ମୁମ୍ବାଇ,୧୮/୦୩: ପୁଣି ପରଦାରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଅଭିନେତା ଫିଲ୍ମ 'କିଙ୍ଗଡ଼ମ୍' ସହ ଫେରୁଥିବା ବେଳେ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ ହୋଇଯାଇଛି । ଯାହାର ଭିଡି଼ଓ ଅଭିନେତା ନିଜେ ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା ଏକ ମ୍ୟୁଜିକାଲ ଟିଜର ହୋଇଥିବା ବେଳେ ଏଥିରେ ମ୍ୟୁଜିକ ପ୍ଲେ ହେଉଛି ଏବଂ ଯୁଦ୍ଧର କିଛି ସିନ୍ ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ- AR Rahman: ଡାକ୍ତରଖାନାରେ ଏଆର ରେହମାନ, ଚିନ୍ତାବ୍ୟକ୍ତ କଲେ ସାଇରା ରେହମାନ
ଅନିରୁଦ୍ଧ ଏହାର ମ୍ୟୁଜିକ ଦେଇଥିବା ବେଳେ ଏହା ବେଶ୍ ସାନନ୍ଦାର ହୋଇଛି । ଏହି ଟିଜରକୁ ଦେଖି ଫ୍ୟାନ୍ସ ଫିଲ୍ମକୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ବହୁତ ଭଲ । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ବେଶ୍ ପ୍ରଭାବଶାଳୀ । ଏହି ଭିଡିଓରେ ଏଭଳି ଅନେକ କମେଣ୍ଟ ଦେଖିବାକୁ ମିଳିଛି । ଅଭିନେତା ଫିଲ୍ମକୁ ନେଇ ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲେ । ପୂର୍ବରୁ ଏହି ଫିଲ୍ମକୁ ଭିଡ଼ି୧୨ କୁହାଯାଉଥିଲା । ଅର୍ଥାତ ବିଜୟ ଦେବରକୋଣ୍ଡାଙ୍କ ଏହା ଦ୍ବାଦଶ ଫିଲ୍ମ । ଏହାପରେ ଫିଲ୍ମର ଟାଇଟଲ ଫାଇନାଲ ହୋଇ 'କିଙ୍ଗଡ଼ମ୍' ରଖାଯାଇଛି । ବର୍ତ୍ତମାନ ଫିଲ୍ମ ରିଲିଜକୁ ନେଇ କୌଣସି ତାରିଖ ଘୋଷଣା ହୋଇନାହିଁ । ବିଜୟ ନିଜର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ବେଶ୍ ଚର୍ଚ୍ଚାରେ ରୁହନ୍ତି । ଅନେକ ଦିନ ଧରି କୁହାଯାଉଛି ଯେ, ଅଭିନେତା ଓ ରଶ୍ମିକା ମନ୍ଦାନା ଉଭୟଙ୍କୁ ଡେଟ୍ କରୁଛନ୍ତି ।