ପ୍ରମୂଖ ଖବର
  • ଭୁବନେଶ୍ୱର ଘାଟିକିଆରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ଉପରେ ଚଢିଗଲା କଲେଜ ବସ୍
  • ||
  • ଗାଜାରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ୍, ୨୦୦ ମୃତ
  • ||
  • ବଦଳିବ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍, ତ୍ରିଶୁଳିଆ ନୁହେଁ କଟକ ଯାଏ ବିସ୍ତୃତ ହେବ ମେଟ୍ରୋ କରିଡର
  • ||
  • ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ପରିବାରବର୍ଗଙ୍କର ହେଲା ବୟାନ ରେକର୍ଡ
  • ||
  • ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ
  • ||
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଡ୍ରାଗନ -୧୦ ଆସୁଛି; ୯ ମାସ ପରେ ମହାକାଶରୁ ଫେରୁଛନ୍ତି ସୁନୀତା, ଆଜି ଅନଡକିଂ

Published By : Ankita S | March 18, 2025 9:01 AM

ନୂଆଦିଲ୍ଲୀ,୧୮/୦୩: ଆଉ କିଛି ଘଣ୍ଟାର ଅପେକ୍ଷା । କାଉଣ୍ଟଡାଉନ୍ ଆରମ୍ଭ । ଅପେକ୍ଷାରେ ବିଶ୍ବବାସୀ । ଆସୁଛି ଡ୍ରାଗନ -୧୦ । ଫେରୁଛନ୍ତି ସୁନୀତା ୱିଲିୟମ୍ସ । ଦୀର୍ଘ ୯ ମାସ ମହାକାଶରେ କାଟିବା ପରେ ମାଟିକୁ ଛୁଇଁବେ ସୁନୀତା । ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍‌ ୱିଲମୋର ପୃଥିବୀକୁ ଫେରିବେ । ଆଜି ଅନଡକିଂ ପ୍ରକ୍ରିୟା ଆରମ୍ଭ ହେବ । ୮ ଦିନ ପାଇଁ ଯାଇ ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ଫସି ରହିଥିବା ସୁନୀତା ଓ ତାଙ୍କ ସାଥୀ ବୁଧବାର ପୃଥିବୀରେ ପହଞ୍ଚିବେ । ୧୭ ଘଣ୍ଟାର ଯାତ୍ରା ପରେ ମଙ୍ଗଳବାର ଭାରତୀୟ ସମୟ ଭୋର ୩ ଟା ୨୭ ମିନିଟରେ ଡ୍ରାଗନ-୧୦ ଫ୍ଲୋରିଡାରେ ଅବତରଣ କରିବ । ସେପଟେ ଦୁଇ ମହାକାଶଚାରୀଙ୍କ ଫେରିବାର ଲାଇଭ୍ ଟେଲିକାଷ୍ଟ କରିବା ଆରମ୍ଭ କରି ଦେଇଛି ନାସା ।

ନାସା ସୂଚନା ଅନୁସାରେ, ଆମେରିକାର ଫ୍ଲୋରିଡା ତଟରେ ମହାକାଶରୁ ସମୁଦ୍ରରେ ଓହ୍ଲାଇବ ସୁନୀତାଙ୍କ ଯାନ । ଆସନ୍ତାକାଲି (ବୁଧବାର) ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟରେ ସମୁଦ୍ରରେ ଓହ୍ଲାଇବେ । ୧୭ ଘଣ୍ଟା ପୂର୍ବରୁ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନ୍ - ଡକିଂ ପ୍ରକ୍ରିୟା ହେବ । ୯ ମାସରୁ ଅଧିକ ପାଖାପାଖି ୨୮୬ ଦିନ ହେବ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌ (ଆଇଏସ୍‌ଏସ୍‌)ରେ ଅଟକି ରହିଥିଲେ । ମାର୍ଚ୍ଚ ୧୯ ତାରିଖ ରାତି ୨ଟା ୪୧ ମିନିଟରେ ତାଙ୍କ ଯାନ ବାୟୁମଣ୍ଡଳରେ ପ୍ରବେଶ କରିବ । ଏହାପରେ ସକାଳ ୩ଟା ୨୭ମିନିଟରେ ଫ୍ଲେରିଡା ସମୁଦ୍ର ତଟରେ ଲ୍ୟାଣ୍ଡିଂ କରିବେ । ୫ଟା ସୁଦ୍ଧା ପ୍ରେସ୍ କନଫରେନ୍ସ କରାଯାଇ ସୂଚନା ଦିଆଯିବ । ସୁନୀତାଙ୍କ ପ୍ରତ୍ୟାବର୍ତ୍ତନର ସିଧାପ୍ରସାରଣ କରିବାକୁ ନାସା ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମଗ୍ର ବିଶ୍ବବାସୀ ଏହାକୁ ଦେଖିବାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ।

