ପ୍ରମୂଖ ଖବର
  • ବାଲେଶ୍ବରରେ ଗାଡ଼ି ସାଇଡ୍ ମାରିବାରୁ ଗୁଳିମାଡ଼, ଜଣେ ଆହତ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
  • ||
  • IAS ସ୍ତରରେ ଅଦଳବଦଳ, ସମର୍ଥ ବର୍ମା ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ
  • ||
  • ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ହତ୍ୟା ଘଟଣା, ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ
  • ||
  • ଖୋଲିବ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ପେଡି: ରାଜାଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ
  • ||
  • ଭୁବନେଶ୍ୱର ଘାଟିକିଆରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ଉପରେ ଚଢିଗଲା କଲେଜ ବସ୍
  • ||
  • ଗାଜାରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ୍, ୨୦୦ ମୃତ
  • ||
  • ବଦଳିବ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍, ତ୍ରିଶୁଳିଆ ନୁହେଁ କଟକ ଯାଏ ବିସ୍ତୃତ ହେବ ମେଟ୍ରୋ କରିଡର
  • ||
  • ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ପରିବାରବର୍ଗଙ୍କର ହେଲା ବୟାନ ରେକର୍ଡ
  • ||
  • ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ
  • ||
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ପାକିସ୍ତାନକୁ ସାମରିକ ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟା ନ ଦେବାକୁ ନେଦରଲ୍ୟାଣ୍ଡକୁ ଅନୁରୋଧ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

Published By : Prameya | March 18, 2025 10:32 PM

ନୂଆଦିଲ୍ଲୀ: ପାକିସ୍ତାନକୁ ସାମରିକ ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟା ନ ଦେବାକୁ ନେଦରଲ୍ୟାଣ୍ଡକୁ ଅନୁରୋଧ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କାରଣ ଏହା ଆଞ୍ଚଳିକ ସୁରକ୍ଷା ପାଇଁ ବିପଦ। ରାଜନାଥ ସିଂହ ନେଦରଲ୍ୟାଣ୍ଡର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ସମୟରେ ପାକିସ୍ତାନକୁ ଆତଙ୍କବାଦର ପ୍ରାୟୋଜକ ବୋଲି କହିଛନ୍ତି। ନେଦରଲ୍ୟାଣ୍ଡ ପ୍ରତିରକ୍ଷା ମନ୍ତ୍ରୀ ରୁବେନ ବର୍କେଲମାନ୍ସ ଏବେ ଭାରତ ଗସ୍ତରେ ଅଛନ୍ତି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି।

ସୂତ୍ର ଅନୁସାରେ, ରାଜନାଥ ସିଂହ କହିଛନ୍ତି ଯେ, ପାକିସ୍ତାନ ନିରନ୍ତର ଆତଙ୍କବାଦକୁ ସମର୍ଥନ କରୁଛି ଏବଂ ଆତଙ୍କବାଦର ପ୍ରାୟୋଜକ। ତେଣୁ, ଆମେ ଆମର ସମସ୍ତ ବନ୍ଧୁ ଦେଶ ପାକିସ୍ତାନକୁ ସାମରିକ ଉପକରଣ ଯୋଗାଇବେ ନାହିଁ ବୋଲି ଆଶା କରୁଛୁ। ସେ କହିଛନ୍ତି ଯେ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଦେବା ଦ୍ୱାରା ଏହି ଅଞ୍ଚଳରେ ଅସ୍ଥିରତା ବୃଦ୍ଧି ପାଏ।

ରାଜନାଥ ସିଂହ ନେଦରଲ୍ୟାଣ୍ଡ ପ୍ରତିରକ୍ଷା ମନ୍ତ୍ରୀଙ୍କୁ କହିଛନ୍ତି ଯେ, ନିକଟ ଅତୀତରେ ଏପରି କିଛି ମାମଲା ଆମ ନଜରକୁ ଆସିଛି। ରାଜନାଥ ସିଂହ ତାଙ୍କୁ କିଛି ମାମଲାର ବିବରଣୀ ମଧ୍ୟ ଦେଇଛନ୍ତି। ରାଜନାଥ ସିଂହ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଭାରତ ଦଶନ୍ଧି ଧରି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ଶିକାର ହୋଇଆସିଛି। ଆମେ ଆଶା କରୁଛୁ ଯେ ଆମର ବନ୍ଧୁ ଦେଶ ମାନେ ଏହି ଅଞ୍ଚଳର ସୁରକ୍ଷାକୁ ଧ୍ୟାନରେ ରଖି ପାକିସ୍ତାନକୁ ବୈଷୟିକ ସହାୟତା ପ୍ରଦାନ କରିବାରୁ ନିବୃତ୍ତ ରହିବେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.