗ୍ରେସ,ତାମିଲନାଡୁ ଗସ୍ତରେ ଭକ୍ତ, ସଂଜୟ, ଅମର
  • ||
  • ୟୁନିଟ-୩ରେ ଏକ ସପିଙ୍ଗ ମଲରେ ଅଗ୍ନିକାଣ୍ଡକୁ ଆୟତ୍ତ କଲେ ଫାୟାର ଫାଇଟର୍, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ
  • ||
  • ଆଇପିଏଲ୍ ମହାସମର ୨୦୨୫: ୧୩ ସହରରେ ଖେଳାଯିବ ୭୪ମ୍ୟାଚ୍‌, ଆଜି କେକେଆର୍‌- ଆର୍‌ସିବି ଉଦ୍‌ଘାଟନୀ ମ୍ୟାଚ୍‌
  • ||
  • କାଳବୈଶାଖୀ ଆଣିଲା ଆଶ୍ୱସ୍ତି: ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୨ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

Karnataka: ଠିକା କାମରେ ମୁସଲିମ କଣ୍ଟ୍ରାକ୍ଟରମାନଙ୍କୁ ମିଳିଲା ୪ ପ୍ରତିଶତ ସଂରକ୍ଷଣ; ମୋହର ମାରିଲେ କର୍ଣ୍ଣାଟକ ସରକାର

Published By : Bijay Swain | March 21, 2025 10:29 PM

ନୂଆଦିଲ୍ଲୀ: ଗୋଟିଏପଟେ ସଂରକ୍ଷଣ ଅନ୍ୟପଟେ ସମାଲୋଚନା। ମୁସଲିମ କଣ୍ଟ୍ରାକ୍ଟରମାନଙ୍କୁ ରାଜ୍ୟରେ ହେଉଥିବା ଟେଣ୍ଟର ବାବଦରେ ୪ ପ୍ରତିଶତ ସଂରକ୍ଷଣ ଦେବା ମାମଲାରେ ମୋହର ମାରିଛନ୍ତି କର୍ଣ୍ଣାଟକ ସରକାର। ସବୁଠୁ ବଡ କଥା ହେଉଛି ଆଜି ବିଧାନସଭାରେ ଏହି ବିଲ ଆଗତ କରିବା ସମୟରେ ବିରୋଧି ବିଜେପି ଏହାର କଡା ବିରୋଧ କରିଥିଲା। ତେବେ ବହୁ ବାଦ ବିବାଦ ମଧ୍ୟରେ ଏହି ବିଲକୁ ଲାଗୁ କରିଛନ୍ତି କର୍ଣ୍ଣାଟକ ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀ ସିଦ୍ଧରମିୟାଙ୍କ ନେତୃତ୍ତ୍ୱରେ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ହିକ୍ ପାଟିଲ ସଂସଦରେ ଏହି ବିଲ ଆଗତ କରିଥିଲେ। ଏହି ବିଲ୍ କର୍ଣ୍ଣାଟକ ଟ୍ରାନ୍ସପରେନ୍ସି ଇନ ପବ୍ଲିକ ପ୍ରକ୍ୟୁରମେଣ୍ଟସ୍(କେଟିପିପି) ନିୟମ ଅଧିନରେ ପାସ୍ ହୋଇଥିବା ଜଣାପଡିଛି। ଏହି ନୂତନ ନିୟମ ଅନୁଯାୟୀ ୨ କୋଟି ଯାଏଁ ବିଭିନ୍ନ ସିଭିଲ୍ କଣ୍ଟ୍ରାକ୍ଟ କାମ ଓ ୧ କୋଟି ପର୍ଯ୍ୟନ୍ତ ପଣ୍ୟ ଓ ସେବାପାଇଁ ମୁସଲିମ କଣ୍ଟ୍ରାକ୍ଟରମାନଙ୍କୁ 4 ପ୍ରତିଶତ ସଂରକ୍ଷଣ ପ୍ରଦାନ କାରଯାଇଛି। 

ଆଜି ବିଧାନସଭାରେ ଅଧିବେଶନଟି ବିଜେପି ବିଧାୟକମାନଙ୍କ ତୀବ୍ର ବିରୋଧ ସହିତ ଆରମ୍ଭ ହୋଇଥିଲା। ଗୃହରେ ଆଗତ ହୋଇଥିବା  ବିଲ୍‌ଟିକୁ ଅସାମ୍ବିଧାନିକ ଏବଂ ରାଜନୈତିକ ତୁଷ୍ଟିକରଣ ପାଇଁ କରାଯାଇଛି ବୋଲି ସେମାନେ ଅଭିଯୋଗ ଆଣିଥିଲେ। ପୂର୍ବାହ୍ନରେ, ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ପଶି ହୋହାଲ୍ଲା କରିବା ସହ ବିଭିନ୍ନ ଡକ୍ୟୁମେଣ୍ଟ ଚିରି ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଏହି ବିଲ୍‌ଟି  ମୁସଲିମ୍ କୋଟା ପାଇଁ ଉପସ୍ଥାପିତ କରାଯାଉଛି ବୋଲି କହିବା ସହ ବାଚସ୍ପତିଙ୍କୁ କିଛି କହିବାକୁ ଦେଇନଥିଲେ।

ବିଜେପି ବିଧାୟକମାନଙ୍କ ବିଶୃଙ୍ଖଳାର ପ୍ରତିକ୍ରିୟାରେ, ବାଚସ୍ପତି ୟୁଟି ଖାଦେର ମୋଟ୍ ୧୮ ଜଣ ବିଜେପି ବିଧାୟକଙ୍କୁ ଛଅ ମାସ ପାଇଁ ନିଲମ୍ବିତ କରିଥିଲେ। ନିଲମ୍ବିତ ସଦସ୍ୟମାନଙ୍କୁ ମାର୍ଶାଲମାନେ ବଳପୂର୍ବକ ବିଧାନସଭାରୁ ବାହାର କରିଦେଇଥିଲେ। ଅନ୍ୟପଟେ ଶାସକ ଦଳ ଏହାକୁ ସମସ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଉଛି ବୋଲି କହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.