ଫିରିଙ୍ଗିଆ, ୧୦l ୭ : ଫିରିଙ୍ଗିଆ ରେ ପ୍ରେସ କ୍ଲବ ଗୃହ ଓ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଓ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ଫିରିଙ୍ଗିଆ ପ୍ରେସ କ୍ଲବ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରା ଯାଇଛି l ଦୀର୍ଘ ବର୍ଷ ହେବ ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକଙ୍କ ଦ୍ୱାରା ଏକ ପ୍ରେସ କ୍ଲବ ଗଠନ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଫିରିଙ୍ଗିଆ ରେ ସାମ୍ବାଦିକ ମାନଙ୍କ ପାଇଁ ସାମ୍ବାଦିକ ଭବନ ଟିଏ ନିର୍ମାଣ ହୋଇ ପାରି ନାହିଁ ଯାହା ଦ୍ୱାରା ସାମ୍ବାଦିକ ମାନେ ବହୁ ଆସିବିଧା ର ସମ୍ମୁଖୀନ ହେଉଛନ୍ତି l
ଫିରିଙ୍ଗିଆରେ ଶିଶୁ ମନ୍ଦିର ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ରେ ବିଧାୟକ ଓ ସାଂସଦ ଯୋଗ ଦେଇଥିଲେ । ଫିରିଙ୍ଗିଆ ପ୍ରେସ କ୍ଲବର ସଭାପତି ଉତ୍ତମ ଖମାରି,ସମ୍ପାଦକ ସୁଶାନ୍ତ ଦିଗାଲ, କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତି, ଉପଦେଷ୍ଟା ଶରତ କୁମାର ମିଶ୍ର, ମହାଦେବ ସାହୁ, ଅକ୍ଷୟ କୁମାର ନାୟକ ଙ୍କ ସହ ପ୍ରେସ କ୍ଲବ ର ସଦସ୍ୟ ହୂରଞ୍ଜନ ସେଠି, ମନୋଜ କୁମାର ସାହୁ, ସଞ୍ଜୟ କୁମାର ସାହୁ,ବିମଳ ଦିଗାଲ, ଭ୍ରମରବର ନାୟକ, ମୋହନ ଦିଗାଲ,ହେମନ୍ତ ନାୟକ,ବିକ୍ରମ ଦିଗାଲ, ଓ ପ୍ରେସ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ ।