ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରାଣ୍ୟା ରାଓଙ୍କ ସ୍ୱାମୀ ଜତିନ ହୁକ୍କେରୀ ଗିରଫଦାରୀରୁ ବଞ୍ଚିବା ପାଇଁ କୋର୍ଟରେ ଆଗୁଆ ଆବେଦନ କରିଥିଲେ। କର୍ଣ୍ଣାଟକ ହାଇକୋର୍ଟ ଗତ ମଙ୍ଗଳବାର ଏହି ମାମଲାର ଶୁଣାଣି କରିଥିଲେ। ତେବେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଥିବା ଜଣାପଡିଛି।
ହୁକ୍କେରୀଙ୍କ ଓକିଲ ପ୍ରଭୂଲିଙ୍ଗ ନାଭଦେଗି କୋର୍ଟରେ ତାଙ୍କ ପକ୍ଷରେ ଯୁକ୍ତି ରକିଲା ବେଳେ ଏକ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଥିଲେ। ସେ କୋର୍ଟରେ କହିଥିଲେ ଯେ ତାଙ୍କ ମହକିଲ ରାନ୍ୟାଙ୍କୁ ନଭେମ୍ୱର ମାସରେ ବିବାହ କରିଥିଲେ। କିନ୍ତୁ ସେମାନେ ବହୁ ଜଲଦି ଅଲଗା ମଧ୍ୟ ହୋଇଯାଇଥିଲେ। ଡିସେମ୍ବର ମାସରୁ ଅନାଧିକାରିକ ଭାବେ ଉଭୟ ଅଲଗା ହୋଇଯାଇଥିଲେ ବୋଲି ସେ କୋର୍ଟରେ ସୂଚନା ଦେଇଛନ୍ତି।
ଅନ୍ୟପଟେ ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶକଙ୍କ(ଡିଆରଆଇ) ଓକିଲ ମଧୁ ରାଓ ଆସନ୍ତା ସୋମବାର ହେବାକୁ ଥିବା ଶୁଣାଣିରେ କୋର୍ଟର ଏହି ଆଦେଶ ଉପରେ ଆପତ୍ତି ଉଠେଇବେ ବୋଲି ସୂଚନା ଦେଇଛନ୍ତି। ତେବେ ହାଇକୋର୍ଟଙ୍କ ରାୟ ପରେ ବର୍ତ୍ତମାନ ହୁକ୍କେରୀଙ୍କ ଉପରେ କୈଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଜଣାପଡିଛି। ତେବେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଡିଆରଆଇ ଏନେଇ କୋର୍ଟରେ ଏକ ଯାଚିକା ଆବେଦନ କରିବ ବୋଲି ଘୋଷଣା କରିଛି।
କର୍ଣ୍ଣାଟକ ହାଇକୋର୍ଟ ମାର୍ଚ୍ଚ ୧୧ ତାରିଖରେ ହୁକେରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାନ୍ୟାଙ୍କ ସହ ତାଙ୍କ ସମ୍ପର୍କ ଯୋଗୁଁ ତାଙ୍କୁ ହେପାଜତକୁ ନିଆଯିବାର ସମ୍ଭାବନା ରହିଥିବା ଭୟରେ କୋର୍ଟକୁ ଯାଇଥିଲେ। କୋର୍ଟ ମଧ୍ୟ ତାଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ।
ରାନ୍ୟାଙ୍କ ପିତା ତଥା ଆଇପିଏସ୍ ଅଧିକାରୀ ରାମଚନ୍ଦ୍ର ରାଓ ତାଙ୍କ ଝିଅ ବିବାହ କରିବା ପରଠାରୁ ପରିବାରଠାରୁ ଦୂରେଇ ରହିଥିବା ଦାବି କରିବା ପରେ ହୁକେରୀ ଚର୍ଚ୍ଚାର ପରିସରକୁ ଆସିଥିଲେ। ରଣ୍ୟା ରାଓଙ୍କୁ ଗିରଫ କରାଯିବା ପରେ ଏବଂ ଡିଜିପି-ପଦବୀ ଅଧିକାରୀଙ୍କ ସହ ତାଙ୍କର ସମ୍ପର୍କ ସାର୍ବଜନୀନ ହେବା ପରେ କର୍ଣ୍ଣାଟକ ରାଜ୍ୟ ପୋଲିସ ଗୃହ ଏବଂ ଭିତ୍ତିଭୂମି ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଏହି ଅଭିଯୋଗ ଆଣିଛନ୍ତି।
ଆପଣଙ୍କୁ ଜଣାଇରଖୁ ଯେ ଗତ ମାର୍ଚ୍ଚ ୩ ତାରିଖରେ ରାନ୍ୟା ଦୁବାଇରୁ ସୁନା ଚୋରା ଚାଲାଣ କରୁଥିବା ବେଳେ ବେଙ୍ଗାଲୁରୁ ବିମାନବନ୍ଦରରୁ ଧରାପଡିଥିଲେ। ତେବେ ଗତ ଶନିବାର ଦିନ ରାନ୍ୟା ସେସନ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ନିମ୍ନ ଅଦାଲତ ଏ ଆବେଦନକୁ ଖାରଜ କରିଦେବା ପରେ ସେସନ କୋର୍ଟ ଆସନ୍ତା କାଲି ସୁଦ୍ଧା ଆବେଦନର ଶୁଣାଣି କରିବେ ବୋଲି ଜଣାପଡିଛି।