ପ୍ରମୂଖ ଖବର
  • ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅପରାଧିକ ତଥ୍ୟ ମାଗିଲେ ହାଇକୋର୍ଟ, ସତ୍ୟପାଠ ଦାଖଲ କରିବେ ଦୀପାଳି
  • ||
  • ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ , ନିଯୁକ୍ତି ଦେଲେ ରାଷ୍ଟ୍ରପତି
  • ||
  • ଆନନ୍ଦପୁର : ପାଣି ପାଇଁ ରାସ୍ତାରୋକ, ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ନହଟିବାକୁ ଚେତାବନୀ
  • ||
  • ବ୍ରହ୍ମପୁର : ଏକାଧିକ ବେଆଇନ୍‌ ହୁକ୍କା ବାର୍‌ରେ ପୋଲିସର ଚଢାଉ, ୭ ମାମଲା ରୁଜୁ କରି ତଦନ୍ତ ଆରମ୍ଭ
  • ||
  • ବାର୍‌ ଡ୍ୟାନ୍ସ କଟକଣା ମାମଲା: ଜବାବ ରଖିଲେନି ସରକାର, ୨୪ରେ ଚୂଡ଼ାନ୍ତ ଶୁଣାଣି
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ
  • ||
  • ଉଦଳା : ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ
  • ||
  • ଉମରକୋଟରେ ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଡ୍ରାଇଭର ମୃତ, ୬ ଗୁରୁତର ହସ୍ପିଟାଲରେ ଭର୍ତ୍ତି
  • ||
  • ଅନ୍ତର୍ଜାତୀୟ ବନ ଦିବସ: ଜଳୁଛି ଜଙ୍ଗଲ, ଥମୁନି ବନ୍ୟଜନ୍ତୁ ଶିକାର
  • ||
  • ଖରା ଯୋଗୁଁ ବଦଳିଲା ସମୟ, ଆଜିଠୁ ସକାଳୁଆ ସ୍କୁଲ: ପ୍ରଥମରୁ ଦ୍ୱାଦଶ ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ଆଜି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଗାଡ଼ି ସାଇଡ୍ ମାଗିବାରୁ ଗୁଳିମାଡ଼, ଜଣେ ଆହତ

Published By : Prameya | March 18, 2025 3:04 PM

ଭୁବନେଶ୍ଵର, ୧୮/୦୩ : ଗାଡ଼ି ସାଇଡ୍ ମାଗିବାରୁ ଗୁଳିମାଡ଼। ବାଲେଶ୍ଵର ବସ୍ତା ଥାନା ଚକରୀ ଗ୍ରାମରେ ଏହି ଘଟଣା ଘଟିଛି। ଗୁଳିମାଡ଼ରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ବସ୍ତା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ଶ୍ରୀରାମପୁର ପଞ୍ଚାୟତ ନିମା ଗାଁର ସୁଧାଂଶୁ ଶେଖର ଜେନା ଓ ତାଙ୍କ ମାଉସୀ ପୁଅ ଭାଇ ଚିନ୍ମୟ ସୋମବାର ରାତି ପ୍ରାୟ ୧୦ଟାରେ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଚକରୀ ଗାଁରେ ୨ଟି ବାଇକରେ ୩ ଜଣ ଯୁବକ ଆସି ତାଙ୍କ ଗାଡିକୁ ଅଟକାଇଥିଲେ। ସୁଧାଂଶୁ ସାଇଡ୍ ମାଗିବାରୁ ସେମାନେ ସାଇଡ୍ ଦେଇ ନଥିଲେ। ଓଲଟା ସୁଧାଂଶୁଙ୍କ ଗାଡି ଛଡାଇବାକୁ ପ୍ରଚେଷ୍ଟା କରିଥିଲେ। ଏଥିରେ ବାଧା ଦେବାରୁ ସୁଧାଂଶୁଙ୍କୁ ଗୁଳି ମାରି ୩ ଯୁବକ ଫେରାର ହୋଇଯାଇଥିଲେ। ସୁଧାଂଶଙ୍କ ଆଣ୍ଠୁରେ ଗୁଳି ବାଜି ସେ ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ବସ୍ତା ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବସ୍ତା ଥାନାରେ ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। 

ଏହି ଖବରଟିକୁ ପଢନ୍ତୁ-ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ହତ୍ୟା ଘଟଣା, ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.