ପ୍ରମୂଖ ଖବର
  • ବାଲେଶ୍ବରରେ ଗାଡ଼ି ସାଇଡ୍ ମାରିବାରୁ ଗୁଳିମାଡ଼, ଜଣେ ଆହତ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
  • ||
  • IAS ସ୍ତରରେ ଅଦଳବଦଳ, ସମର୍ଥ ବର୍ମା ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ
  • ||
  • ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ହତ୍ୟା ଘଟଣା, ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ
  • ||
  • ଖୋଲିବ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ପେଡି: ରାଜାଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ
  • ||
  • ଭୁବନେଶ୍ୱର ଘାଟିକିଆରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ଉପରେ ଚଢିଗଲା କଲେଜ ବସ୍
  • ||
  • ଗାଜାରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ୍, ୨୦୦ ମୃତ
  • ||
  • ବଦଳିବ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍, ତ୍ରିଶୁଳିଆ ନୁହେଁ କଟକ ଯାଏ ବିସ୍ତୃତ ହେବ ମେଟ୍ରୋ କରିଡର
  • ||
  • ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ପରିବାରବର୍ଗଙ୍କର ହେଲା ବୟାନ ରେକର୍ଡ
  • ||
  • ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ
  • ||
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

‘ଯଦି ପ୍ରଧାନମନ୍ତ୍ରୀ ମୋଦି ନଥାନ୍ତେ, ମୁଁ ରାଜନୀତିରେ ପ୍ରବେଶ କରିନଥାନ୍ତି: କଙ୍ଗନା ରାଣାୱତ

Published By : Prameya | March 18, 2025 7:49 PM

ନୂଆଦିଲ୍ଲୀ: ‘ଯଦି ପ୍ରଧାନମନ୍ତ୍ରୀ ମୋଦି ନଥାନ୍ତେ, ତେବେ ମୁଁ ରାଜନୀତିରେ ପ୍ରବେଶ କରିନଥାନ୍ତି’, ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ ଏକ ଜାତୀୟ ଗଣମାଧ୍ୟମର କନକ୍ଲେଭରେ ସାମିଲ୍ ହେବା ଅବସରରେ ଏଭଳି କହିଛନ୍ତି। କଙ୍ଗନା ଏହା ମଧ୍ୟ କହିଛନ୍ତି ଯେ, ଯଦି ସେ (ମୋଦୀ) ସେଠାରେ ନଥାନ୍ତେ ତେବେ ସେ ବିଜେପିରେ ଯୋଗ ଦେଇନଥାନ୍ତେ।

ତାଙ୍କ ଅଭିନିତ ଶେଷ ଫିଲ୍ମ ରିଲିଜ୍ ହୋଇଥିବା ‘ଏମରଜେନ୍ସି’ ବିଷୟରେ କଥା ହୋଇ କଙ୍ଗନା କହିଛନ୍ତି ଯେ, ଫିଲ୍ମକୁ ସାର୍ଟିଫିକେଟ ଦିଆଗଲା ନାହିଁ, କାହିଁକି ନାଁ ଲୋକମାନେ ତାଙ୍କ ଫିଲ୍ମର ପ୍ରାମାଣିକତା ଉପରେ ପ୍ରଶ୍ନ ଉଠାଇଥିଲେ। ତଥାପି,ତାଙ୍କୁ ବିଶ୍ବାସ ଥିଲା ଯେ, ଫିଲ୍ମଟି ଦିନକୁ ଦିନ ଚମକିବ ଏବଂ ଏହା ମଧ୍ୟ ହେଲା।

ସେ ଚଣ୍ଡିଗଡ଼ ଚାପୁଡ଼ା ବିବାଦ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ଫିଲ୍ମ ରିଲିଜ୍ ପୂର୍ବରୁ ତାଙ୍କୁ ଧମକ ଦିଆଯାଇଥିଲା। ସେ କହିଛନ୍ତି ଯେ ଲୋକମାନେ ତାଙ୍କୁ ଏମରଜେନ୍ସି ଚଳଚ୍ଚିତ୍ରରେ ଅନେକ ଦୃଶ୍ୟ ନ ଦେଖାଇବାକୁ ଚେତାବନୀ ମଧ୍ୟ ଦେଇଥିଲେ। ମନୋରଞ୍ଜନ ଶିଳ୍ପରେ ଲିଙ୍ଗଗତ ଭେଦଭାବ ବିଷୟରେ କଥା ହୋଇ କଙ୍ଗନା କହିଛନ୍ତି ଯେ କେବଳ ବଲିଉଡ ନୁହେଁ ବରଂ ସମାଜ ମଧ୍ୟ ମହିଳା ଲେଖିକା, ଅଭିନେତ୍ରୀ ଏବଂ ନିର୍ଦ୍ଦେଶକଙ୍କୁ କମ୍ ଆକଳନ କରେ। ଏହା ପରିବର୍ତ୍ତନ ହେବା ଉଚିତ ଏବଂ ଏକ ସମାଜ ଭାବରେ ଆମକୁ ଏହି ପରିବର୍ତ୍ତନ ଆଣିବା ଉଚିତ।'

କଙ୍ଗନା ରାଣାୱତ ଆହୁରି କହିଛନ୍ତି କି, 'ପ୍ରତ୍ୟେକ କ୍ଷେତ୍ରର ନିଜସ୍ୱ ଗଣିତ ଅଛି।' ଏହା ଅନେକ ଜିନିଷ ଉପରେ ନିର୍ଭର କରେ। ଆପଣ ଏହା ମଧ୍ୟ ଦେଖିବେ ଯେ ଫିଲ୍ମ ଦେଖୁଥିବା ଦର୍ଶକଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ। ତେଣୁ, ସେଗୁଡ଼ିକୁ ସ୍କ୍ରିନରେ ଅଧିକ ପ୍ରଦର୍ଶିତ କରାଯାଏ । ମହିଳା ମାନେ ଯେତେ ଅଧିକ ଘରୁ ବାହାରକୁ ଆସି ଦାୟିତ୍ୱ ଗ୍ରହଣ କରିବେ, ଏହି ପରିସ୍ଥିତି ସେତେ ଅଧିକ ପରିବର୍ତ୍ତନ ହେବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.