ମୁମ୍ବାଇ,୧୮/୩ : ବଲିଉଡ଼ରେ କେତେକ ଏଭଳି ସେଲିବ୍ରେଟି ଅଛନ୍ତି ଯେଉଁମାନେ ନିଜ ପ୍ରେମ ଲାଗି ଧର୍ମ ବି ପରିବର୍ତ୍ତନ କରିଛନ୍ତି । କିଛି ହିନ୍ଦୁ ସେଲିବ୍ରେଟି ଅଛନ୍ତି ଯେଉଁମାନେ ଇସଲାମ ଧର୍ମ ଆପଣାଇବା ପରେ ବିବାହ କରିଛନ୍ତି । ବଲିଉଡ଼ ଅଭିନେତା ଧର୍ମେନ୍ଦ୍ର ଇଣ୍ଡଷ୍ଟ୍ରିରେ ଆସିବା ପରେ ଛାଇ ଯାଇଥିଲେ । ଧର୍ମେନ୍ଦ୍ର ହେମା ମାଳିନୀଙ୍କ ସହ କେତେକ ଫିଲ୍ମରେ କାମ କରିଥିଲେ ଏବଂ ତାଙ୍କ ପ୍ରେମରେ ଦିଓ୍ବାନା ହୋଇଥିଲେ । ଯାହାପରେ ଉଭୟେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ ।
ଧର୍ମେନ୍ଦ୍ର ପ୍ରଥମରୁ ବିବାହ କରିଥିଲେ ଏବଂ ତାଙ୍କର ପିଲାମାନେ ବି ଅଛନ୍ତି । ସେ ହେମା ମାଳିନୀଙ୍କୁ ବିବାହ କରିବା ପରେ ଇସଲାମ ଧର୍ମ ଆପଣାଇଥିଲେ । ଯାହା ପରେ ହେମା ମାଳିନୀଙ୍କୁ ବିବାହ କରିଥିଲେ ।
ସୈଫ ଅଲୀ ଖାନ ଏବଂ ଅମୃତା ସିଂହ ଜଣେ ଅନ୍ୟଜଣଙ୍କ ପ୍ରେମରେ ଦିଓ୍ବାନା ହୋଇଯାଇଥିଲେ । ସୈଫଙ୍କୁ ବିବାହ କରିବା ଲାଗି ଅମୃତା ଇସଲାମ ଧର୍ମ ଆପଣାଇଥିଲେ । ମାତ୍ର ସୈଫ ଏବଂ ଅମୃତାଙ୍କ ବିବାହ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲି ପାରିନଥିଲା , ପରେ ଉଭୟେ ଅଲଗା ହୋଇଯାଇଥିଲେ । ଅମୃତାଙ୍କୁ ତଲାକ୍ ପରେ ସୈଫ ବିବାହ କରିସାରିଛନ୍ତି ମାତ୍ର ଅମୃତା ଦ୍ବିତୀୟ ବିବାହ କରିନାହାନ୍ତି ।
ଶର୍ମିଳା ଟାଗୋରଙ୍କ ହୃଦୟ କ୍ରିକେଟର ମସୁର ଅଲୀ ଖାନଙ୍କ ଉପରେ ଆସିଯାଇଥିଲା । ଉଭୟେ କିଛି ବର୍ଷ ଡେଟ୍ କରିବା ପରେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ । ମସୁର ଅଲୀ ଖାନଙ୍କୁ ବିବାହ କରିବା ଲାଗି ଶର୍ମିଳା ଟାଗୋର ଇସଲାମ ଧର୍ମ ଆପଣାଇଥିଲେ । ତାଙ୍କ ବିବାହର ଫଟୋ ଆଜି ବି ଭାଇରାଲ ହେବାରେ ଲାଗିଛି ।
ଅଭିନେତ୍ରୀ ଆୟଶା ଟକିୟା ଫିଲ୍ମ ଓ୍ବାଣ୍ଟେଡ ଲାଗି ଜଣା ଯାଇଥାନ୍ତି । ସେ ଏବେ ଅଭିନୟରୁ ଦୂରରେ ରହିଛନ୍ତି । ସେ ୨୦୦୯ରେ ଫରହାନ ଆଜମୀଙ୍କୁ ବିବାହ କରିଥିଲେ । ଫରହାନଙ୍କୁ ବିବାହ କରିବା ଲାଗି ଆୟଶା ନିଜ ଧର୍ମ ପରିବର୍ତ୍ତନ କରିଥିଲେ ।