ମୁମ୍ବାଇ,୧୮/୦୩: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ 'ଜାଟ' । ଫିଲ୍ମ ସହ ଅଭିନେତା ସାଉଥ ସିନେମାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରଟି ଏପ୍ରିଲ୍ ୨୦୨୫ରେ ମୁକ୍ତିଲାଭ କରିବ। ତେବେ ଫିଲ୍ମ ରିଲିଜ ପୂର୍ବରୁ ସନ୍ନି ଦେଓଲ ତାଙ୍କର ବ୍ଲକବ୍ଲଷ୍ଟର ଚଳଚ୍ଚିତ୍ର 'ଘାତକ' ସହ ପ୍ରେକ୍ଷାଳୟକୁ ଆସୁଛନ୍ତି । ପୁଣିଥରେ ସନ୍ନି ଦେଓଲଙ୍କ ଫିଲ୍ମ 'ଘାତକ' ପ୍ରେକ୍ଷାଳୟରେ ଧମାକା କରିବାକୁ ଯାଉଛି। ଏନେଇ ଅଭିନେତା ସୋସିଆଲ ମିଡ଼ିଆରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ- ଇବ୍ରାହିମଙ୍କ ପରେ ଡ଼େବ୍ୟୁ କରିଲେ ଆଶୀ ତ୍ରିପାଠୀ , ଭାବପ୍ରବଣ ହେଲେ ପଙ୍କଜ
ସନ୍ନି ଦେଓଲ 'ଘାତକ' ଫିଲ୍ମର ପୁନଃ ରିଲିଜ ତାରିଖ ପ୍ରକାଶ କରିଛନ୍ତି । ମାର୍ଚ୍ଚ ୨୧ରେ 'ଘାତକ' ପ୍ରେକ୍ଷାଳୟରେ ପୁନଃ ମୁକ୍ତିଲାଭ କରିବାକୁ ଯାଉଛି । ଏଥିସହ ପରଦିନ ମାର୍ଚ୍ଚ ୨୨ ସନ୍ନି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ର 'ଜାଟ' ଟ୍ରେଲର ମୁକ୍ତିଲାଭ କରିବ । ଅଭିନେତା ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, 'ନିଜକୁ ପ୍ରସ୍ତୁତ କର, କାରଣ କ୍ଲାସିକ୍ ଫିଲ୍ମ ଆସୁଛି, 'ଘାତକ' ପୁଣିଥରେ ରେଡ୍ ଲୋରୀ ଫିଲ୍ମ ଫେଷ୍ଟିଭାଲ୍ ପରଦାରେ ଆସୁଛି।ଫିଲ୍ମ ୨୧ମାର୍ଚ୍ଚରେ ବଡ ପରଦାରେ ଆସୁଛି ।' ଚଳଚ୍ଚିତ୍ର 'ଘାତକ'କୁ ରାଜକୁମାର ସନ୍ତୋଷୀ ନିର୍ଦ୍ଦେଶନା ଦେଇଥିଲେ । ଦିୱାଲୀ ଅବସରରେ ଏହି ଫିଲ୍ମ ୮ ନଭେମ୍ବର ୧୯୯୬ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଆରଡି ବର୍ମନ, ଭାନରାଜ ଭାଟିଆ ଏବଂ ଅନୁ ମଲିକଙ୍କ ସଙ୍ଗୀତ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୬.୨କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ 'ଘାତକ'ର ସାରା ବିଶ୍ୱରେ ୨୧.୭କୋଟି ଟଙ୍କା ଏବଂ ଭାରତରେ ୧୫.୨୪ କୋଟି ଟଙ୍କା କଲେକ୍ସନ କରାଯାଇଥିଲା । ଏହି ସିନେମାରେ ସନ୍ନି ଦେଓଲ କାଶୀ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ବିପରୀତ ମୀନାକ୍ଷୀ ଶେଶାଦ୍ରି ଥିଲେ ।