ତିଗିରିଆ,୧୮/୦୩: ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ କଳିବିରି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ କଳହ ଉଗ୍ରରୂପ ନେଇଛି । ସାନଭାଇର କାନକୁ କାମୁଡ଼ି ଛିଣ୍ଡାଇ ଦେଲା ବଡ଼ଭାଇ । କଳିବିରି ଗ୍ରାମର ଡିଲର ବଡ଼ଭାଇ ଅଶୋକ ପରିଡ଼ା ଓ ସାନଭାଇ ଅଜୟ ପରିଡ଼ାଙ୍କ ମଧ୍ୟରେ ଜମିଜମା ବାବଦକୁ ଦେଇ ପାରିବାରିକ କଳହ ଲାଗରହିଥିଲା ।
ରବିବାର ରାତିରେ ସାମାନ୍ୟ କଥାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ କଥା କଟାକଟିରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ସାନଭାଇର କାନକୁ ବଡ଼ଭାଇ କାମୁଡି ଛିଣ୍ଡେଇ ଦେଇଥିଲା । ଏ ସମ୍ପର୍କରେ ଅଜୟଙ୍କ ପରିବାର ତରଫରୁ ଥାନାରେ ଏତଲା ଦିଆଯିବା ପରେ ତିଗିରିଆ ପୁଲିସ ୫୨/୨୫ରେ ମାମଲା ରୁଜୁ କରି ଅଶୋକଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ସୂଚନା ଦେଇଛନ୍ତି।