ଭୁବନେଶ୍ବର,୧୮/୦୩: ପ୍ରେମିକାର ଘର ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପେଟ୍ରୋଲ ଢାଳି ଦେହରେ ଲଗାଇଲେ ନିଆଁ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି । ନୟାଗଡ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ଗୁରୁତର ଯୁବକ ଜଣକ ହେଲେ କଟକ ଜିଲ୍ଲା କିଶୋରନଗର ଥାନା ଯାଞ୍ଚପଡା ଗାଁର କରୁଣାକର ଦାସଙ୍କ ପୁଅ ଲିଟୁଆ ଦାସ ବୋଲି ଜଣାପଡ଼ିଛି । 

ଏହା ମଧ୍ୟ ପଢନ୍ତୁ-  ପାରିବାରିକ କଳହରୁ ଉଗ୍ରରୂପ: ସାନଭାଇର କାନକୁ କାମୁଡ଼ି ଛିଣ୍ଡାଇ ଦେଲା ବଡ଼ଭାଇ

ସୂଚନା ମୁତାବକ,  ନୟାଗଡ଼ ଲାଠିପଡ଼ା ଗାଁର ଜଣେ ଯୁବତୀଙ୍କୁ ଭଲପାଇ କଟକ ମଙ୍ଗଳାବାଗ ଅଞ୍ଚଳରେ  ନେଇ ରଖିଥିଲେ ଲିଟୁଆ । ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ଯରେ ମନମାଳିନ୍ଯ ହୋଇ ଯୁବତୀ ଜଣଙ୍କ ନିଜ ଘରକୁ ଚାଲି ଆସିଥିଲେ । ଏନେଇ ଆଜି ଲିଟୁଆ ଯୁବତୀ ଜଣଙ୍କୁ ଡାକିବା ପାଇଁ  ଲାଠିପଡ଼ା ଆସିଥିଲେ । 

ହେଲେ ଯୁବତୀଙ୍କ ଭଉଣୀମାନେ ଛାଡିବା ପାଇଁ  ମନା କରିଦେଇଥିଲେ। ଯାହାକୁ ନେଇ ଲିଟୁଆ ସ୍ଥାନୀୟ ଅଞ୍ଚଳରୁ ପେଟ୍ରୋଲ ଆଣି ଯୁବତୀଙ୍କ ଘର ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ  । ଏନେଇ ତାଙ୍କୁ ଗୁରୁତର ଅବସ୍ଥାରେ  ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଶରୀରର ଶତ ପ୍ରତିଶତ ପୋଡ଼ି ଯାଇଥିବା ଡ଼ାକ୍ତରଖାନା କହିଛନ୍ତି ।