ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆହୁରି ସୁଦୃଢ ହେବ ସାର୍ବଜନୀନ ପରିବହନ ବ୍ୟବସ୍ଥା। ପରିବହନ ମନ୍ତ୍ରୀ ପଙ୍କଜ କୁମାର ସିଂହ ଆଜି (ମଙ୍ଗଳବାର) ଏଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ,୧ଏପ୍ରିଲରୁ ଦିଲ୍ଲୀର ରାସ୍ତାରେ ନୂତନ ଇଲେକ୍ଟ୍ରିକ୍ ବସ୍ ଚାଲିବା ଆରମ୍ଭ ହେବ, ଯାହା ଯାତ୍ରୀମାନଙ୍କୁ ଉତ୍ତମ ସୁବିଧା ପ୍ରଦାନ କରିବ।
ମନ୍ତ୍ରୀ ପଙ୍କଜ ସିଂହ କହିଛନ୍ତି କି,"ବସ୍ ଅଭାବ ଦୂର କରିବା ପାଇଁ ଭେଣ୍ଡରଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି । ବସ୍ ଯୋଗାଣରେ କୌଣସି ଅଭାବ ରହିବ ନାହିଁ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ପୁରୁଣା ବସ୍ ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ବନ୍ଦ କରି ନୂତନ ବସ୍ ଯୋଡାଯିବ, ଯାହା ଫଳରେ ବସ୍ ସଂଖ୍ୟାରେ ନିରନ୍ତର ବୃଦ୍ଧି ଘଟିବ। ସେ କହିଛନ୍ତି ଯେ ଏପ୍ରିଲ୍ ୧ ତାରିଖରୁ ଚାହିଦା ଅନୁଯାୟୀ ପ୍ରତି ସପ୍ତାହରେ ବସ୍ ସଂଖ୍ୟା ବୃଦ୍ଧି କରାଯିବ ଏବଂ ଏହି ମାସ ଶେଷ ସୁଦ୍ଧା ୧୯୦୦ ରୁ ୨୦୦୦ ନୂତନ ବସ୍ ରାସ୍ତାରେ ଗଡିବ।
ଏଥିରେ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ନିର୍ମିତ ୧୨ ମିଟର ଏବଂ ୯ ମିଟର ଲମ୍ବ ବିଶିଷ୍ଟ ବସ୍ ଅନ୍ତର୍ଭୁକ୍ତ ହେବ। କିଛି ଯାନ୍ତ୍ରିକ ତ୍ରୁଟି ଦୂର କରିବା ପରେ, ଏହି ବସ୍ଗୁ ଡ଼ିକ ଚଳାଚଳ ପାଇଁ ପ୍ରସ୍ତୁତ ହେବ । ମହିଳା ମାନଙ୍କ ଯାତ୍ରା ସୁବିଧାଜନକ ହେବା ପାଇଁ ଦିଲ୍ଲୀ ସରକାର ମାଗଣା ବସ୍ ସେବା ଜାରି ରଖିବେ। ପୁରୁଣା ବସ୍ ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ବନ୍ଦ କରାଯିବ ଏବଂ ନୂତନ ଇଲେକ୍ଟ୍ରିକ୍ ବସ୍ ଦ୍ୱାରା ବଦଳାଯିବ।
ମୋହଲ୍ଲା ବସ୍ ସମ୍ପର୍କରେ, ଭେଣ୍ଡର ମାନଙ୍କୁ ୬ ମାସର ସମୟ ଦିଆଯାଇଛି ଯାହା ମଧ୍ୟରେ ଯଦି ସେମାନେ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ ନ କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରିବହନ ମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ପରିବହନ ନିଗମ (DTC)କୁ ଲାଭଜନକ କରିବା ପାଇଁ ପ୍ରୟାସ କରାଯାଉଛି।