ପୁଣେ, ୨୨/୩ : ପୁଣେରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବାପା ନିଜ ପୁଅର ଗଳା ଚିପି ହତ୍ୟା କରିଛି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜନୈକ ଆଇଟି ଇଞ୍ଜିନିୟର ବାପା ମାଧ୍ୟବ ଟିକେଟିଙ୍କର ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ ହୋଇଥିଲା । ପରେ ନିଜର ସାଢେ ୩ବର୍ଷର ପୁଅର ଗଳା ଚିପି ହତ୍ୟା କରିଛନ୍ତି । ପୋଲିସ ସହରର ଚନ୍ଦନ ନଗର ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି ।
ପୋଲିସ ଏହି ଘଟଣା ସମ୍ବନ୍ଧରେ କହିଛି କି ଟିକେଟି ପରିବାର ମୂଳ ରୂପରେ ବିଶାଖାପାଟନମରେ ରହିଥାନ୍ତି । ମାଧ୍ୟବ ଟିକେଟିଙ୍କ ନିଜ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ ଥିଲା । ଏହି କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବି ହେବାରେ ଲାଗିଥିଲା । ଶୁକ୍ରବାର ଝଗଡ଼ା ପରେ ସ୍ବାମୀ ନିଜ ପୁଅକୁ ନେଇ ଘରୁ ଚାଲିଯାଇଥିଲେ । ପରେ ଚନ୍ଦନନଗରର ଜଙ୍ଗଲରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ ।
ତା’ପର ଦିନ ସକାଳେ ଉକ୍ତ ବ୍ୟକ୍ତି ଜଣଙ୍କ ଚନ୍ଦନପୁର ନିକଟ ଜଙ୍ଗଲରେ ନିଶା ଶକ୍ତ ଅବସ୍ଥାରେ ମିଳିଥିଲେ । ପୋଲିସ ଯେତେବେଳେ ତାଙ୍କୁ ପଚରାଉଚରା କରିଥିଲେ କି ପୁଅ କାହିଁ ତ ସେ କହିଥିଲେ କି ସେ ପୁଅକୁ ମାରି ଦେଇଛନ୍ତି । ଜଙ୍ଗଲରେ ଯାଞ୍ଚ ସମୟରେ ପୋଲିସ ମୃତଦେହକୁ ଜବତ କରିଛି।