ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଗୁପ୍ତାଙ୍ଗରେ ଲୁଚାଇ ରଖିଥିଲେ ଡ୍ରଗ୍ସ , ମହିଳାଙ୍କ ମେଡିକାଲ ଯାଞ୍ଚ କରାଇବା ପରେ ପୁଲିସ ଆଶ୍ଚର୍ଯ୍ୟ

Published By : Prameya | March 22, 2025 9:16 PM

ବେଙ୍ଗାଲୁରୁ : ବେଙ୍ଗାଲୁରୁରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଏମଡିଏସଏ ( ମାଦକ ଦ୍ରବ୍ୟ)ର ତସ୍କରୀ କରିବା ଅଭିଯୋଗରେ, ଜଣେ ୩୪ବର୍ଷିୟା ମହିଳା ହୋଇଛନ୍ତି ଗିରଫ। ଶନିବାର ପୁଲିସ ଅଧିକାରୀଙ୍କ ଠାରୁ ଏହି ସୂଚନା ମିଳିଛି। ଅଭିଯୁକ୍ତ ମହିଳାଙ୍କ ନାଁ ଅନିଲା ରବିନ୍ଦ୍ରନ, ଯିଏକି ଅଞ୍ଚାଲୁମୁଦୁ ନିବାସୀ। ତାଙ୍କୁ ଶକ୍ତିକୁଲଙ୍ଗରା ପୁଲିସ ଓ କୋଲ୍ଲମ ସହର ପୁଲିସ ଡିଷ୍ଟ୍ରିକ୍ଟ ଆଣ୍ଟି-ନାର୍କୋଟିକ୍ସ ସ୍ପେଶାଲ ଟାକ୍ସ ଫୋର୍ସ ଶୁକ୍ରବାର ସନ୍ଧ୍ୟାରେ ହେପାଜତକୁ ନେଇଛି।

ପୁଲିସର କହିବାନୁସାରେ, ସେ ବେଙ୍ଗାଲୁରୁରୁ କାରରେ ଯାତ୍ରା କରୁଥିଲେ ଏବଂ ନିନ୍ଦକରା ପୋଲ ପାଖରେ ପୁଲିସ ତାଙ୍କ ଗାଡ଼ିକୁ ରୋକିବାକୁ ପ୍ରୟାସ କରି ଥିଲା , କିନ୍ତୁ କାର ଚାଳକ ଗାଡ଼ି ରୋକି ନଥିଲେ , ଏହାପରେ ପୁଲିସ କାର୍‌ର ପିଛା କରିଥିଲା। ପୁଲିସ ସୂତ୍ରାନୁସାରେ , ପରେ କାର୍‌କୁ ରୋକା ଯାଇ ତଲାସୀ କରାଯାଇ ଥିଲା , ଏଥିରେ ୯୦ ଗ୍ରାମ ଏମଡିଏମଏ ଜବତ କରାଯାଇ ଥିଲା। 

ପୁଲିସ କହିଛି କି, କାର୍‌ରୁ ପ୍ରଥମେ ୫୦ ଗ୍ରାମ୍ ଏମଡିଏମଏ ଜବତ ହୋଇଥିଲା ଏବଂ ପରେ ମେଡିକାଲ ଯାଞ୍ଚ ବେଳେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟ ( ଗୁପ୍ତାଙ୍ଗ)ରେ ଲୁଚାଇ ରଖାଯାଇ ଥିବା ,ପାଖାପାଖି ୪୦ ଗ୍ରାମ ଏମଡିଏମଏ ଥିବା ଜଣାପଡ଼ି ଥିଲା। ହେଲେ, ମୋଟ ଜବତ ମାଦକ ଦ୍ରବ୍ୟର ସଠିକ୍‌ ମାତ୍ରାର ସ୍ପଷ୍ଟ ଏବେ ସୁଦ୍ଧା ହୋଇନାହିଁ, କିନ୍ତୁ ଆନୁମାନିକ ପରିମାଣ ୯୦ ଗ୍ରାମ ଥିବା କୁହାଯାଉଛି।

ପୁଲିସ ସୂତ୍ରାନୁସାରେ , ମହିଳା କୋଲ୍ଲମ ସହରରେ ସ୍କୁଲ ଓ କଲେଜ୍‌ର ଛାତ୍ରଛାତ୍ରୀଙ୍କୁ ଏମଡିଏମଏର ସପ୍ଲାଇ କରିବା ପାଇଁ ମାଦକ ଦ୍ରବ୍ୟର ତସ୍କରୀ କରୁଥିଲେ। ଅଧିକାରୀମାନେ କହିଛନ୍ତି ଯେ , ଅଭିଯୁକ୍ତ ମହିଳା ପ୍ରଥମେ ମଧ୍ୟ ଏମଡିଏମଏର ତସ୍କରୀରେ ସାମିଲ ରହି ସାରିଛନ୍ତି। ପୁଲିସ କହିଛି କି , ଅଭିଯୁକ୍ତ ଦ୍ୱାରା ବ୍ୟବହାର କରାଯାଇ ଥିବା କାର୍‌ ମଧ୍ୟ ଜବତ କରାଯାଇଛି ଏବଂ ମାମଲାର ବିସ୍ତୃତ ଯାଞ୍ଚ ଜାରି ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.