ମୁମ୍ବାଇ,୧୮/୦୩:ନିକଟରେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ବଲିଉଡ଼ରେ ଡ଼େବ୍ୟୁ କରିଥିଲେ । ବର୍ତ୍ତମାନ ଏବେ ଆଉ ଜଣେ ମହାନ ଅଭିନେତାଙ୍କ ଝିଅ ଅଭିନୟରେ ଡେବ୍ୟୁ କରିଛନ୍ତି । ସେ ଆଉ କେହି ନୁହଁନ୍ତି ପଙ୍କଜ ତ୍ରିପାଠୀଙ୍କ ଝିଅ ଆଶୀ ତ୍ରିପାଠୀ । ତାଙ୍କୁ ନିକଟରେ ଏକ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିଥିଲା। ତାଙ୍କର ମ୍ୟୁଜିକ୍ ଭିଡିଓ 'ରଙ୍ଗ ଡାରୋ' ୧୩ ମାର୍ଚ୍ଚରେ ହୋଲି ଅବସରରେ ମୁକ୍ତିଲାଭ କରିଥିଲା। ଯାହା ଏବେ ବେଶ୍ ଦୃଷ୍ଟି ଆକର୍ଷଣ କରୁଛି। ପଙ୍କଜ ତ୍ରିପାଠୀ ତାଙ୍କ ଝିଅ ଆଶୀଙ୍କୁ ପରଦାରେ ଦେଖିବା ପରେ ଭାବପ୍ରବଣ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ- AR Rahman: ଡାକ୍ତରଖାନାରେ ଏଆର ରେହମାନ, ଚିନ୍ତାବ୍ୟକ୍ତ କଲେ ସାଇରା ରେହମାନ
ପଙ୍କଜ ତ୍ରିପାଠୀ ତାଙ୍କର ଏକ ସାକ୍ଷାତକାରରେ ଝିଅ ଆଶୀ ତ୍ରିପାଠୀଙ୍କ ଡେବ୍ୟୁ ବିଷୟରେ କହିଥିଲେ। ସେ କହିଥିଲେ ଯେ 'ଆଶିଙ୍କୁ ପରଦାରେ ଦେଖିବା ମୋ ପାଇଁ ଓ ମୋ ପତ୍ନୀ ମୃଦୁଲାଙ୍କ ପାଇଁ ଏବହୁତ ଭାବପ୍ରବଣ ଏବଂ ଗର୍ବର ମୁହୂର୍ତ୍ତ ଥିଲା।' ଆଶୀ ସବୁବେଳେ ନିଜର କଳା ପ୍ରଦର୍ଶନ କରିବାରେ ଆଗ୍ରହୀ । ତାଙ୍କର ପ୍ରଥମ ପ୍ରୋଜେକ୍ଟରେ ଏଭଳି ଅଭିନୟ ପ୍ରକୃତରେ ବିଶେଷ ଥିଲା । ଯଦି ତାଙ୍କର ପ୍ରଥମ ଆରମ୍ଭ ଏହିପରି ହୁଏ, ତେବେ ମୁଁ ତାଙ୍କର ପରବର୍ତ୍ତୀ ଯାତ୍ରା ପାଇଁ ଉତ୍ସାହର ସହିତ ଅପେକ୍ଷା କରିବି।
ପ୍ରକାଶ ଥାଉକି, ଆଶୀ ତ୍ରିପାଠୀ ତାଙ୍କର ପ୍ରଥମ ମ୍ୟୁଜିକ୍ ଭିଡିଓ 'ରଙ୍ଗ ଡାରୋ'ରେ ଚମତ୍କାର ଅଭିନୟ କରିଛନ୍ତି। ତାଙ୍କ ବିପକ୍ଷରେ ପ୍ରଭାକର ସ୍ୱାମୀଙ୍କୁ ଦେଖିବାକୁ ମିଳିଛି। ଏହି ଗୀତଟିକୁ ମୈନାକ ଭଟ୍ଟାଚାର୍ଯ୍ୟ ଏବଂ ସଞ୍ଜନା ରାମନାରାୟଣ କଣ୍ଠଦାନ କରିଛନ୍ତି। ଅଭିନବ ଆର କୌଶିକ ଗୀତଟି ରଚନା କରିଛନ୍ତି। ୧୩ ମାର୍ଚ୍ଚରେ ରିଲିଜ୍ ହୋଇଥିବା ଏହି ଗୀତଟି ୟୁଟ୍ୟୁବରେ ୬ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ପ୍ରକାଶ ଥାଉକି,ପଙ୍କଜ ତ୍ରିପାଠୀଙ୍କ ଝିଅ ଆଶୀ ତ୍ରିପାଠୀ ମୁମ୍ବାଇର ଏକ କଲେଜରେ ପଢ଼ୁଛନ୍ତି। ସେ ତାଙ୍କ ବାପାଙ୍କ ପରି ଅଭିନୟରେ କ୍ୟାରିଅର କରିବାକୁ ଚାହାଁନ୍ତି।