ବ୍ରହ୍ମପୁର, ୦୮/୦୮ : ବ୍ରହ୍ମପୁର ବଡ଼ବଜାର ଥାନା ସମ୍ମୁଖରୁ ନକଲି ଇଞ୍ଜିନ ଅଏଲ କାରଖାନା ଠାବ। ନକଲି ଇଞ୍ଜିନ ଅଏଲ ସହ କଞ୍ଚାମାଲ ଜବତ ହୋଇଛି। ଏହି କାରବାରରେ ସଂପୃକ୍ତ ଥିବା ୩ ଜଣଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଛି।
ସୂଚନାନୁଯାୟୀ, ବଡ଼ବଜାର ଥାନା ସମ୍ମୁଖ ଗଳିରେ ଥିବା ଏକ ଭଡା ଘରେ ନକଲି ଅଏଲ କାରଖାନା ଚାଲୁଥିବା ପୁଲିସକୁ ଖବର ମିଳିଥିଲା। ଟାଉନ ଥାନା ଏସଡିପିଓ ଦେବୀ ଶଙ୍କର ପ୍ରତାପଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ରଞ୍ଜିତ କୁମାର ଦାଶଙ୍କ ନେତୃତ୍ଵରେ ଏକ ପୋଲିସ ଟିମ୍ ସେହି ଭଡା ଘରେ ଅଚାନକ ଚଢଉ କରିଥିଲେ। ଚଢଉ ବେଳେ ଭଡା ଘରୁ ନକଲି ଅଏଲ ଡବା ସହ କଞ୍ଚାମାଲ, ଖାଲି ବୋତଲ, ଠିପି ଓ ବିଭିନ୍ନ କମ୍ପାନୀର ଲେବେଲ ଆଦି ଜବତ ହୋଇଛି। ନକଲି କାରଖାନା ଚଳାଉଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ପୋଡା ଅଏଲ ବ୍ୟବହାର କରାଯାଇ ବିଭିନ୍ନ କମ୍ପାନୀ ନାଁରେ ଅଏଲ ବୋତଲ ପ୍ରସ୍ତୁତ କରାଯିବା ପରେ ସେଗୁଡିକୁ ବ୍ରହ୍ମପୁର ସହର ସମେତ ଗ୍ରାମାଞ୍ଚଳକୁ ପଠାଯାଉଥିଲା ବୋଲି ତଦନ୍ତ ବେଳେ ଜଣାପଡିଛି।