ପ୍ରମୂଖ ଖବର
  • ବଣାଇ ଜାମୁଢିହି ଟୋଲ ଗେଟ ନିକଟରେ ଚା’ ଦୋକାନ ଉପରେ ମାଡିଗଲା ହାଇଓ୍ବା, ୩ ମୃତ
  • ||
  • ଶ୍ରୀକ୍ଷେତ୍ରରେ କାଳବୈଶାଖୀ ପ୍ରଭାବ, ଓଲଟା ଉଡ଼ିଲା ଛାଉଣୀ ମଠର ବାନା
  • ||
  • ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌
  • ||
  • କେନ୍ଦୁଝର : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ନିଖୋଜ
  • ||
  • ଗଞ୍ଜାମ: କୁକୁରକୁ ହାଣିଲେ ୮ ଦୁର୍ବୁତ୍ତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ହରିଆଣା ବାହାଦୁରଗଡ଼ରେ ଘର ଭିତରେ ବିସ୍ଫୋରଣ, ସିଲିଣ୍ଡର ଫାଟି ୪ ମୃତ, ଜଣେ ଗୁରୁତର
  • ||
  • ଜଗତସିଂହପୁର: ବହି ଗୋଦାମର ବିସ୍ଫୋରଣ, ଜଳିଗଲା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବହିଖାତା
  • ||
  • ଆମେରିକା ମେକ୍ସିକୋର ଏକ ପାର୍କରେ ଆଖିବୁଜା ଗୁଳିମାଡ଼, ୩ ମୃତ, ୧୫ରୁ ଅଧିକ ଗୁରୁତର
  • ||
  • ଆଇପିଏଲ୍‌ରେ ସୁପର ସନ୍‌ଡେରେ ଡବଲ ଫାଇଟ୍, ହାଇଦ୍ରାବାଦ- ରାଜସ୍ଥାନ,ଚେନ୍ନାଇ- ମୁମ୍ବାଇ ମୁକାବିଲା
  • ||
  • ରାଜ୍ୟରେ ଆହୁରି ଦୁଇ ଦିନ ତାଣ୍ଡବ ରଚିବ କାଳବୈଶାଖୀ,୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ନାରାୟଣ ମୂର୍ତ୍ତିଙ୍କ ୭୦ ଘଣ୍ଟା କାମ କରିବା କଥା ଉପରେ ମୁହଁ ଖୋଲିଲେ ପତ୍ନୀ ସୁଧାମୂର୍ତ୍ତି, କହିଲେ- ଯେତେବେଳେ ଲୋକେ...

Published By : Prameya | March 22, 2025 8:05 PM

ନୂଆଦିଲ୍ଲୀ,୨୨।୩: ସପ୍ତାହକୁ ୭୦ ଘଣ୍ଟା କାମ କରିବାକୁ ନେଇ ଇନଫୋସିସ୍ ଫାଉଣ୍ଡର ନାରାୟଣ ମୂର୍ତ୍ତିଙ୍କ ମନ୍ତବ୍ୟ ନେଇ ବିବାଦ ହୋଇଥିଲା। ଏବେ ଏହାକୁ ନେଇ ତାଙ୍କ ପତ୍ନୀ  ତଥା ରାଜ୍ୟସଭା ସାଂଯସଦ ସୁଧା ମୂର୍ତ୍ତି ମୁହଁ ଖୋଲିଛନ୍ତି। ତାଙ୍କ ସ୍ବାମୀ ଓ ଇନଫୋସିସ୍‌ର କୋ-ଫାଉଣ୍ଡ ନାରାୟଣ ମୂର୍ତ୍ତି ଗତ କିଛି ଦିନ ପୂର୍ବେ ଏହା କହି ବିବାଦ ଆରମ୍ଭ କରିଥିଲେ। ସେ କହିଥିଲେ ୭୦ ଘଣ୍ଟାର କାମ କରିବା ଦରକାର। ଏହା ଉପରେ ଖୁବ୍ ହଙ୍ଗାମା ହୋଇଥିଲା। ଏବେ ସୁଧା ମୂର୍ତ୍ତି ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଯେତେବେଳେ ଲୋକ ଯୋଶ୍‌ରେ ଥାଆନ୍ତି ତାଙ୍କ ପାଇଁ କେବେ ବି ସମୟ ଲିମିଟ୍‌ ନଥାଏ।

ସୁଧା ମୂର୍ତ୍ତୀ କହିଛନ୍ତି, ନିଜ କ୍ୟାରିୟର ଆରମ୍ଭରୁ ତାଙ୍କ ସ୍ବାମୀ ପ୍ରତି ସପ୍ତାହ ୭୦ ଘଣ୍ଟାରୁ ଅଧିକ କାମ କରୁଥିଲେ। ଏହି କାରଣରୁ ଅତି କମ୍‌ ଟଙ୍କାରେ ଇନଫୋସିସ୍‌ ତିଆରି କରିବାର ସ୍ବପ୍ନ ସମ୍ଭବ ହୋଇପାରିଥିଲା। ଏହା କୌଣସି ଯାଦୁ ନଥିଲା ଯେ, ଇନଫୋସିସ୍‌ ଭଳି ଏତେ ବଡ଼ ସଂସ୍ଥାକୁ ତିଆରି କରିବା। ଏହା କଠିନ ପରିଶ୍ରମ, ଭାଗ୍ୟ, ଠିକ୍ ସମୟର ଫଳାଫଳ ଥିଲା। ’

ଗତ ବର୍ଷ ବ୍ୟକ୍ତିଗତ ବଳିଦାନ ବିଷୟରେ କହି ସୁଧାମୂର୍ତ୍ତି କହିଥିଲେ, କିଭଳି ସେ ନିଜ ସ୍ବାମୀଙ୍କ ବ୍ୟସ୍ତ କ୍ୟାରିୟର ସହ ପରିବାର ଜୀବନକୁ ସନ୍ତୁଳିତ କରିଥିଲେ। ମୂର୍ତ୍ତି ଏହା ମଧ୍ୟ ସ୍ବୀକାର କହିଥିଲେ କାମ ପ୍ରତି ସମର୍ପଣର ଏହି ସ୍ତର କେବଳ ତାଙ୍କ ସ୍ବାମୀଙ୍କ ପର୍ଯ୍ୟନ୍ତ ସୀମିତ ନୁହେଁ। ଅନ୍ୟକ୍ଷେତ୍ରର ଲୋକେ ଯେପରିକି ଡାକ୍ତର ଓ ସାମ୍ବାଦିକ, ସବୁବେଳେ ନିଜର ଲକ୍ଷ୍ୟକୁ ପାଇବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରୁଛନ୍ତି। ଉଲ୍ଲେଖନୀୟ ଯେ, ଗତ ବର୍ଷ ୨୦୨୩ ରେ ପଡକାଷ୍ଟ ବେଳେ ଇନଫୋସିସ୍‌ ସଂସ୍ଥାପକ ନାରାୟଣ ମୂର୍ତ୍ତି କହିଛନ୍ତି, ଦେଶର କାର୍ଯ୍ୟ ଉତ୍ପାଦକତା ଦୁନିଆରେ ସବୁଠାରୁ କମ୍‌ ଭିତରୁ ଗୋଟିଏ। ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଜର୍ମାନୀ ଓ ଜାପାନୀଙ୍କ ଉଦାହରଣ ଦେଇଥିଲେ। ସେ କହିଥିଲେ, ଯୁବକପୀଢିଙ୍କୁ ସପ୍ତାହରେ ୭୦ ଘଣ୍ଟା କାମ କରିବାର ବିଚାର କରିବା ଦରକାର।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.