ନୂଆଦିଲ୍ଲୀ: ଭାରତର ହାଇପ୍ରୋଫାଇଲ ସୁନା ଚୋରା କାରବାର ମାମଲାରେ ନୂଆ ଅପଡେଟ। ଯାହା ଜାମିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଏହି ଚୋରା ଚାଲାଣରେ ଯେ କେବଳ ଜଣେ ଅଭିନେତ୍ରୀ ସାମିଲ ଅଛନ୍ତି ତାହା ନୁହେଁ। ମିଳିଥିବା ନୂଆ ସୂଚନା ଅନୁସାରେ ଏହା ପଛରେ ଆଉଜଣେ ଦକ୍ଷିଣୀ ଅଭିନେତାଙ୍କର ମଧ୍ୟ ଏଥିରେ ହାତ ଥିବା ଅନୁମାନ କରାଯାଉଛି। ତେବେ ମଙ୍ଗଳବାର ରାନ୍ୟା ରାଓଙ୍କୁ ନେଇ କୋର୍ଟରେ ଶୁଣାଣି ଚାଲୁଥିବା ବେଳେ ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶକ(ଡିଆରଆଇ) ଏକ ନୂଆ ସୂଚନା ଦେଇଛନ୍ତି। ଏହି ସୂଚନା ମୁତାବକ ରାନ୍ୟା ରାଓ ନିଜ ପୁରୁଷ ବନ୍ଧୁ ତଥା ଅଭିନେତା ତରୁଣ ରାଜୁଙ୍କ ସହ ମୋଟ ୨୬ ଥର ଦୁବାଇ ଯାତ୍ରା କରିଛନ୍ତି ବୋଲି ଜମାପଡିଛି।
ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଦୁବାଇ ୟାତ୍ରା ଅବସରରେ ଉଭୟ ସକାଳେ ଦୁବାଇ ଗସ୍ତ କରିବା ସହ ସଂନ୍ଧ୍ୟା ସୁଦ୍ଧା ଭାରତକୁ ଫେରିଆସୁଥିଲେ ବୋଲି ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଦୁବାଇ ଯାତ୍ରା ଅବସରରେ ଉଭୟ ସକାଳେ ଦୁବାଇ ଗସ୍ତ କରିବା ସହ ସଂନ୍ଧ୍ୟା ସୁଦ୍ଧା ଭାରତକୁ ଫେରିଆସୁଥିଲେ ବୋଲି ଜଣାପଡିଛି। ଯେଉଁଥିପାଇଁ ଏହା ଉପରେ ଡିଆରଆଇ ଏହା ଉପରେ ସନ୍ଦେହ ପ୍ରକଟ କରିଛନ୍ତି ବୋଲି ଜଣାଇଛନ୍ତି। ଏହା ସହ ତରୁଣ ରାଜୁ ଆଗୁଆ ଜାମିନ ଆବେଦନ ମଧ୍ୟ କରିଥିଲେ ଯେଉଁଥିରେ ଡିଆରଆଇ ଆପତ୍ତି ଉଠାଇଥିଲେ। ବେଙ୍ଗାଲୁରୁ ବିମାନବନ୍ଦରରୁ ରାନ୍ୟା ରାଓଙ୍କ ଗିରଫଦାରି ପରେ ତରୁଣ ରାଜୁଙ୍କୁ ମଧ୍ୟ ଡିଆରଆଇ ନିଜ ହେପାଜତକୁ ନେଇଥିଲା ବୋଲି ଜଣାଇଛି।
