ଭୁବନେଶ୍ୱର ୧୮/୦୩ : ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ଥାନାରେ ଏତଲା ପରେ ଅଭିଯୁକ୍ତ ଯୁବକକୁ ଗିରଫ ପରେ କୋର୍ଟ ଚାଲଣ କଲା ପୋଲିସ। ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଧାମରା ଥାନା ଅନ୍ତର୍ଗତ କଇଥକୋଲା ଗ୍ରାମରେ ଘଟିଛି।
ଅଭିଯୋଗ ମୁତାବକ, ମହିଳାଙ୍କ ସ୍ୱାମୀ ଶାରୀରିକ ଅକ୍ଷମ ହୋଇଥିବା ବେଳେ ଘରର ସବୁ କଥା ସ୍ତ୍ରୀ ବୁଝନ୍ତି। ମହିଳାଙ୍କର ଗୋଟେ ଟ୍ରାକ୍ଟର ରହିଥିବାରୁ ଉକ୍ତ ମହିଳାଙ୍କୁ ବାରମ୍ବାର ଅବଦୁଲ ଆହେଦ ଖାନ୍ ଦାଦା ବଟି ମାଗିବା ସହ ହଇରାଣ କରୁଥିଲେ। ଆଜି ସକାଳେ ଅବଦୁଲ ମହିଳାଙ୍କ ଘରକୁ ଆସି ଟ୍ରାକ୍ଟର କାମର ଆଳ ଦେଖାଇ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ଟଣାଓଟରା କରିଥିଲେ। ଏହା ପରେ ମହିଳାଙ୍କ ସରଳତାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମହିଳା ତାଙ୍କ ସ୍ବାମୀ ବିରୋଧ କରିଥିଲେ। ଏହାପରେ ଉଭୟଙ୍କୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ଅବଦୁଲ। ଏନେଇ ମହିଳା ଧାମରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ଘଟଣା ତଦନ୍ତ କରିବା ସହ ଅଭିଯୁକ୍ତ ଅବଦୁଲ ଆହେଦ ଖାନ୍କୁ ଗିରଫ କରିଥିଲା। ଡାକ୍ତରୀ ଯାଞ୍ଚ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।