ପ୍ରମୂଖ ଖବର
  • ବାଲେଶ୍ବରରେ ଗାଡ଼ି ସାଇଡ୍ ମାରିବାରୁ ଗୁଳିମାଡ଼, ଜଣେ ଆହତ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
  • ||
  • IAS ସ୍ତରରେ ଅଦଳବଦଳ, ସମର୍ଥ ବର୍ମା ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ
  • ||
  • ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ହତ୍ୟା ଘଟଣା, ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ
  • ||
  • ଖୋଲିବ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ପେଡି: ରାଜାଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ
  • ||
  • ଭୁବନେଶ୍ୱର ଘାଟିକିଆରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ଉପରେ ଚଢିଗଲା କଲେଜ ବସ୍
  • ||
  • ଗାଜାରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ୍, ୨୦୦ ମୃତ
  • ||
  • ବଦଳିବ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍, ତ୍ରିଶୁଳିଆ ନୁହେଁ କଟକ ଯାଏ ବିସ୍ତୃତ ହେବ ମେଟ୍ରୋ କରିଡର
  • ||
  • ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ପରିବାରବର୍ଗଙ୍କର ହେଲା ବୟାନ ରେକର୍ଡ
  • ||
  • ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ
  • ||
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଖୋଲିବ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ପେଡି: ରାଜାଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ

Published By : Prameya | March 18, 2025 2:01 PM

ଭୁବନେଶ୍ୱର ୧୮/୦୩:  ଖୋଲିବ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ପେଡି। ବିଜେଡି ନେତା ରାଜାଚକ୍ରକୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ଆବେଦନ। ବାଲେଶ୍ବର OPID କୋର୍ଟରେ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କଲେ ଇଓଡବ୍ଲ୍ୟୁର ଡିଏସ୍‌ପି ରମେଶ ସିଂ। ରିମାଣ୍ଡରେ ଆଣି ଇଓଡବ୍ଲୁ ଅଧିକ ପଚରାଉଚରା କରିବ। ଗତ ୧୩ ତାରିଖରେ ରାଜାଙ୍କ ସମେତ ମୋଟ ୩ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ।  ଏବେ ଜେଲ୍‌ରେ ରାଜାଚକ୍ର ଅଛନ୍ତି। ଏହି ମହା ଘୋଟଲାରେ ଆହୁରି ଅନେକ ବଡ଼ ମୁଣ୍ଡ ସାମିଲ ଥିବାର ସନ୍ଦେହ କରାଯାଉଛି।

କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ତଦନ୍ତ ସମୟରେ ଏହା ଜଣାପଡ଼ିଥିଲା ଯେ, ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଛି। ଖଣି ଦ୍ୱାରା ପ୍ରଭାବିତ ଗ୍ରାମବାସୀଙ୍କ କଲ୍ୟାଣ ନାମରେ ୩୪ କୋଟି ନିଆଯାଇଛି, କିନ୍ତୁ କୌଣସି ପାରିପାର୍ଶ୍ୱିକ ବିକାଶ କରାଯାଇନି ବୋଲି ୨ ଜଣ ବିଡିଓ କହିଛନ୍ତି। ସେହିପରି, ୯.୧ କୋଟି ଟଙ୍କା ଉଠାଇ ଗୋଟିଏ ମା’ କାଳୀ ପେଟ୍ରୋଲ ପମ୍ପକୁ ଦିଆଯାଇଥିଲା, ଯାହା GMLକୁ କୌଣସି ଇନ୍ଧନ ଯୋଗାଇ ନଥିଲା। ବରଂ ଏହା ରାଜା ଚକ୍ରଙ୍କ ଗାଡ଼ିକୁ ଇନ୍ଧନ ଯୋଗାଇ ଦେଉଥିଲା। ଯାହାର ପେମେଣ୍ଟ GML ଦ୍ୱାରା କରାଯାଉଥିଲା। ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ୩୩ କୋଟି ବାଣ୍ଟିଛନ୍ତି। ଗାଁ ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଣ୍ଟାଯାଇଛି। ଲୋଡିଂ ଚାର୍ଜ ଏବଂ ଶ୍ରମ ଦେୟ ଭାବରେ ପ୍ରାୟ ୭୪ କୋଟି ଟଙ୍କା ଦର୍ଶାଯାଇଛି। ଏତେବଡ ସମବାୟ ସଂସ୍ଥା, ଯାହା ଜରିଆରେ ଶତାଧିକ କୋଟି ଟଙ୍କାର କାରବାର ହୋଇଛି, କିନ୍ତୁ ୨୦୧୨ ମସିହା ପରଠାରୁ ଅଡିଟ ହୋଇନାହିଁ। ସଦାଶିବ ସାମଲ, ସୁଧାଂଶୁ ଶେଖର ନାଏକ, ଏବଂ ସମୀର ଜେନାଙ୍କ ଜରିଆରେ ରାଜା ସମସ୍ତ ଘୋଟଲା କରିଥିବାର ପ୍ରମାଣ ମିଳିଛି।

ରାଜାଚକ୍ର ତାଙ୍କର ବ୍ୟବସାୟ ଚଳାଇବା ପାଇଁ ଶଙ୍କର ମିନେରାଲ୍, ଶଙ୍କର ଟ୍ରାନ୍ସପୋର୍ଟିଂ ଶଙ୍କର ରୋଡୱେଜ୍ ଏବଂ ଶଙ୍କର ପ୍ରୋଜେକ୍ଟ ଇତ୍ୟାଦି ପ୍ରତିଷ୍ଠା କରିଛନ୍ତି। ତାଙ୍କର ୪୨ଟି ଗାଡି ଏବଂ ଆଉ ଦୁଇଟି ସ୍କ୍ରିନିଂ ପ୍ଲାଣ୍ଟ  ଜବତ କରାଯାଇଛି। କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ରାଜାଙ୍କ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି। ଅନେକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି ଏବଂ ବ୍ୟାଙ୍କଗୁଡ଼ିକରେ ପ୍ରାୟ ୨୫ ଲକ୍ଷ ଟଙ୍କାର ଜମା ଫ୍ରିଜ୍ କରାଯାଇଛି। ଏସମ୍ପର୍କରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଏବଂ ସମଗ୍ର ଦୁର୍ନୀତିରେ ତାଙ୍କର ଭୂମିକା ସ୍ପଷ୍ଟ କରିବା ପାଇଁ ତାଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଗିରଫ ‌କରି ବିଚାର ବିଭାଗୀୟ ହାଜତ ପଠାଯାଇଥିଲା। ଏବେ ବିଜେଡି ନେତା ରାଜଚକ୍ରକୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ।  ଏବେ ବଡ ନେତାଙ୍କ ମନରେ ଛନକା ପଶିଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.