ଅଧିକ ପଢନ୍ତୁ...ମହାକାଶରେ ୯ ମାସ ଫସି ରହିଲେ ସୁନିତା ୱିଲିୟମ୍ସ , ଦୈନିକ ଦରମା କ’ଣ ମାତ୍ର ୩୪୭ ଟଙ୍କା ?

କେମିତି ଫେରିବେ ସୁନୀତା ଓ ସାଥୀ ? ଆଇଏସଏସ ଛାଡି ପୃଥିବୀର ବାୟୁମଣ୍ଡଳରେ ସୁନୀତାଙ୍କ ଯାନ ପ୍ରବେଶ କରିବା ପରେ ଏହା ସ୍ପିଡ୍ ଘଣ୍ଟାପ୍ରତି ୨୭ ହଜାର କିଲୋମିଟର ରହିବ । ବାୟୁ ସହ ଘର୍ଷଣ ହୋଇ ବାହାରୁ ଏହା ଏକ ଅଗ୍ନି ପିଣ୍ଡୁଳା ପାଲଟିଯିବ । ଅତ୍ୟନ୍ତ କ୍ଷୀପ୍ର ଗତିରେ ଖସିବାର ପ୍ରତିକୂଳ ପ୍ରଭାବ ମହାକାଶଚାରୀଙ୍କ ଉପରେ ପଡିବ । ସେମାନଙ୍କୁ ଚାଲିବାରେ ସମସ୍ୟା ହୋଇପାରେ । ବିଶେଷ କରି ବଳ ଫେରି ପାଇବାକୁ ତାଙ୍କୁ ସ୍ବତନ୍ତ୍ର ଏକ୍ସରସାଇଜ ଓ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ପଡିବ । 

ଅଧିକ ପଢନ୍ତୁ...ଘରବାହୁଡା ଖୁସିରେ ଝୁମିଲେ ସୁନୀତା; ମହାକାଶରେ ନାଚିଲେ, ମାର୍ଚ୍ଚ ୧୯ ଫେରିବେ



ସୁନୀତାଙ୍କ ରେକର୍ଡ- ଆଇଏସଏସରେ ସୁନୀତା ୱିଲିୟମ୍ସ ରହିବା ସହ ଅନେକ ରେକର୍ଡ କରିଛନ୍ତି । ସେ ମହାକାଶରେ ସବୁଠୁ ଅଧିକ ଦିନ ରହିଥିବା ମହିଳା ମହାକାଶଚାରୀ ହୋଇଛନ୍ତି । ୨୮୬ ଦିନ ମହାକାଶରେ କାଟି ସାରିଛନ୍ତି ସୁନୀତା । ଏହା ବ୍ୟତୀତ ସେ ୯ ଥର ସ୍ପେସୱାକ କରିଛନ୍ତି। ମୋଟ ୬୨ ଘଣ୍ଟା ୬ ମିନିଟ୍ ସ୍ପେସୱାକ କରି ସାରିଛନ୍ତି । ପୂର୍ବରୁ ଦୁହିଁଙ୍କ ଫେରିବା ପ୍ରସ୍ତୁତି ମାର୍ଚ୍ଚ ୧୬ରେ ହୋଇଥିଲା । ଡ୍ରାଗନ୍ ଯାନରେ ତ୍ରୁଟି ପାଇଁ ସମୟରେ ପରିବର୍ତ୍ତନ କରାଯାଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.