ପ୍ରମୂଖ ଖବର
  • ବାଲେଶ୍ବରରେ ଗାଡ଼ି ସାଇଡ୍ ମାରିବାରୁ ଗୁଳିମାଡ଼, ଜଣେ ଆହତ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
  • ||
  • IAS ସ୍ତରରେ ଅଦଳବଦଳ, ସମର୍ଥ ବର୍ମା ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ
  • ||
  • ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ହତ୍ୟା ଘଟଣା, ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ
  • ||
  • ଖୋଲିବ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ପେଡି: ରାଜାଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ
  • ||
  • ଭୁବନେଶ୍ୱର ଘାଟିକିଆରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ଉପରେ ଚଢିଗଲା କଲେଜ ବସ୍
  • ||
  • ଗାଜାରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ୍, ୨୦୦ ମୃତ
  • ||
  • ବଦଳିବ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍, ତ୍ରିଶୁଳିଆ ନୁହେଁ କଟକ ଯାଏ ବିସ୍ତୃତ ହେବ ମେଟ୍ରୋ କରିଡର
  • ||
  • ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ପରିବାରବର୍ଗଙ୍କର ହେଲା ବୟାନ ରେକର୍ଡ
  • ||
  • ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ
  • ||
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ବୌଦ୍ଧରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ୩ ଗିରଫ

Published By : prameya | March 18, 2025 1:55 PM

ଭୁବନେଶ୍ବର,୧୮/୦୩: ଆଦର୍ଶ ଥାନା ପୋଲିସକୁ ବଡ଼ ସଫଳତା । ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କଲା ବୌଦ୍ଧ ଆଦର୍ଶ ଥାନା ପୋଲିସ।  ୨୨.୭୬ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସହିତ ୩  ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ତିନି ଜଣ ଯୁବକ ହେଉଛନ୍ତି ବୌଦ୍ଧ ଜିଲ୍ଲାର  ପ୍ରଭାକର ପରିଡ଼ା, ଶିବାନନ୍ଦ ଗହିର ଓ ପ୍ରିତମ ଦେହୁରୀ  ବୋଲି ଜଣାପଡିଛି । ଏଥିସହ ଅଭିଯୁକ୍ତଙ୍କ ଠାରୁ ନଗଦ ୧୫ ହଜାର ୯ ଶହ ଟଙ୍କା ମଧ୍ୟ ଜବତ ହୋଇଛି । 

ଏହା ମଧ୍ୟ ପଢନ୍ତୁ-   ପ୍ରେମିକାର ଘର ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ,ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି

ସୂଚନା ଅନୁଯାୟୀ, ବ୍ରାଉନ ସୁଗାର ବେପାର  ହେଉଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ରଇଠାଣି ଛକ ରାମଜୋଇ ପୋଲ ନିକଟରେ ପୋଲିସ ଚଢାଉ କରିଥିଲା । ସେଠାରେ ତିନି ଜଣ ଅଭିଯୁକ୍ତ ବ୍ରାଉନ ସୁଗାର କାରବାର କରୁଥିବା ବେଳେ ସେମାନଙ୍କୁ ପୋଲିସ ଗିରଫ କରିଛି।ସେମାନଙ୍କ ନିକଟରୁ ୨୨.୭୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ହେବା ନେଇ ଏସପି ସୂଚନା ଦେଇଛନ୍ତି । ତେବେ ଗିରଫ ଅଭିଯୁକ୍ତମାନେ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ବ୍ରାଉନ ସୁଗାର୍ ଆଣି ବୌଦ୍ଧ ଜିଲ୍ଲାରେ ବିକ୍ରି କରୁଥିବା ନେଇ କହିଛନ୍ତି ଏସପି ।  ତେବେ ଆଗାମୀ ଦିନରେ ଏହାକୁ ଜିଲ୍ଲାରୁ କିଭଳି ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ ସେ ଦିଗରେ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବ ବୋଲି ଏସପି ରାହୁଲ ଗୋଏଲ ସୂଚନା ଦେଇଛନ୍ତି । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.