ଭୁବନେଶ୍ବର,୧୮/୦୩: ପ୍ରେମିକାର ଘର ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପେଟ୍ରୋଲ ଢାଳି ଦେହରେ ଲଗାଇଲେ ନିଆଁ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି । ନୟାଗଡ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ଗୁରୁତର ଯୁବକ ଜଣକ ହେଲେ କଟକ ଜିଲ୍ଲା କିଶୋରନଗର ଥାନା ଯାଞ୍ଚପଡା ଗାଁର କରୁଣାକର ଦାସଙ୍କ ପୁଅ ଲିଟୁଆ ଦାସ ବୋଲି ଜଣାପଡ଼ିଛି ।
ଏହା ମଧ୍ୟ ପଢନ୍ତୁ- ପାରିବାରିକ କଳହରୁ ଉଗ୍ରରୂପ: ସାନଭାଇର କାନକୁ କାମୁଡ଼ି ଛିଣ୍ଡାଇ ଦେଲା ବଡ଼ଭାଇ
ସୂଚନା ମୁତାବକ, ନୟାଗଡ଼ ଲାଠିପଡ଼ା ଗାଁର ଜଣେ ଯୁବତୀଙ୍କୁ ଭଲପାଇ କଟକ ମଙ୍ଗଳାବାଗ ଅଞ୍ଚଳରେ ନେଇ ରଖିଥିଲେ ଲିଟୁଆ । ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ଯରେ ମନମାଳିନ୍ଯ ହୋଇ ଯୁବତୀ ଜଣଙ୍କ ନିଜ ଘରକୁ ଚାଲି ଆସିଥିଲେ । ଏନେଇ ଆଜି ଲିଟୁଆ ଯୁବତୀ ଜଣଙ୍କୁ ଡାକିବା ପାଇଁ ଲାଠିପଡ଼ା ଆସିଥିଲେ ।
ହେଲେ ଯୁବତୀଙ୍କ ଭଉଣୀମାନେ ଛାଡିବା ପାଇଁ ମନା କରିଦେଇଥିଲେ। ଯାହାକୁ ନେଇ ଲିଟୁଆ ସ୍ଥାନୀୟ ଅଞ୍ଚଳରୁ ପେଟ୍ରୋଲ ଆଣି ଯୁବତୀଙ୍କ ଘର ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏନେଇ ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଶରୀରର ଶତ ପ୍ରତିଶତ ପୋଡ଼ି ଯାଇଥିବା ଡ଼ାକ୍ତରଖାନା କହିଛନ୍ତି ।