ନୂଆଦିଲ୍ଲୀ,୧୮/୦୩: ମହାକୁମ୍ଭ ଜରିଆରେ ରାଷ୍ଟ୍ରୀୟ ଚେତନାର ଦର୍ଶନ ହୋଇଛି । ମହାକୁମ୍ଭ ରୂପରେ ପୂରା ଦୁନିଆ ଭାରତର ଦର୍ଶନ କରିଛି । ଦେଶର କୋଣ ଅନୁକୋଣରେ ଧାର୍ମିକ ଚେତନା ଜ୍ରାଗତ ହୋଇଛି । ମହାକୁମ୍ଭରୁ ଅନେକ ଅମୃତ ବାହାରିଛି । ମହାକୁମ୍ଭରେ ଏକତାର ବିରାଟ ରୂପ ଦେଖିବାକୁ ମିଳିଥିଲା । ସବ୍ କା ପ୍ରୟାସର ଏହା ସାର୍ଥକ ରୂପ । ମହାକୁମ୍ଭ ୧୮୫୭ କ୍ରାନ୍ତି ପରି । ପ୍ରଶ୍ନ ଉଠାଉଥିବା ସମସ୍ତଙ୍କୁ ଜବାବ୍ ମିଳିଛି । ବଜେଟ୍ ଅଧିବେଶନରେ ଲୋକସଭାରେ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସଂସଦରେ ପିଏମ୍ ମୋଦିଙ୍କ ସମ୍ବୋଧନ- ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ଆଜି (ମଙ୍ଗଳବାର) ଲୋସସଭାରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରୟାଗରାଜରେ ଅନୁଷ୍ଠିତ ହୋଇଥିବା ମହାକୁମ୍ଭକୁ ନେଇ ସଂସଦରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''ମହାକୁମ୍ଭରୁ ଦେଶକୁ ସନ୍ଦେଶ ମିଳିଛି । ସଙ୍ଗମ ତଟରେ ବୁଡ ପକାଇବା ଏକ ଭାରତ,ଶ୍ରେଷ୍ଠ ଭାରତର ଝଲକ । ବିଭିନ୍ନତା ମଧ୍ୟରେ ଏକତା ଭାରତର ବିଶେଷତ୍ବ ମହାକୁମ୍ଭରେ ଅନୁଭବ ହୋଇଛି । ମହାକୁମ୍ଭ ଏକତାର ଏକ ବିରାଟ ରୂପ । ଅହଂ ତ୍ୟାଗ କରି ମୁଁ ନୁହେଁ, ଆମେ ଭାବନାରେ ଏକାଠି ହୋଇଥିଲେ । ଦେଶର କୋଣ ଅନୁକୋଣରେ ଧର୍ମିକ ଚେତନା ଜାଗ୍ରତ କରଛି ମହାକୁମ୍ଭ । ସବ୍ କା ପ୍ରୟାସର ଏହା ସାର୍ଥକ ରୂପ । ମହାକୁମ୍ଭ ରୂପରେ ଦୁନିଆ ଭାରତର ଦର୍ଶନ କରିଛି । ଭାରତ ଇତିହାସରେ ମହାକୁମ୍ଭ ଏମିତି ଏକ ସମୟର ସାକ୍ଷୀ ଯାହା ୧୮୫୭ କ୍ରାନ୍ତି ପରି । ଭଗତ ସିଂହଙ୍କ ବଳିଦାନ ଏବଂ ଗାନ୍ଧୀଙ୍କ ଦାଣ୍ଡି ମାର୍ଚ୍ଚ ଘଟଣା ଦେଶରେ ଏକ ନୂଆ ମୋଡ ନେଇଥିଲା । ଏମିତି ହିଁ ମହାକୁମ୍ଭର ବିଶାଳ ଆୟୋଜନରେ ହୋଇଛି ।''
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଆମେ ସମସ୍ତେ ଜାଣିଛେ ଗଙ୍ଗାଜୀଙ୍କୁ ଭୂମିକୁ ଆଣିବାକୁ ଏକ ଭାଗୀରଥୀ ପ୍ରୟାସ ହୋଇଥିଲା । ଠିକ୍ ସେହିପରି ମହାକୁମ୍ଭର ଭବ୍ୟ ଆୟୋଜରେ ଦେଖିବାକୁ ମିଳିଥିଲା । ଗତବର୍ଷ ଅଯୋଧ୍ୟର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଆମେ ଅନୁଭବ କରିଥିଲେ କିପରି ଭାରତ ପ୍ରସ୍ତୁତ ହେଉଛି । ଏହାର ଗୋଟିଏ ବର୍ଷ ପରେ ମହାକୁମ୍ଭ ଏହି ଚିନ୍ତାଧାରାରୁ ଅଧିକ ଦୃଢ କରିଛି । ଆଗାମୀ ୧୦୦୦ ବର୍ଷ ପାଇଁ ଭାରତ ପ୍ରସ୍ତୁତ ହେଉଛି । ମହାକୁମ୍ଭ ସଫଳ ଆୟୋଜନ ପାଇଁ ଉତ୍ତରପ୍ରଦେଶ ପ୍ରଶାସନ ଓ ଜନତାଙ୍କୁ ଧନ୍ୟବାଦ । କୋଟି କୋଟି ଦେଶବାସୀଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନଙ୍କ ପାଇଁ ମହାକୁମ୍ଭ ସଫଳ ହୋଇଛି ।''
