ନୂଆଦିଲ୍ଲୀ: ଇସ୍ରାଏଲର ଘନଘନ ଆକ୍ରମଣରେ ଗାଜାଷ୍ଟ୍ରିପରେ ହାହାକାର ପରିବେଶ ସୃଷ୍ଟି ହୋଇଛି। ଗତ ସୋମବାର ରାତିରେ ଗାଜରେ ଅସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ହମାସର କେତେକ ମୁଖ୍ୟ ନେତୃତ୍ୱଙ୍କ ସହ ଗାଜାର ସରକାର ମୁଖ୍ୟଙ୍କ ପ୍ରାଣ ଯାଇଥିବହା ନେଇ ହମାସ ଘୋଷଣା କରିଛି। ଏହି ଆକ୍ରମଣରେ ଆନ୍ତରୀଣ ସରକାରର ନେତୃତ୍ୱ ନେଉଥିବା ମହମ୍ମଦ ଅବୁ ୱତଫା ଓ ଆନ୍ତରୀଣ ସୁରକ୍ଷାର ନିର୍ଦ୍ଧେଶକ ବହଜାତ ଅବୁ ସୁଲତାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ଖବର ସରବରାହ ସଂସ୍ଥା ଏଏଫପିରେ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ହମାସ ଏକ ବିବୃତ୍ତି ଜାରି କରି କହିଛି ଯେ “ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଆମର ଅନେକ ମୁଖ୍ୟନେତୃତ୍ୱଙ୍କ ମୃତ୍ୟୁ ହୋଇଛି। କେବଳ ସେମାନେ ନୁହେଁ ସେମାନଙ୍କ ପରିବାରର ଅନେକ ଲୋକଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଛି” ବୋଲି ହମାସ ସୂଚନା ପ୍ରଦାନ କରିଛି।
ଖବର ମୁତାବକ, ଉଭୟ ପକ୍ଷ ଦୁଇମାସର ଅସ୍ତ୍ରବିରତି ମାନିବା ପରେ ବର୍ତ୍ତମାନ ଏହାର ମହଲତ ଶେଷ ହୋଇଛି। ଏହାପରେ ହମାସ ପ୍ରତିପକ୍ଷ ଅସ୍ତ୍ରବିରତି ନେଇ ଇସ୍ରାଏଲ ସହ କୈଣସି କଥାବର୍ତ୍ତା କରିନଥିଲେ କି ବନ୍ଧକମାନଙ୍କୁ ଛାଡି ନଥିଲେ। ଏହାର ଜବାବରେ ଇସ୍ରାଏଲି ସେନା ଗାଜା ଉପରେ ଆକ୍ରମଣ ଜାରି ରଖିଛି। ସେହିପରି ଇସ୍ରାଏଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସେନାକୁ ହମାସ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ତେଣୁ ଇସ୍ରାଏଲି ସେନା ବାରମ୍ୱାର ଆକ୍ରମଣ କରି ହମାସ ଉପରେ ନିଜ ଚାପ ବନାଇ ରଖିବାକୁ ଚେଷ୍ଟା ଚଳାଇଛି ବୋଲି ସୂଚନା ମିଳିଛି।
ତେବେ ଏନେଇ ସୂଚନା ପ୍ରଦାନ କରି ପାଲେଷ୍ଟାଇନର ସ୍ୱାସ୍ଥ୍ୟବିଭାଗର ଅଧିକାରୀମାନେ କହିଛନ୍ତି ଯେ ଏହି ଆକ୍ରମଣରେ ମୋଟ୍ ୩୨୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକ ମାନଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି ବୋଲି ସେ ସୂଚନା ପ୍ରଦାନ କରିଛିନ୍ତି। ତେବେ ଉଭୟ ଦେଶର ଯୁଦ୍ଧରେ ଗାଜାର ଅନେର ଡାକ୍ତରଖାନର ଭାଙ୍ଗିରୁଜି ଯାଇଥିବାରୁ ଆହତ ମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବାରେ ମଧ୍ୟ ବହୁ ଅସୁବାଧାର ସମ୍ମୁଖିନ ହେବାକୁ ପଡୁଛି ବୋଲି ସ୍ୱାସ୍ଥ୍ୟବିଭାଗ ସୂଚନା ପ୍ରଦାନ କରିଛି।
ଇସ୍ରାଏଲ ସେନା ଆଜି ନିଜଆଡୁ ଗାଜାର କେତେକ ଜାଗାରେ ଏୟାର ଷ୍ଟ୍ରାଇକ କରିଥିଲା। ଅନ୍ୟପଟେ ଗତ ଜାନୁଆରି ମାସରେ ହୋଇଥିବା ଅସ୍ତ୍ରବିରତି ସମୟରେ ହମାସ ଆଉ ୫୯ ବନ୍ଧକକୁ ଇସ୍ରାଏଲକୁ ଫେରାଇ ନଥିଲା। ଏଣୁ ଆଗକୁ ମଧ୍ୟ ଏଭଳି ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲି ସେନା ଧମକ ଦେଇଥିବା ଜଣାପଡିଛି।