ମୁମ୍ୱାଇ : ଆୟଶା ଜୁଲକା ନିଜ ସମୟରେ ଖୁବ୍ ସୁନ୍ଦରୀ ଓ ଟାଲେଣ୍ଟେଡ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ନିଜର କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଏବେ ଆୟଶା ନିକଟରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ୯୦ ଦଶକ ବେଳେ ସେଟ୍ରେ ସେଫ୍ଟିର ବ୍ୟବସ୍ଥା ସେତେ ଭଲ ନଥିଲା। ସେ କହିଛନ୍ତି କି, କେମିତି ଥରେ ସଲମାନ ତାଙ୍କୁ ସେଟ୍ରେ ଫିଲ୍ମ କୁର୍ବାନ ବେଳେ ମୃତ୍ୟୁ ମୁଖରୁ ବଞ୍ଚାଇ ଥିଲେ।
ସେଦିନ ଆୟଶାଙ୍କ ସହ କଣ ଘଟି ଥିଲା –
ବଲିଉଡ୍ ବବଲକୁ ଦେଇଥିବା ଇଣ୍ଟରଭ୍ୟୁ ବେଳେ ଆୟଶା କହିଛନ୍ତି ଯେ, ଏହି ସମୟରେ ୱାଲକିଜ୍ –ଟଲକିଜ୍ ନଥିଲା ଏବଂ ଲୋକେ ସେଟ୍ରେ ଜୋରରେ ଚିଲେଇ ଚିଲେଇ ଇନଷ୍ଟ୍ରକସନ ଦେଉଥିଲେ ବା ଦୂରରୁ ପତାକା ଦେଖାଉ ଥିଲେ। ଥରେ ଇଗାତପୁରୀ ରେଲୱେ ଟ୍ରାକ୍ ପାଖରେ ଆମେ ସୁଟ୍ କରୁଥିଲୁ ଏବଂ ଆମକୁ କୁହାଯାଇ ଥିଲା ଯେ, ଏହି ସମୟରେ କୌଣସି ଟ୍ରେନ୍ ଆସିବ ନାହିଁ। ଆମେ ଟ୍ରାକ୍ସରେ ସୁଟିଂ ଆରମ୍ଭ କରି ଦେଇଥିଲୁ। କ୍ୟାମେରାମ୍ୟାନ କ୍ୟାମେରା ଲଗେଇ ଥିଲେ। ମୋତେ ଟ୍ରାକ୍ରେ ଡ୍ୟାନ୍ସ କରିବାର ଥିଲା ଏବଂ ମୋ ପୂର୍ବରୁ ସଲମାନଙ୍କ ଡ୍ୟାନ୍ସ ଥିଲା।
ସଲମାନ ରକ୍ଷା କରିଥିଲେ –
ଆୟଶା ଆହୁରି କହିଛନ୍ତି , ଆମ ଗୀତ ଜୋରରେ ଚାଲି ଥିଲା। ଆମେ ବାରମ୍ୱାର ରିହର୍ସଲ କରୁଥିଲୁ ଏବଂ ସେତେବେଳେ ମୋତେ କେହି ଜଣେ ଜୋରରେ ଧକ୍କା ଦେଲା ଏବଂ ଏମିତି ଲାଗିଲା କି ଯେମିତି ମୋର ସମଗ୍ର ଶରୀର ଦୋହଲି ଗଲା। ସଲମାନ ମୋତେ ଜୋରରେ ଟାଣିନେଲେ , କାରଣ ସେ ଶୁଣି ପାରିଥିଲେ ଯେ ଟ୍ରେନ୍ ଆସୁଛି। ସେ ସେହି ମୁହୂର୍ତ୍ତରେ ବୁଝି ପାରିଲେ ନାହିଁ କି, କଣ ହେଉଛି। ସମସ୍ତେ ଏହା କହିଲେ କି ସଲମାନ ତାଙ୍କର ଜୀବନ ବଞ୍ଚାଇଛନ୍ତି। ସଲମାନ ପୁଣି ୟୁନିଟ୍ର ଲୋକଙ୍କୁ ଜୋରରେ ଚିଲେଇ ଡାକି ଥିଲେ ଯେ ,ସେ ବି କାଳେ ଟ୍ରାକ୍ରେ ଥାଇ ପାରନ୍ତି। ମୋ ପୂର୍ବରୁ ସେ ସେଠାରେ ଶୁଟ୍ କରୁଥିଲେ।
ଆୟଶାଙ୍କ ବିଷୟରେ ଯଦି କହିବା ତ , ସେ ଅନେକ ସୁପରହିଟ୍ ଫିଲ୍ମରେ କାମ କରି ସାରିଛନ୍ତି । ଯେମିତି କି, ଖିଲାଡି , ଚାଚି ୪୨୦ , ଜୋ ଜିତା ୱହି ସିକନ୍ଦର । ସେ ନିକଟରେ ସେଲେବ୍ରିଟି ମାଷ୍ଟରଶେଫ୍ ଶୋ'ରେ ମଧ୍ୟ ନଜର ଆସିଥିଲେ।