ନୂଆଦିଲ୍ଲୀ,୧୮/୦୩: ଆଉ ୩ଦିନ ପରେ ଆରମ୍ଭ ହେବ ଆଇପିଏଲ ସିଜନ ୧୮ । ଜମିବ କ୍ରିକେଟ ଝୁମିବେ ଫ୍ୟାନ୍ସ । ମାର୍ଚ୍ଚ ୨୨ରୁ ଆଇପିଏଲର ଚଳିତ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ତେବେ ଚଳିତ ସିଜିନ୍ କିଛି ଖେଳାଳିଙ୍କର ଏହା ଶେଷ ଆଇପିଏଲ ହୋଇପାରେ । ଏମଏସ ଧୋନୀଙ୍କଠୁ ନେଇ ଆର ଅଶ୍ବିନୀଙ୍କ ଯାଏଁ କିଛି ବରିଷ୍ଠ ଖେଳାଳି ଆଇପିଏଲକୁ ବାଏ ବାଏ କହିପାରନ୍ତି । ଏହି ଲିଷ୍ଟରେ ଆଉ କିଏ କିଏ ଅଛନ୍ତି ଜାଣିବାକୁ ପଢନ୍ତୁ ଏହି ରିପୋର୍ଟ ।
୧. ମହେନ୍ଦ୍ର ସିଂହ ଧୋନୀ (ସିଏସକେ)- ପୂର୍ବତନ ଭାରତୀୟ ଦଳର ଅଧିନାୟକ କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂହ ଧୋନୀ । ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକଙ୍କ ନାମରେ ୫୨୦୦ ରନ ରହିଛି । ସେ ୨୨୯ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି । ତାଙ୍କ ଅଧିନାୟକତ୍ବରେ ସିଏସକେ ୫ ଥର ଟ୍ରଫି ଜିତିଛି । ଗତବର୍ଷ ସେ ଆଇପିଏଲରୁ ଅବସର ନେବା ଚର୍ଚ୍ଚା ହେଉଥିଲା । ମାତ୍ର ସେ ନେଇ ନଥିଲେ । ଚଳିତ ସଂସ୍କରଣ ପରେ ସେ ସନ୍ୟାସ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
୨.ମୋଏନ ଅଲୀ (କେକେଆର)- ୩୮ ବର୍ଷୀୟ ପୂର୍ବତନ ଇଂଲଣ୍ଡ ଖେଳାଳି ମୋଏନ ଅଲୀ ଚଳିତ ସିଜନରେ କେକେଆର ପାଇଁ ଖେଳିବେ । ଯଦି ତାଙ୍କ ପ୍ରଦର୍ଶନ ଭଲ ନହୁଏ ତେବେ ପରବର୍ତ୍ତୀ ଅକ୍ସନରେ ଅନସୋଲ୍ଡ ରହିପାରନ୍ତି । ସେ ଆଇପିଏଲକୁ ମଧ୍ୟ ବାଏ ବାଏ କହିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
୩. ଆର ଅଶ୍ବିନୀ (ସିଏସକେ)- ଚେନ୍ନାଇ ସୁପର କିଙ୍ଗସ୍ ରବିଚନ୍ଦ୍ରନ ଅଶ୍ବିନୀଙ୍କୁ ୯କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି । ପୂର୍ବ ସିଜିନରେ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ୧୪ ମ୍ୟାଚରେ ମାତ୍ର ୯ଟି ୱିକେଟ ନେଇଥିଲେ । ୩୮ ବର୍ଷୀୟ ଅଶ୍ବିନୀ ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ ନ କଲେ ଆଗାମୀ ସିଜିନରେ ହୁଏତ ତାଙ୍କୁ ଦେଖିବାକୁ ନ ମିଳିପାରେ ।
