ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ସେପ୍ଟେମ୍ବର ୯ରୁ ଭିତରକନିକାରେ ପକ୍ଷୀ ଗଣନା, ୧୩ ତାରିଖ ଯାଏଁ ଚାଲିବ

ରାଜନଗର,୦୮/୦୯: ବିଶ୍ୱ ପ୍ରସିଦ୍ଧ  ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ମାସ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ଏଥିପାଇଁ ବନ  ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ବର୍ଷା ଋତୁ ଆରମ୍ଭରେ ଦେଶର କୋଣ ଅନୁକୋଣରୁ ଦେଶୀୟ ପକ୍ଷୀମାନେ ବଂଶ ବିସ୍ତାର ପାଇଁ ଭିତରକନିକା ଜାତୀୟ  ଉଦ୍ୟାନକୁ ଆସିଥାନ୍ତି । ଜାତୀୟ ଉଦ୍ୟାନର  ମଠଆଡିଆ, ଦୁର୍ଗାପ୍ରସାଦଡିଆ,  ଲକ୍ଷ୍ମୀପ୍ରସାଦଡିଆରେ ଦେଶୀୟ ପକ୍ଷୀ  ବସା ବାନ୍ଧି ଅଣ୍ଡା ଦେଲେଣି । ଏବେ  ସେମାନଙ୍କ କଳରବରେ ଭିତରକନିକା  ମୁଖରିତ ହେଉଛି । କୋପରଖାଇ,  ଅଞ୍ଜନା, ରାଣୀବଗ, ପାଣିକୁଆ,  ଖଇରା, ଗେଣ୍ଡାଳିଆ , ଦାବେଣ୍ଟିଆ,  ଛୋଟବଗ ପ୍ରଭୃତି ୧୦ ପ୍ରଜାତିର  ପକ୍ଷୀ ବସା ବାନ୍ଧି ଅଣ୍ଡା ଦେଇଥିଲେ ।  ମଠଆଡିଆର ଗୁଆଁ, ବନି, ସୁନ୍ଦରୀ,  ସିଙ୍ଗଡ଼ା, ବଣିଆ ପ୍ରଭୃତି ଗଛରେ ବସା  ବାନ୍ଧୁଥିବା ଦେଖାଯାଇଛି । ଏହିସବୁ  ଅଞ୍ଚଳରେ ସେମାନଙ୍କ ଖାଦ୍ୟ ଉପଯୋଗୀ  ମାଛ, କଙ୍କଡ଼ା ଓ ପୋକଜୋକ ପ୍ରଚୁର  ପରିମାଣରେ ଉପଲବ୍ଧ ହେଉଥିବାରୁ  ଅନ୍ୟ ଅଞ୍ଚଳ ଅପେକ୍ଷା ପକ୍ଷୀମାନେ  ଦେଶର କୋଣ ଅନୁକୋଣରୁ ଆସି ଭିତରକନିକାରେ ଭିଡ଼ ଜମାଇଥାନ୍ତି ।  

ବର୍ଷାଋତୁ ଆଗମନରେ ହଜାର ହଜାର  ସଂଖ୍ୟାରେ ପକ୍ଷୀ ଭିତରକନିକାରେ  ବସା ବାନ୍ଧିବା ପ୍ରକୃତିପ୍ରେମୀଙ୍କୁ ଆଶ୍ୱସ୍ତ  କରିଛି । ପକ୍ଷୀ ଗଣନା ପାଇଁ ବନବିଭାଗ  ପକ୍ଷରୁ ୩ଟି ଦଳ ଗଠନ କରାଯାଇଛି ।  ପ୍ରତି ଦଳରେ ୫ ଜଣ ଲେଖାଏଁ  ରହିବେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ପକ୍ଷୀସମୂହ  ପାଇଁ ଭିତରକନିକାକୁ ୨୦୦୨ ମସିହାରେ  ରାମସର ସାଇଟ୍‌ ମାନ୍ୟତା ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.