ପ୍ରମୂଖ ଖବର
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ବୃଦ୍ଧା ଓ ବଳଦ ମୃତ
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

କୋରାପୁଟ ନାରାୟଣପାଟଣାରେ ଗୋଷ୍ଠୀ ସଂଘର୍ଷ: ୯ ଆହତ, ଛୁରାମାଡ଼ରେ ଯୁବକ ଗୁରୁତର

Published By : Prameya | March 17, 2025 8:31 AM

ନାରାୟଣପାଟଣା,୧୭/୦୩: କୋରାପୁଟ ଜିଲ୍ଲା ନାରାୟଣାପଟଣା  ପେଟ୍ରୋଲ ପମ୍ପ ଛକ ନିକଟରେ ଘଟିଛି  ଗୋଷ୍ଠୀ ସଂଘର୍ଷ । ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା  ବେଳେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି । ଗୁରୁତର ଯୁବକ ଜଣଙ୍କ ହେଲେ  ପାଲାପୁଟ ଗାଁର ଟିଙ୍କୁ କଣ୍ଟା(୧୭)  । ତାଙ୍କୁ ନାରାୟଣାପାଟଣା ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରୁ କୋରାପୁଟ ସହିଦ  ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଆହତ ହୋଇଥିବା ଅନ୍ୟ ୯ଜଣଙ୍କ  ମଧ୍ୟରେ ୨ଜଣ ମହିଳା ରହିଥିବା  ଜଣାପଡ଼ିଛି । ସେମାନେ ସେଠାକାର  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ  ହେଉଛନ୍ତି । ଗୋଷ୍ଠୀ ସଂଘର୍ଷର କାରଣ  ଜଣାପଡି଼ନାହିଁ । ଘଟଣାସ୍ଥଳରେ ଚାପା  ଉତ୍ତେଜନା ଲାଗି ରହିଛି ।  ମେଡିକାଲ, ପାଲାପୁଟ,  ହରିଜନ ସାହିରେ ଏକ ପ୍ଲାଟୁନ ଫୋର୍ସ  ମୁତୟନ କରାଯାଇଛି । ହରିଜନସାହି  ପୁରୁଷ ଶୂନ୍ୟ ହୋଇପଡ଼ିଛି । ପେଟ୍ରାଲ  ପମ୍ପ ନିକଟରେ ଗୋଷ୍ଠୀ ସଙ୍ଘର୍ଷ ଆରମ୍ଭ  ହୋଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ  ଜାଣିବାକୁ ପାଇଛି । ସେଠାରୁ ସିସିଟିଭି  ଫୁଟେଜ୍‌ ସଂଗ୍ରହ କରୁଛି ।   

କୌଣସି କାରଣରୁ ସ୍ଥାନୀୟ  ପେଟ୍ରାଲ ପମ୍ପ ଛକରେ ପାଲାପୁଟର ଦୁଇ  ଜଣ ଯୁବକଙ୍କୁ ଗୋରିଆଘାଟ ସାହିର  କେତେକ ଯୁବକ ମରଣାନ୍ତକ ଆକ୍ରମଣ  କରି ଫେରାର୍‌ ହୋଇଯାଇଥିଲେ ।  ଆକ୍ରମଣର ଶିକାର ହୋଇଥିବା ଦୁଇ  ଯୁବକଙ୍କ ବନ୍ଧୁ ଓ ସାଙ୍ଗସାଥୀ ଗୋରିଆଘାଟ  ଯାଇ କିଏ ଓ କାହିଁକି ଆକ୍ରମଣ କଲେ  ବୋଲି ପଚାରୁଥିଲେ । ଏହି ସମୟରେ  ଚର୍ଚ୍ଚ ନିକଟରେ ୨୦ରୁ ୨୫ ଜଣ ଯୁବକ  ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ  ସେମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ  ୨ ମହିଳାଙ୍କ ସମେତ ପ୍ରାୟ ୮ଜଣ ଆହତ  ହୋଇଥିଲେ । ସେମାନେ ହେଲେ ତୁଳସା  କୁଲେସିକା, ଜୟନ୍ତୀ ହୁଇକା, ଅନିଲ  ମାଣ୍ଡିଙ୍ଗି, ଟିବୁନ ମାଣ୍ଡିଙ୍ଗି, ଅରୁଣ ହୁଇକା,  ରାହୁଲ ମିଣିଆକା, ମନୋଜ ଶିରିକା,  କଣ୍ଟା ଟିଙ୍କୁ, କୁମ୍ଭର କଟପାତି, ନାରାୟଣ  ହବିକା । ଛୁରାମାଡ଼ରେ ଟିଙ୍କୁଙ୍କ ପିଠିରେ  ଗଭୀର ଆଘାତ ଲାଗିଥିବା ବେଳେ ମୁଣ୍ଡ  ଓ ଶରୀରର ଅନ୍ୟାନ୍ୟ ସ୍ଥାନରେ ଆକ୍ରମଣ  କରାଯାଇଛି । ଅନ୍ୟମାନଙ୍କୁ ଠେଙ୍ଗା ଓ  ଛୁରୀରେ ଆକ୍ରମଣ କରାଯାଇଛି । ପୁଲିସ୍‌  ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.