ଅଧିକ ପଢନ୍ତୁ...ଆଇପିଏଲ୍କୁ ଆଉ ୪ ଦିନ... ଉଦ୍ଘାଟନୀ ଉତ୍ସବରେ ଦୁଲୁକିବ ଇଡେନ ଗାର୍ଡେନ୍ସ, ଜମିବ ବଲିଉଡ୍ ତାରକାଙ୍କ ଭିଡ଼୪.ଗ୍ଲେନ ମ୍ୟାକ୍ସୱେଲ (ପିବିକେଏସ)- ଅଷ୍ଟ୍ରେଲୀୟନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କ ପାଇଁ ଆଇପିଏଲର ପୂର୍ବ ସିଜିନ ସେତେଟା ଭଲ ନଥିଲା। ମାତ୍ର ୫୨ ରନ କରିଥିଲେ।୩୬ ବର୍ଷୀୟ ମ୍ୟାକ୍ସୱେଲଙ୍କୁ ଆଇପିଏଲରେ ପ୍ରଦର୍ଶନରେ ତ୍ରୁଟି ସୁଧାରିବାକୁ ପଡିବ ବୋଲି ଚର୍ଚ୍ଚା ହେଉଛ। ଚଳିତ ସଂସ୍କରଣରେ ମ୍ୟାକ୍ସୱେଲ ପଞ୍ଜାବ ଦଳ ପାଇଁ ଖେଳିବେ।
୫.ଫାଫ ଡୁ ପ୍ଲେସିସ୍ (ଡିସି)- ଆଇପିଏଲରେ ଏକାଧିକ ଟିମ୍ ପାଇଁ ଖେଳିଛନ୍ତି ଅଷ୍ଟ୍ରେଲିଆ ଖେଳାଳି ଫାଫ ଡୁ ପ୍ଲେସିସ୍ । ଚେନ୍ନାଇ, ବାଙ୍ଗାଲୋର ଫ୍ରାଞ୍ଚାଇଜ ପାଇଁ ଖେଳିବା ପରେ ବର୍ତ୍ତମାନ ଡୁ ପ୍ଲେସିସ୍ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଅଛନ୍ତି । ଅକ୍ଷର ପଟେଲ ଦିଲ୍ଲୀ କ୍ୟାପ୍ଟେନ ଥିବା ବେଳେ ଡୁ ପ୍ଲେସିସ୍ ଉପଅଧିନାୟକ ହୋଇଛନ୍ତି । ଆଇପିଏଲରେ ୪୦ ବର୍ଷୀୟ ଡୁ ପ୍ଲେସିସଙ୍କ ନାମରେ ୪୫୨୧ ରନ ରହିଛି । କୁହାଯାଉଛି କି ଅକ୍ଷରଙ୍କ ଡେପୁଟି ଡୁ ପ୍ଲେସିସଙ୍କର ଚଳିତି ଆଇପିଏଲ ଶେଷ ହୋଇପାରେ । ସେ ଅବସର ନେଇ ପାରନ୍ତି । ଯଦି ଚଳିତ ସିଜନରେ ଦିଲ୍ଲୀ ପାଇଁ ଭଲ ପ୍ରଦର୍ଶନ ନ କରନ୍ତି ତେବେ ପରବର୍ତ୍ତୀ ଅକ୍ସନରେ ଅନସୋଲ୍ଡ ରହିପାରନ୍ତି ।
୬. ରୋହିତ ଶର୍ମା (ଏମଆଇ)- ଆଇପିଏଲ ଇତିହାସରେ ସବୁଠୁ ସଫଳ ଅଧିନାୟକ ରୋହିତ ଶର୍ମା । ତାଙ୍କ ଅଧିନାୟକତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଟ୍ରଫି ହାତେଇଛି । ଏମଆଇ ସହ ରୋହିତଙ୍କ ଏକ ମହତ୍ତ୍ବପୂର୍ଣ୍ଣ ଯାତ୍ରା ରହିଛି । ଦିନେ ଦଳର ନେତୃତ୍ବ ନେଉଥିଲେ ମାତ୍ର ଏବେ ତାଙ୍କ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପ୍ଟେନ ଅଛନ୍ତି । ତେବେ କୁହାଯାଉଛି କି ରୋହିତ ଶର୍ମାଙ୍କର ଏହା ଶେଷ ଆଇପିଏଲ ହୋଇପାରେ ।