ପ୍ରମୂଖ ଖବର
  • ବାଲେଶ୍ବରରେ ଗାଡ଼ି ସାଇଡ୍ ମାରିବାରୁ ଗୁଳିମାଡ଼, ଜଣେ ଆହତ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
  • ||
  • IAS ସ୍ତରରେ ଅଦଳବଦଳ, ସମର୍ଥ ବର୍ମା ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ
  • ||
  • ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ହତ୍ୟା ଘଟଣା, ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ
  • ||
  • ଖୋଲିବ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ପେଡି: ରାଜାଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ
  • ||
  • ଭୁବନେଶ୍ୱର ଘାଟିକିଆରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ଉପରେ ଚଢିଗଲା କଲେଜ ବସ୍
  • ||
  • ଗାଜାରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ୍, ୨୦୦ ମୃତ
  • ||
  • ବଦଳିବ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍, ତ୍ରିଶୁଳିଆ ନୁହେଁ କଟକ ଯାଏ ବିସ୍ତୃତ ହେବ ମେଟ୍ରୋ କରିଡର
  • ||
  • ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ପରିବାରବର୍ଗଙ୍କର ହେଲା ବୟାନ ରେକର୍ଡ
  • ||
  • ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ
  • ||
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଆମେରିକାରେ ଚର୍ଚ୍ଚିତ ଭାରତରେ ଜନ୍ମିତ ଏହି ୧୪ ବର୍ଷିୟ ବାଳକ, ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ଏଆଇ ଆପ୍

Published By : Prameya | March 18, 2025 7:30 PM

ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭାରତୀୟ-ଆମେରିକୀୟ ଛାତ୍ର ସିଦ୍ଧାର୍ଥ ନନ୍ଦୟାଲାଙ୍କୁ ସାକ୍ଷାତ୍‌ କରିଛନ୍ତି , ଯିଏକି ବିଶ୍ୱର ସବୁଠୁ କମ୍‌ ବୟସର ଏଆଇ –ସାର୍ଟିଫାଇଏଡ ପ୍ରଫେସନାଲ ଅଟନ୍ତି। ସେ କୃତ୍ରିମ ବୁଦ୍ଧିମତା-ଆଧାରିତ (ଏଆଇ) ଆପ୍ଲିକେସନ ‘ସର୍କେଡିଆଭି’ ବିକଶିତ କରିଛନ୍ତି, ଯାହା କେବଳ ୭ ସେକେଣ୍ଡରେ ହାର୍ଟ ଡିଜିଜ୍ ବିଷୟରେ ଜାଣିବାରେ ସକ୍ଷମ ହୋଇ ପାରିବ। 

ମୂଳତଃ ଆନ୍ଧ୍ର ପ୍ରଦେଶର ଅନନ୍ତପୁରରେ ରହୁଥିବା ଏବଂ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ୧୪ ବର୍ଷିୟ ଏହି ବାଳକ ଓରାକଲ ଓ ଏଆରଏମ୍‌ ଦ୍ୱାରା ସାର୍ଟିଫାଏଡ୍‌, ଯେଉଁଥିରେ ସେ ଏକ ମାନ୍ୟତା ପ୍ରାପ୍ତ ଏଆଇ ବିଶେଷଜ୍ଞ ହୋଇ ପାରିଛନ୍ତି। 

ହାର୍ଟ ସମ୍ୱନ୍ଧୀୟ ରୋଗକୁ (କାର୍ଡିଓଭାସ୍କୁରାଲ ଡିଜିଜ୍‌) ଖୁବ୍‌ ଶୀଘ୍ର ଜାଣିବାରେ ଡିଜାଇନ କରାଯାଇ ଥିବା ଏହି ଆପ୍‌ ସ୍ମାର୍ଟଫୋନ୍‌-ଆଧାରିତ ହାର୍ଟ ସାଉଣ୍ଡ ରେକର୍ଡିଂର ବ୍ୟବହାର କରିଥାଏ ଏବଂ ଏହା ୯୬ ପ୍ରତିଶତରୁ ଅଧିକ ସଠିକତା ହାର ହାସଲ କରିଛି। ଏହାର ପରୀକ୍ଷଣ ପୂର୍ବରୁ ହିଁ ଆମେରିକାରେ ୧୫,୦୦୦ରୁ ଅଧିକ ରୋଗୀ ଓ ଭାରତରେ ୭୦୦ ରୋଗୀଙ୍କ ଉପରେ କରାଯାଇ ସାରିଛି , ଯେଉଁଥିରେ ଗୁଣ୍ଟୁର ସରକାରୀ ଜେନେରାଲ ହସ୍ପିଟାଲର ରୋଗୀ ମଧ୍ୟ ସାମିଲ ଅଛନ୍ତି। ସିଦ୍ଧାର୍ଥ ବ୍ୟକ୍ତିଗତ ଭାବେ ସ୍ମାର୍ଟଫୋନ୍‌ର ଉପଯୋଗ କରି ହସ୍ପିଟାଲରେ ରୋଗୀଙ୍କ ଉପରେ ପରୀକ୍ଷଣ କରିଛନ୍ତି।

ସିଦ୍ଧାର୍ଥଙ୍କ ସଫଳତା ବିଷୟରେ ଜାଣିବା ପରେ, ଚନ୍ଦ୍ରବାବୁ ନାଇଡୁ ତାଙ୍କୁ ସଚିବାଳୟରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଆମନ୍ତ୍ରିତ କରି ଥିଲେ ଏବଂ ବ୍ୟକ୍ତିଗତ ଭାବେ ତାଙ୍କର ଉପଲବ୍ଧି ଉପରେ ଶୁଭେଚ୍ଛା ଦେଇଛନ୍ତି। ବୈଠକ ପାଖାପାଖି ଅଧ ଘଣ୍ଟା ଯାଏ ଚାଲିଥିଲା ,ଏହି ସମୟରେ ମୁଖ୍ୟମନ୍ତ୍ରୀ ସିଦ୍ଧାନ୍ତଙ୍କ ପ୍ରୋଫାଇଲର ସମୀକ୍ଷା କରିଥିଲେ ଏବଂ ତାଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ହେଲଥ୍‌ କେୟାର ଇନୋଭେସନରେ ନିଜର କାମ ଜାରି ରଖିବାକୁ ପ୍ରୋତ୍ସାହିତ କରିଛନ୍ତି। ସେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ଗ୍ଲୋବାଲ ତେଲୁଗୁ ଟାଲେଣ୍ଟଙ୍କ ପାଇଁ ନିଜର ଦୃଷ୍ଟିକୋଣକୁ ଦୋହରାଇଛନ୍ତି ଏବଂ ସିଦ୍ଧାର୍ଥଙ୍କୁ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଠାରୁ ପୂର୍ଣ୍ଣ ସମର୍ଥନର ଆଶ୍ୱାସନା ଦେଇଛନ୍ତି। 

ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ମଧ୍ୟ ସିଦ୍ଧାର୍ଥଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସାକ୍ଷାତ୍‌ ବେଳେ ଯୁବ ଇନୋଭେଟରଙ୍କ ସହ ତାଙ୍କର ପିତା ମହେଶ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟକୁମାର ଯାଦବ ମଧ୍ୟ ଉପସ୍ଥିତ ଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.