ନୂଆଦିଲ୍ଲୀ,୦୭/୦୬: ଦେଶ ମଧ୍ୟରେ ମେ ମାସରେ ସାଦା ଥାଳି ଦର ୯% ମହଙ୍ଗା ହୋଇଛି । ଏହା ବାର୍ଷିକ ଭିତ୍ତିରେ ୨୭.୫ ଟଙ୍କା ଛୁଇଁଛି। ଗତ ବର୍ଷ ମେ ମାସରେ ଏହା ୨୫.୫ ଟଙ୍କା ସ୍ତରରେ ଥିଲା । ରେଟିଂ ଏଜେନ୍ସି କ୍ରିସିଲ ଗୁରୁବାର ଜାରି କରିଥିବା ଏହାର ମାସିକ ଖାଦ୍ୟ ଥାଳି ମୂଲ୍ୟ ରିପୋର୍ଟରେ ଏହା ପ୍ରକାଶ କରିଛି । ତେବେ ସାଦା ଥାଳି ଦର ମାସିକ ଭିତ୍ତିରେ ୧% ବଢ଼ିଛି । ଏପ୍ରିଲରେ ସାଦା ଥାଳି ଦର ୨୭.୪ ଟଙ୍କା ସ୍ତରରେ ଥିଲା । ସେହିଭଳି ମେ ମାସରେ ଆମିଷ ଥାଳି ଦର ୭% ହ୍ରାସ ହୋଇ ୫୫.୯ ଟଙ୍କା ରହିଛି । ଗତ ବର୍ଷ ମେ ମାସରେ ଏହା ୫୯.୯ ଟଙ୍କା ରହିଥିଲା ।
![surama padhy](https://odia.prameya.com/prameya/document/post/2/2_138_1718862534449.webp)
ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ସୁରମା ପାଢୀ, ସର୍ବସ...