ମୁମ୍ବାଇ, ୧୮/୩ : ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜନର ବିଗୁଲ ବାଜି ସାରିଛି । ଆଇପିଏଲ୍ ୨୦୨୫ର ପ୍ରଥମ ମ୍ୟାଚ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଖେଳାଯିବ । ସେହିଭଳି ଏହି ସିଜନ ମୁମ୍ବାଇ ଇଣ୍ଡିଆନ୍ସର ଟିମ୍ ନିଜ ପ୍ରଥମ ମ୍ୟାଚ୍ ୨୩ମାର୍ଚ୍ଚରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଖେଳିବ । ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚରେ ଖେଳିବେ ନାହିଁ । ପ୍ରକାଶ ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଆଇପିଏଲରେ ଗୋଟିଏ ମ୍ୟାଚର ବ୍ୟାନ ଲାଗିଛି । ଏହି କାରଣରୁ ସେ ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ ଖେଳିବେ ନାହିଁ । ଫଳରେ ସେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ନା ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରହିବେ ଏବଂ ନା ଚୁଡ଼ାନ୍ତ ଏକାଦଶରେ ପ୍ଲେଇଂ ଇଲେଭନର ଭାଗିଦାରୀ ହେବେ ।
ପ୍ରକାଶ ଯେ, ସ୍ଲୋ ଓଭର ରେଟ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ ଲାଗିଛି । ଆଇପିଏଲ୍ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିଲେ । ଏହି ସମୟରେ ଟିମ୍ ଉପରେ ୩ଥର ସ୍ଲୋ ଓଭର ରେଟର ଜରିମାନା ଲାଗିଛି । ଯାହାକି ପ୍ରଥମ ଥର କୌଣସି ଅଧିନାୟକ ଯଦି ଏଭଳି କରେ ତା’ ଉପରେ ୧୨ଲକ୍ଷର ଜରିମାନା ଲାଗିଥାଏ । ଦ୍ବିତୀୟ ଥର ଜରିମାନା ଡବଲ୍ କରି ଦିଆଯାଇଥାଏ । ସେହିଭଳି ତୃତୀୟ ଥର ଏଭଳି ହେବା ଉପରେ ଗୋଟିଏ ମ୍ୟାଚର ବ୍ୟାନ୍ ଲଗାଇଦିଆଯାଇଥାଏ । ଆଇପିଏଲ୍ ୨୦୨୪ରେ ଋଷଭ ପନ୍ତଙ୍କ ଉପରେ ବି ସ୍ଲୋ ଓଭର ରେଟ କାରଣରୁ ଗୋଟିଏ ମ୍ୟାଚର ବ୍ୟାନ୍ ଲାଗିଥିଲା ।