ନୂଆଦିଲ୍ଲୀ,୨୨।୩: ହରିୟାଣାର କୁରୁକ୍ଷେତ୍ରରେ ଆୟୋଜିତ ୧୦୦୮ କୁଣ୍ଡୀୟ ମହାଯଜ୍ଞ ବେଳେ ଗୁଳିକାଣ୍ଡ ଘଟଣା ସାମନାକୁ ଆସିଛି। ଏହି ଗୁଳିକାଣ୍ଡରେ ପଣ୍ଡିତ ଆଶିଷ କୁମାର ଆହତ ହୋଇଛନ୍ତି। ସେଭଳି ବହୁ ବ୍ରାହ୍ମଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ଉତ୍ୟକ୍ତ ଲୋକ ଉପଯୁକ୍ତ ନ୍ୟାୟ ଦାବିରେ କୁରୁକ୍ଷେତ୍ର-କେଥଲ ରୋଡ୍କୁ ଜାମ୍ କରିଦେଇଥିଲେ। ଯାହାଫଳରେ ଉତ୍ତେଜନାମୂଳକ ସ୍ଥିତି ଦେଖିବାକୁ ମିଳିଥିଲା। ବ୍ରାହ୍ମଣଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ଉପରେ ଜାଣିଶୁଣି ଆକ୍ରମଣ କରାଯାଇଛି।
ହରିୟାଣାର କରୁକ୍ଷେତ୍ରରେ ୧୮ ମାର୍ଚ୍ଚରୁ ମହାଯଜ୍ଞ ଆରମ୍ଭ ହୋଇଥିଲା। ଖରାପ ଖାଦ୍ୟର ଅଭିଯୋଗକୁ ନେଇ ୧୦୦୮ କୁଣ୍ଡ ଥିବା ଏହି ଶିବ ଶକ୍ତି ମହାଯଜ୍ଞରେ ସାମିଲ ବ୍ରାହ୍ମଣଙ୍କ ଉପରେ ଲାଠିଚାର୍ଜ ହୋଇଥିଲା। ଶନିବାର ସକାଳେ ତିନି ବ୍ରାହ୍ମଣଙ୍କୁ ଗୁଳିବାଜିବା କାରଣରୁ ସେମାନେ ଆହତ ହୋଇଥିଲେ। ଆହତ ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଯଣା ପରେ ପଣ୍ଡିତମାନେ ଜୋରଦାର ହଙ୍ଗାମା କରିଛନ୍ତି। ମୁଖ୍ୟ ସଡକକୁ ଜାମ୍ କରି ଦିଆଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପଣ୍ଡିତମାନେ ମହାଯଜ୍ଞ ବେଳେ ଖରାପ ଖାଦ୍ୟ ପରସିବାର ଅଭିଯୋଗ କରିଥିଲେ। ଏହାପରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା। ପରେ ମହାଯଜ୍ଞ ସମ୍ରାଟ ବାବା ହରିଓମ୍ଙ୍କ ଅଙ୍ଗରକ୍ଷକ ଗୁଳିମାଡ କରିଥିଲେ। ଏଥିରେ ୩ ଜଣ ପଣ୍ଡିତ ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକ ନାୟକ ଜୟ ପ୍ରକାଶ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଉଲ୍ଲେଖନୀୟ ଯେ, ଏହି ମହାଯଜ୍ଞରେ ଏପର୍ଯ୍ୟନ୍ତ ବିଜେପି ପ୍ରଦେଶ(ହରିୟାଣା) ଅଧ୍ୟକ୍ଷ ମୋହନଲାଲ ବଡୋଲି, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁମନ୍ ସୈନୀ ଓ ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ସୁଭାଷ ସୁଧାଙ୍କ ଭଳି ବହୁ ବନ ନେତା ସାମିଲ ହୋଇସାରିଛନ୍ତି।