ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଜୁନ୍‌ ୨୮ରେ ବିଏମ୍‌ସି କର୍ପୋରେସନ ବୈଠକ: ବିଜେପି କର୍ପୋରେଟରଙ୍କ ବଢ଼ିଛି ବଳ, ମନଇଚ୍ଛା ପାରିତ ପ୍ରସ୍ତାବ ଉପରେ ଲାଗିବ ରୋକ

ଭୁବନେଶ୍ୱର,୧୭/୦୬: ନିର୍ବାଚନ ପରେ ଆସନ୍ତା ୨୮ ତାରିଖରେ ବିଏମ୍‌ସି କର୍ପୋରେସନ  ବୈଠକ ବସିବ । ଏଥର କିନ୍ତୁ କର୍ପୋରେସନ ବୈଠକ ବେଶ ରୋଚକ ହେବ । ରାଜ୍ୟରେ  ପ୍ରଥମ କରି ବିଜେପି ସରକାର ଗଠନ କରିଛି ।  ବିଏମ୍‌ସିରେ କିନ୍ତୁ ସିଂହଭାଗ ରହିଛନ୍ତି ବିଜେଡି  କର୍ପୋରେଟର । ତେଣୁ ଅନେକ ଗୁଡିଏ ପ୍ରସଙ୍ଗକୁ  ନେଇ ଏଥର ଟଣାଓଟରା ହେବା ଥୟ ।  

ନିର୍ବାଚନ ଆଦର୍ଶ ଆଚରଣବିଧି ପାଇଁ ୩  ମାସ ବୈଠକ ବସିନଥିଲା । ଏଥର ବୈଠକରେ  ଅନେକ ଗୁଡିଏ ଲୋକାଭିମୁଖୀ ପ୍ରକଳ୍ପରେ ମୋହର ବାଜିବ । ହେଲେ ପୂର୍ବ ଭଳି ଏଥର  କର୍ପୋରେସନ ବୈଠକରେ ପ୍ରସ୍ତାବ ପାରିତ  ହେବା ଏତେ ସହଜ ହେବ ନାହିଁ । ବିଏମ୍‌ସିର ଗତକାଲି ବୈଠକରେ ସାଂସଦ ଅପରାଜିତା ଯୋଗଦେଇ ଡ୍ରେନ୍‌ ସ୍ଥିତି ସମୀକ୍ଷା କରିଥିଲେ। ପ୍ରଥମ ପାଳିରେ ମାତ୍ର ଥରୁଟିଏ ସେ ବିଏମ୍‌ସି ବୈଠକକୁ ଆସିଥିଲେ । କିନ୍ତୁ କାଲିର ବୈଠକ ଦର୍ଶାଉଛି ଯେ ଏଥର କର୍ପୋରେସନ  ବୈଠକରେ ସେ ନିଶ୍ଚିତ ଉପସ୍ଥିତ ରହିବେ ।  ପୂର୍ବରୁ ସେ ବିଏମ୍‌ସି କମିଶନର ଥିବାବେଳେ  ତାଙ୍କର ପ୍ରଶାସନିକ ଅଭିଜ୍ଞତା ରହିଛି । ତେଣୁ  ବିଜେଡି ମେୟର ସୁଲୋଚନା ଦାସ ଓ ବିଜେପି ସାଂସଦଙ୍କ ମଧ୍ୟରେ ବୈଠକରେ କଣ ସମ୍ମନ୍ୱୟ  ରହୁଛି ତାକୁ ଅପେକ୍ଷା ରହିଛି ।  

୩ ନିର୍ବାଚନ ମଣ୍ଡଳୀରୁ ଏକାମ୍ର ଆସନ ବିଜେପି  ଖାତାକୁ ଯାଇଛି । ସେଠାରୁ ବାବୁ ସିଂ ବିଧାୟକ  ଭାବେ ନିର୍ବାଚିତ ହୋଇଛନ୍ତି । ସେ ବି ବୈଠକକୁ  ଆସିବେ । ତେଣୁ ବିଜେପି କର୍ପୋରେଟରଙ୍କ ବଳ  ବଢିବ । ବର୍ତ୍ତମାନ ୬୭ ୱାର୍ଡରୁ ଶାସକଦଳ ବିଜେପି  ହାତରେ ୯ କର୍ପୋରେଟର ରହିଛନ୍ତି । ନିର୍ବାଚନ  ପୂର୍ବରୁ ଜଣେ କର୍ପୋରେଟର ବିଜେପି ଛାଡି  ବିଜେଡିରେ ମିଶିଛନ୍ତି । ସେହିପରି ୯  ସ୍ୱାଧୀନ କର୍ପୋରେଟର ମଧ୍ୟରୁ ୭ ଜଣ ବିଜେଡିରେ ମିଶିଛନ୍ତି । ବର୍ତ୍ତମାନ  ବିଜେଡିର ସଖ୍ୟା ମିଶାଇଲେ  ୫୬ । ସେହିପରି ୨ ଜଣ ସ୍ୱାଧୀନ କର୍ପୋରେଟର ରହିଛନ୍ତି। 

ବୈଠକରେ ଡ୍ରେନେଜ ସମସ୍ୟା  ଉଠିବା ଥୟ । ପ୍ରତିବର୍ଷ ବର୍ଷା  ହେଲେ ଜଳବନ୍ଦୀ ସମସ୍ୟା ଉପୁଜୁଛି । ଆଜି ଯାଏଁ ଏହାର  ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ ।  ତେଣୁ ଏଥର ସ୍ଥାନୀୟ ସାମାଧନ କରିବାକୁ ପ୍ରୟାସ ହେବ । ସେହିପରି ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହେବାର ସମ୍ଭାବନା  ରହିଛି । ଡେଙ୍ଗୁ ସ୍ଥିତି ନେଇ ବି ବୈଠକରେ  ଆଲୋଚନା ହେବାର ସମ୍ଭାବନା ରହିଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.