ପ୍ରମୂଖ ଖବର
  • ବାଲେଶ୍ବରରେ ଗାଡ଼ି ସାଇଡ୍ ମାରିବାରୁ ଗୁଳିମାଡ଼, ଜଣେ ଆହତ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
  • ||
  • IAS ସ୍ତରରେ ଅଦଳବଦଳ, ସମର୍ଥ ବର୍ମା ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ
  • ||
  • ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ହତ୍ୟା ଘଟଣା, ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ
  • ||
  • ଖୋଲିବ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ପେଡି: ରାଜାଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ
  • ||
  • ଭୁବନେଶ୍ୱର ଘାଟିକିଆରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ଉପରେ ଚଢିଗଲା କଲେଜ ବସ୍
  • ||
  • ଗାଜାରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ୍, ୨୦୦ ମୃତ
  • ||
  • ବଦଳିବ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍, ତ୍ରିଶୁଳିଆ ନୁହେଁ କଟକ ଯାଏ ବିସ୍ତୃତ ହେବ ମେଟ୍ରୋ କରିଡର
  • ||
  • ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ପରିବାରବର୍ଗଙ୍କର ହେଲା ବୟାନ ରେକର୍ଡ
  • ||
  • ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ
  • ||
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଔରଙ୍ଗଜେବଙ୍କ କବର ହଟାଯିବା ବିବାଦ: ନାଗପୁରରେ ବ୍ୟାପକ ହିଂସାକାଣ୍ଡ, ୧୬୩ ଧାରା ଲାଗୁ

Published By : Prameya | March 18, 2025 10:19 AM

ନାଗପୁର,୧୮/୦୩: ମହାରାଷ୍ଟ୍ରର ଛତ୍ରପତି  ଶମ୍ଭାଜୀନଗର ଜିଲ୍ଲାରେ ଥିବା ମୋଗଲ ଶାସକ  ଔରଙ୍ଗଜେବଙ୍କ କବର ହଟାଇବାକୁ ନେଇ ସୋମବାର ନାଗପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ହିଂସାକାଣ୍ଡ  ଘଟିଥିଲା । ଢ଼େଲାପଥର ମାଡ଼ ସହ ଅନେକ ଗାଡିକୁ ନିଆଁ  ଲଗାଇ ପୋଡି ଦିଆଯାଇଛି । ପୁଲିସ ମଧ୍ୟ ଲୁହବୁହା ଗ୍ୟାସ୍‌  ପ୍ରୟୋଗ କରିବା ସହ ଲାଠିମାଡ଼ କରିଥିଲା । ଏଥିରେ ଅନେକ  ଆହତ ହୋଇଥିଲା ବେଳେ ୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ୧୬୩ ଧାରା ଲାଗୁ କରିଛି  ପୁଲିସ। 

ସୂଚନା ଅନୁସାରେ ସୋମବାର ରାତିରେ  ନାଗପୁରର ମହଲ ଅଞ୍ଚଳରେ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ  ଔରଙ୍ଗଜେବ କବର ହଟାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ  କରାଯାଉଥିଲା । ବିକ୍ଷୋଭକାରୀମାନେ ଔରଙ୍ଗଜେବଙ୍କ  କୁଶପୁତ୍ତଳିକା ଦାହ କରିବା ସହ ପବିତ୍ର ଧର୍ମଗ୍ରନ୍ଥକୁ ପୋଡି  ଦେଇଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା । ଅନ୍ୟ ଏକ  ଗୋଷ୍ଠୀର ସଦସ୍ୟମାନେ ସହରରେ ଏକାଠି ହୋଇ ଏହାର  ଦୃଢ଼ ବିରୋଧ କରିବା ସହ ଧାର୍ମିକ ଭାବନାକୁ ଆଘାତ  ପହଞ୍ଚାଇଥିବା ଅଭିଯୋଗ କରିଥିଲେ । ଭିଡ ବଢ଼ୁଥିବାରୁ  ପୁଲିସ ସେମାନଙ୍କୁ ଘଉଡାଇବା ଲାଗି ଉଦ୍ୟମ କରିଥିଲା ।  ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀର ଲୋକ ଏକାଠି  ହେବା ପରେ ରାତି ପ୍ରାୟ ୮ଟା ୩୦ ବେଳକୁ ହିଂସାକାଣ୍ଡ  ସୃଷ୍ଟି ହୋଇଥିଲା । ଉଭୟ ଗୋଷ୍ଠୀ ପକ୍ଷରୁ ପଥରମାଡ଼  କରାଯିବା ସହ ୨ଟି ଜେସିବି ଓ ୧୫ରୁ ଅଧିକ କାର୍‌କୁ ଜାଳି  ଦେଇଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ  ପୁଲିସଙ୍କୁ ନିୟୋଜିତ କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ  ୧୬୩ ଧାରା ଜାରି କରାଯାଇଛି । ଶାନ୍ତି ବଜାୟ ରଖିବା ସହ  ଗୁଜବରେ ବିଶ୍ୱାସ ନ କରିବା ଲାଗି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର  ଫଡନବିସ୍‌ ଲୋକମାନଙ୍କୁ ନିବେଦନ କରିଛନ୍ତି ।

କନଷ୍ଟେବଳଙ୍କ ଜୀବନ ବଞ୍ଚାଇଲା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍ , ଗୁଳି କରି ନୀରଜ ବୱାନାର ମୁଖ୍ୟ ସହଯୋଗୀକୁ ଧରିଲା ପୁଲିସ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.