ତଦନ୍ତକାରୀ ଅଧିକାରୀମାନେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଆର୍ଥିକ ସମ୍ପନ୍ଧ ଥିବା ଜାଣିବାକୁ ପାଇଛନ୍ତି। ସେମାନେ କୋର୍ଟରେ ଶୁଣାଣି ବେଳେ କହିଥିଲେ ଯେ ରାଜୁ ରାନ୍ୟାଙ୍କ ଦ୍ୱାରା ବୁକ୍ କରାଯାଇଥିବା ଟିକେଟରେ ଦୁବାଇରୁ ହାଇଦ୍ରାବାଦକୁ ଆସିଥିଲେ। ଏବଂ ରାନ୍ୟା ମଧ୍ୟ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିବା ଜଣାପଡିଛି। ଅଧିକାରୀମାନେ କହିଛନ୍ତି ଯେ ସେମାନଙ୍କ ପାଖରେ ଏହାର ବଳିଷ୍ଟ ପ୍ରମାଣ ରହିଛି। ଯେଉଁଥିରେ ଉଭୟେ ଚୋରା ଚାଲାଣ ନେଟୱାର୍କର ସାମିଲ ଥିବା ଦାବିକୁ ପ୍ରମାଣ କରିବାକୁ ଯଥେଷ୍ଟ ପ୍ରମାଣ ରହିଛି।
ରାନ୍ୟା ୨୦୨୩ରୁ ୨୦୨୫ ମଧ୍ୟରେ ମୋଟ ୫୬ ଥର ଦୁବାଇ ଯାତ୍ରା କରିଛନ୍ତି। ତେବେ ତା ମଧ୍ୟରୁ ସେ ମୋଟ ୨୬ ଥର ତରୁଣଙ୍କ ସହ ଯାଇଥିବା ଜଣାପଡିଛି। ତେବେ ସେମାନେ ଯେଉଁଦିନ ବି ଦୁବାଇ ଯାଇ ସେହିଦିନ ଫେରି ଆସୁଥିଲେ ସେଦିନ ହିଁ ସେମାନେ ସୁନା ଚୋରାଚାଲାଣ କରୁଥିଲେ ବୋଲି ଅନୁମାନ କରୁଥିବା ନେଇ ଡିଆରଆଇ ଅଧିକାରିମାନେ ସୂଚନା ପ୍ରଦାନ କରୁଛନ୍ତି।
ତରୁଣ ଗତ ମାର୍ଚ୍ଚ ୮ ତାରିଖରେ ଦେଶ ଛାଡି ଚାଲିଯିବାକୁ ଉଦ୍ୟାମ କରୁଥିଲେ। ତେବେ ଡିଆରଆଇ ତାଙ୍କ ଉପରେ ଲୁକ୍ଆଉଟ ସର୍କ୍ୟୁଲାର ଜାରି କରିଥିବାରୁ ସେ ଏଥିରେ ସଫଳ ହୋଇପାରି ନଥିଲେ। ଏମୁ ବାଧ୍ୟ ହୋଇ ସେ ହାଇଦ୍ରାବାଦରୁ ବେଙ୍ଗାଲୁରୁକୁ ଯାତ୍ରା କରିଥିଲେ। ତେବେ ଅଦିକାରୀମାନେ ତାଙ୍କ ଗିରଫଦାରି ସମ୍ୱଦ୍ଧିୟ କାଗଜପତ୍ର ସହ ସମସ୍ତ ଆବଶ୍ୟକିୟ କାଗଜପତ୍ର କୋର୍ଟରେ ଦାଖଲ କରିଥିବା ଜଣାପଡିଛି।
ବର୍ତ୍ତମାନ ଡିଆରଆଇ ଅଧିକାରୀମାନେ ତରୁଣଙ୍କ ଦୁବାଇରେ ଥିବା ବିଭିନ୍ନ ଆର୍ଥିକ କାରବାର ସମ୍ୱଦ୍ଧରେ ଯାଞ୍ଚ କରୁଥିବା ଜଣାପଡିଛି। ଆନ୍ତର୍ଜାତିୟ ସ୍ତରର ସୁନା ତସ୍କରିର ପ୍ରମାଣ ଖୋଜିବାକୁ ଅଧିକାରୀମାନେ ତାଙ୍କ ଦେୟ ସମ୍ୱଦ୍ଧକୁ ଖୋଜିବାକୁ ଲାଗିଛନ୍ତି ବୋଲି ଜଣାପଡିଛି। ତେବେ ଡିଆରଆଇ ତାଙ୍କୁ ନିଜ ହେପାଜତରେ ଖି ଏହି ମାମଲାର ଛାନଭିନ କରିବ ବୋଲି ଜଣାପଡିଛି।