#WATCH | Delhi | Prime Minister Narendra Modi says, "... I emphasised the importance of 'Sabka Sath Sab ka Vikas' from the Red Fort. The entire world saw India's grandeur in the form of Maha Kumbh... We witness a national awakening in the Maha Kumbh, which would inspire new… pic.twitter.com/HQm9JQT9y0
— ANI (@ANI) March 18, 2025
କଣ କହିଲେ ରାହୁଲ ? ସଂସଦରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ନେଇ ବିରୋଧୀ ଦଳ ନେତା ତଥା କଂଗ୍ରେସନ ନେତା ରାହୁଲ ଗାନ୍ଧୀ କହିଛନ୍ତି, '' ପିଏମ୍ ମୋଦି ଯାହା କହିଲେ ତାକୁ ଆମେ ସମର୍ଥନ କରୁଛୁ । କୁମ୍ଭ ଆମର ଇତିହାସ ଏବଂ ସଂସ୍କୃତି । ଆମର ଗୋଟିଏ ଅଭିଯୋଗ ଅଛି କି କୁମ୍ଭରେ ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କୁ ପିଏମ ଶ୍ରଦ୍ଧାଞ୍ଚଳି ଦେଲେ ନାହିଁ । ଦ୍ବିତୀୟତଃ ଯେଉଁ ଯୁବଗୋଷ୍ଠୀ କୁମ୍ଭ ଯାଇଥିଲେ ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କଠୁ ଗୋଟିଏ ଜିନିଷ ଦରକାର । ତାଙ୍କୁ ରୋଜଗାର ଦରକାର । ପ୍ରଧାନମନ୍ତ୍ରୀଙ୍କୁ ରୋଜଗାର ବିଷୟରେ ବି କହିବା ଦରକାର । ଗଣତନ୍ତ୍ର ଅନୁସାରେ ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯିବା ଦରକାର । କିନ୍ତୁ ସେମାନେ ଆମକୁ କହିବାକୁ ଦେଉନାହାନ୍ତି । ଏହା ନୂଆ ଭାରତ । ''
#WATCH | Delhi: On PM Modi's address in the Lok Sabha on Maha Kumbh, Lok Sabha LoP Rahul Gandhi says, "We support what the PM said, Kumbh is our history and culture. Our only complaint is that the PM did not give Shraddhanjali to those who lost their lives in Kumbh. The youth who… pic.twitter.com/aTOb3Jq3q3
— ANI (@ANI) March 18, 2025