ନୂଆଦିଲ୍ଲୀ: ଚଳିତ ମାଷ୍ଟର୍ସ ଲିଗର ଟାଇଟଲ ଆମ ଭାରତ ଖାତାକୁ ଆସିଛି। ଗତ ରବିବାର ଦିନ ଇଣ୍ଡିଆ ମାଷ୍ଟର୍ସ ସଚିନ ତେନ୍ଦୁଲକର, ବ୍ରାଏନ୍ ଲାରାଙ୍କ ନେତୃତ୍ୱାଧୀନ ୱେଷ୍ଟଇଣ୍ଡିଜ୍ ମାଷ୍ଟର୍ସକୁ ପରାସ୍ତ କରି ପ୍ରଥମ ଆନ୍ତର୍ଜାତୀୟ ମାଷ୍ଟର୍ସ ଲିଗ୍ ଟାଇଟଲ ହାସଲ କରିଛନ୍ତି। ଦେଖିବାକୁ ଗଲେ ମ୍ୟାଚ୍ ଆରମ୍ଭରୁ ଭାରତ ଟେବୁଲର ଶୀର୍ଷରେ ରାଜ କରୁଥିଲା। ବିଶେଷକରି ଭାରତୀୟ ସ୍ପିନର ଶାହବାଜ ନଦୀମ ମାତ୍ର ଚାରି ଓଭରରେ ମାତ୍ର ୧୨ ରନ ଦେଇ ୱେଷ୍ଟଇଣ୍ଡିଜ୍ ଇନିଂସର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।
ଆପଣଙ୍କୁ ଜଣାଇରଖୁ ଯେ ଏହି ମାଷ୍ଟର୍ସ ଲିଗରେ ସମସ୍ତ ଅବସର ନେଇ ସାରିଥିବା ଖେଳାଳିମାନଙ୍କ ମଧ୍ୟରେ ଖେଳାଯାଇଥାଏ। ଏହି ମ୍ୟାଚକୁ ଅତ୍ୟନ୍ତ ଆବେଗର ସହ ଖେଳାଳିମାନେ ଖେଳିଥାନ୍ତି। କାରଣ କୌଣସି ଖେଳାଳି ବର୍ଷବର୍ଷ ଧରି କୌଣସି ମ୍ୟାଚ୍ ଖେଳିନଥାନ୍ତି। କେବଳ ନିଜ ଦୃଢ ଇଚ୍ଛା ଶକ୍ତି ଓ କଳ୍ପନା ଶକ୍ତି ବଳରେ ଏହି ଖେଳ ଆରମ୍ଭ କରାଯାଇଥାଏ। ତେବେ ଏହି ମ୍ୟାଚ ଶେଷରେ ଟାଇଟଲ ୱିନର ଓ ପ୍ଲେୟାର ଅଫ ଦ ସିରିଜ ପାଇଁ ଆକର୍ଷଣିୟ ପୁରଷ୍କାର ମଧ୍ୟ ରଖାଯାଇଥାଏ। ତେବେ ଆପଣ ଜାଣିଛନ୍ତି କି ମାଷ୍ଟର୍ସ ଲିଗରେ କେତେଟଙ୍କା ପୁରଷ୍କାର ରାଶି ଭାବେ ଜିତିଥାନ୍ତି?
ଆପଣଙ୍କୁ ଜଣାଇରଖୁ ଯେ, ସଚିନ ତାଙ୍କ ଅନ୍ୟ ସାଥୀ ଖେଳାଳିମାନଙ୍କ ସହିତ ଖୁସି ମନାଇବା ସହ ବିଜୟୀ ଦଳ ଭାବେ ଟ୍ରଫିକୁ ହାତେଇ ଥିଲେ। ସଚିନଙ୍କ ସହିତ ଯୁବରାଜ ସିଂହ, ୟୁସୁଫ ପଠାନ ଏବଂ ଇରଫାନ ପଠାନଙ୍କୁ ନେଇ ଗଠିତ ଇଣ୍ଡିଆ ମାଷ୍ଟର୍ସ ଦଳକୁ ୧ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ମିଳିଥିଲା। ରବି ରାମପାଲ, ସୁଲିମାନ ବେନ ଏବଂ ପୂର୍ବ ଖେଳରେ କ୍ରିସ୍ ଗେଲଙ୍କ ସହିତ ଖେଳୁଥିବା ୱେଷ୍ଟଇଣ୍ଡିଜ୍ ମାଷ୍ଟର୍ସ ଦଳକୁ ରନର୍ସଅପ୍ ପାଇଁ ୫ କୋଟି ଟଙ୍କାର ନଗଦ ପୁରସ୍କାର ମିଳିଥିଲା। ଅମ୍ବାତି ରାୟୁଡୁ ୫୦ ବଲ୍ ରେ ୭୪ ରନ୍ କରିବା ପରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିଜେତା ହୋଇଥିଲେ। ତାଙ୍କୁ ମୋଟ୍ ୫୦ ହଜାର ଟଙ୍କାର ନଗଦ ପୁରସ୍କାର ରାଶି ମିଳିଥିଲା।
ରବିବାରଦିନ ମିଳିଥିବା ପୁରସ୍କାର ରାଶି ସମ୍ବଦ୍ଧରେ ନିମ୍ନରେ ବର୍ଣ୍ଣନା କରାଯାଇଛି:-
ମ୍ୟାଚ୍ ପୁରସ୍କାର ରାଶି
ବ୍ୟାଙ୍କ ଅଫ୍ ବରୋଦା ମାଷ୍ଟରଷ୍ଟ୍ରୋକ୍ ଅଫ୍ ଦି ମ୍ୟାଚ୍: ଅମ୍ବାତି ରାୟୁଡୁ (୯ ଚୌକା) - ୫୦,୦୦୦ ଟଙ୍କା
ମ୍ୟାଚ୍ରେ ସର୍ବାଧିକ ଛକା: ଅମ୍ବାତି ରାୟୁଡୁ (୩ ଛକା) - ୫୦,୦୦୦ ଟଙ୍କା
ମ୍ୟାଚ୍ର ଖେଳ ପରିବର୍ତ୍ତନକାରୀ: ଶାହବାଜ ନଦୀମ (୪ ଓଭରରେ ୨/୧୨)
ସର୍ବାଧିକ ମିତ୍ତବ୍ୟୟି ବୋଲର: ଶାହବାଜ ନଦୀମ (ଇକୋନୋମି ରେଟ୍ ୩.୦୦)
ପ୍ଲେୟାର ଅଫ୍ ଦି ମ୍ୟାଚ୍: ଅମ୍ବାତି ରାୟୁଡୁ (୫୦ ବଲ୍ରେ ୭୪ ରନ୍) - ୫୦,୦୦୦ ଟଙ୍କା
ସିଜିନ୍ ପୁରସ୍କାର ରାଶି
ସିଜିନ୍ରେ ସର୍ବାଧିକ ଚୌକା: କୁମାର ସାଙ୍ଗାକାରା - ୩୮ ଚୌକା (୫ ଲକ୍ଷ ଟଙ୍କା)
ସିଜିନ୍ରେ ସର୍ବାଧିକ ଛକା: ସେନ୍ ୱାଟସନ୍ - ୨୫ ଛକା (୫ ଲକ୍ଷ ଟଙ୍କା)